ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ୍ ପ୍ରଶାସନିକ ଅଧିକାରୀ ଓ ମହିଳା ଜନ ପ୍ରତିନିଧି ମାନଙ୍କ ବୈଠକ

ବୌଦ୍ଧ -22-12- (ହୃଦାନନ୍ଦ ମେହେର )- ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ତରଫରୁ ଚାରିଛକ ଠାରେ ବ୍ଲକ୍ ପ୍ରଶାସନିକ ଅଧିକାରୀ ଓ ମହିଳା ଜନ ପ୍ରତିନିଧି ମାନଙ୍କ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଅତିଥି ରୂପେ BDO ଶ୍ରୀଯୁକ୍ତ ସମ୍ଭୁଭୂଷନ ମିଶ୍ର , APO ହେମନ୍ତ ପ୍ରଧାନ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ମହିଳାମାନେ କିପରି ବ୍ଲକ ପ୍ରଶାସନ ତରଫରୁ ସବୁ ପ୍ରକାର , ଯୋଜନା ଜାଣିବେ ଓ ସୁବିଧା ପାଇ ପାରିବେ ସେ ବିଷୟରେ ଅତିଥିମାନେ ମନ୍ତବ୍ୟ ପ୍ରଦାନ କରିଥିଲେ । ରାସ୍ତା ,ସ୍କୁଲ , ଅଙ୍ଗନୱାଡି, ପେନସନ , ପରିବାର କଲ୍ୟାଣ , ମନରେଗା, ଅନ୍ୟ ସମସ୍ତ ଯୋଜନା ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବାଣିଭୂଷଣପୁର, ପୁରୁଣା କଟକ, ତିଲେଶ୍ୱର, ପିତାମ୍ବରପୁର , ବୀରନରସିଂହପୁର , ସରସରା ଓ ବନ୍ଧାପଥର ପଞ୍ଚାୟତ ର ମହିଳା ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସଂଯୋଜକ ପ୍ରତାପ ମେହେର ସଭା ପରିଚାଳନା କରିଥିଲେ ।

Related posts

ଭତାଝର -ଧୂରୁଆପଡା ସଡକ କାମ ଅତି ନିମ୍ନ ମାନର , ସପ୍ତାହେ ନ ପୁରୁଣୁ ରାସ୍ତାରୁ ପିଚୁ ଉଠିଲାଣି,ରାସ୍ତା ଉପରେ ଘାସ ! 

ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ପୂର୍ଣ୍ଣlଅବୟଵ ପ୍ରତିମୂର୍ତ୍ତି ଉନ୍ମୋଚିତ

Sunil Chandra Nayak

ନୂଆପଡ଼ାରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!