ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିଟାମାଟିକୁ ଫେରିବା ବାଟରେ ଦାଦନ ଶ୍ରମିକଙ୍କ ବସ୍‌ରେ ମୃତ୍ୟୁ , ବାଇକ୍‌ରେ ଶବ ବୋହିଲେ ସମ୍ପର୍କୀୟ

କୋକସରା,୧୬/୮// ଦାଦନ ଖଟିବାକୁ ହାଇଦ୍ରାବାଦକୁ ଗତ ୨ ମାସ ତଳେ ଯାଇଥିଲେ।କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କାଦୋପଦର ଗାଁ ର ଯୁବକ। ହେଲେ ଗତ କିଛିଦିନ ତଳେ ଶରୀର ଅସୁସ୍ଥ ହେବା ପରେ ହାଇଦ୍ରାବାଦରୁ ଦୁଇ ଜଣ ସାଥି ଶ୍ରମିକଙ୍କ ସାହାଯ୍ୟରେ ସଙ୍ଗିତା ନାମକ ଯାତ୍ରୀବାହୀ ବସ୍‌ରେ ନିଜ ଭିଟାମାଟିକୁ ଫେରୁଥିଲେ । ହେଲେ ଭିଟାମାଟିକୁ ଆଉ ସେ ଫେରିଲେ ନାହିଁ ଫେରିଲା ଶବ ।ଆସିବା ବାଟରେ ନବରଙ୍ଗପୁର ନିକଟରେ ଯାତ୍ରୀବାହୀ ବସ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଦାଦନ ଶ୍ରମିକ ଜୟପାଟଣା ବ୍ଲକ କାଦୋପଦର ଗ୍ରାମର ଯୁବକ ଗିରିଧାରି ବାଗ ବୋଲି ଜଣାପଡିଛି। ତେବେ ଆମପାଣିରେ ବସ ପହଞ୍ଚିବା ପରେ ସମ୍ପର୍କୀୟ ମାନେ ଆଗରୁ ଖବର ପାଇ ଅପେକ୍ଷା କରି ରହିଥିଲେ। ଦାଦନ ଶ୍ରମିକଙ୍କ ଶବକୁ ଦୁଇ ଯୁବକ ଏକ ବାଇକ୍‌ରେ ନେଇ ଆମପାଣି ବିଜୁ ଏକ୍ସପ୍ରେସ୍ ୱେ ରାସ୍ତା ଠାରୁ ନିଜ ଗାଁ କାଦୋପଦର ନେଇ ଯାଇଥିଲେ। ସୂଚନା ମତେ ଗତ ଦୁଇ ମାସ ତଳେ ଜୟପାଟଣା ବ୍ଲକ ବାନେର ପଞ୍ଚାୟତ କାଦୋପଦର ଗାଁର ଯୁବକ ଗିରିଧାରୀ ବାଗ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବରେ ନିୟୋଜିତ ଥିଲେ। ହେଲେ ହଠାତ୍ ଶରୀର ଅସୁସ୍ଥ ହେବାରୁ ଘରକୁ ଫେରିବା ସମୟରେ ବସରେ ଜୀବନ ଚାଲିଯାଇଥିଲା। ଗାଁ ରେ ଶବ ପହଞ୍ଚିବା ପରେ ଗାଁ ମଶାଣିରେ ଶବ ଶେଷକୃତ୍ୟ କରାଯାଇଛି। ତେବେ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ରେ ଛାତ୍ରୀ ମାନେ ହେଲେ ଆନନ୍ଦିତ 

masiha

ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ

masiha

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ …… ଚତୁର୍ଥ ଦିନ ପ୍ରତିଧ୍ଵନି ର ନାଟକ ଖାଣ୍ଟି ସୁନା ଓ ନଟରାଜ ନୃତ୍ୟ ପରିଷଦର ନାଟକ ସମ୍ବୋଧନ ମଞ୍ଚସ୍ଥ

masiha

Leave a Comment

error: Content is protected !!