ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରେସ୍ ୟୁନିୟନ୍ ରାୟଗଡା ଡିଷ୍ଟ୍ରିକ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାୟଗଡା/୧୭/୭/୨୩: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରେସ୍ ୟୁନିୟନ୍ ରାୟଗଡା ଡିଷ୍ଟ୍ରିକ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ସୁବାଷ ଚନ୍ଦ୍ର ସୂର୍ଯ୍ୟଙ୍କ ନେତୃତ୍ୱରେ ପୂର୍ବତଟ ରେଳବାଇ ଅଧିନସ୍ଥ ଜେମାଦେଇପେଣ୍ଠ ରେଳବାଇ ଷ୍ଟେସନ ପ୍ରାଙ୍ଗଣରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ରାୟଗଡା ରେଳବାଇର ଆସିଷ୍ଟାଂଟ ସିଗନାଲ ଏବଂ ଟେଲିକମ୍ ଅଧିକାରୀ ବାଲା ଗଙ୍ଗାଧର,ଏଡିଇଏନ୍ ସଂଜୀବ ଦିକ୍ଷିତ୍‌,ଜେମାଦେଇପେଣ୍ଠ ରେଳବାଇ ଷ୍ଟେସନ୍ ମାଷ୍ଟର ଅଜିତ ଭୁଏ,ଜେମାଦେଇପେଣ୍ଠ ନାଏବ ସରପଂଚ ସଚିନ୍ ମେଲେକା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ସଂଘ ପକ୍ଷରୁ ଏଠାରେ ୬୦ଟି ଦେବଦାରୁ ଚାରା ରୋପଣ କରାଯାଇଛି । ବର୍ତମାନ ବିଶ୍ୱରେ ଯେପରି ପାଣିପାଗରେ ପରିବର୍ତନ ଆସୁଛି ଏହା ଆଗାମୀ ଭବିଷ୍ୟତକୁ ଏକ ବଡ ବିପଦର ସୂଚନା ଦେଉଥିବା ନେଇ ବିଶେଷଞମାନଙ୍କ ମତ ପ୍ରକାଶ ପାଉଛି । ତେଣୁ ପରିବେଶକୁ ସୁରକ୍ଷା ଦେବାକୁ ହେଲେ ବିପୁଳ ପରିମାଣରେ ବୃକ୍ଷରୋପଣ କରିବା ଆବଶ୍ୟକ । ଏଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଅନ୍ୟମାନଙ୍କୁ ପ୍ରେରଣାଦାୟୀ ହେବା ସହ ପରିବେଶ ପ୍ରତି ଭଲ ପାଇବାର ଏକ ସୁଯୋଗ ସୃଷ୍ଟି କରିବ ବୋଲି ଅତିଥି ମାନେ ପ୍ରକାଶ କରିବା ସହ ପ୍ରେସ୍ ୟୁନିୟନ୍ ରାୟଗଡା ଡିଷ୍ଟ୍ରିକ୍‌’ର ଏଭଳି ସାମାଜିକ କାର୍ଯ୍ୟକ୍ରମକୁ ନେଇ ଭୂୟସୀ ପ୍ରଶଂସା କରିଥିଲେ । ଜଙ୍ଗଲ ଓ ପରିବେଶ,ଜଳବାୟୁ ପରିବର୍ତନ ବିଭାଗ ରାୟଗଡା ବନାଂଚଳର ବନପାଳ ଗୈାରୀଶଙ୍କର ସାହୁ,ବନରକ୍ଷୀ ନିରୁପମା ମହାପାତ୍ର,କୁନ୍ତଳା କଣ୍ଡାଗରୀ,ରାଜୁ ଦୋରା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିବାର ପ୍ରକ୍ରିୟା ବିଷୟରେ ସମସ୍ତଙ୍କୁ ଅବଗତ କରିଥିବା ବେଳେ ସଂଘର ସାଧାରଣ ସଂପାଦକ ବିଜୟ କୁମାର ମହାରଣା,ଉପଦେଷ୍ଠା ଶିବ ନାରାୟଣ ଗଉଡ,ସଭ୍ୟ ତେଲି ନାୟକ,ସନ୍ତୋଷ ପାଣି,ଉଦୟ କିରଣ,କମଳ ଲୋଚନଙ୍କ ସମେତ ଟ୍ରାକ୍ ଏଣ୍ଡ ଟାୱାର୍ସ ଇଂଜିନିୟରିଂ ସଂସ୍ଥାର ସିନିୟର ଇଂଜିନିୟର ମହେଶ୍ୱର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିବା ବେଳେ ସ୍ଥାନୀୟ ଯୁବକ ରମେଶ କିଲାକା ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାବତୀ ପ୍ରକଳ୍ପ କଲୋନୀ ବାସୀ ପାଣି ସମସ୍ୟା ରେ ହନ୍ତସନ୍ତ:ବିଭାଗୀୟ ଅଧିକାରୀ ନିଦାବିଷ୍ଣୁ

Sunil Chandra Nayak

ଗଭୀର କୂଅ ରୁ ଏକ ବଳଦ ଉଦ୍ଧାର କଲା ଅଗ୍ନିଶମ ବିଭାଗ 

masiha

ଅକ୍ଷୟ ତୃତୀୟା ପାଇଁ ସୁନା ଅଳଙ୍କାର ଦୋକାନ ରେ ଭିଡ

Sunil Chandra Nayak

Leave a Comment

error: Content is protected !!