ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାକାର ଭବନ ନିର୍ମାଣ ପାଇଁ କଳାକାରଙ୍କ ପକ୍ଷରୁ ଦାବୀପତ୍ର ପ୍ରଦାନ

କଲ୍ୟାଣସିଂହପୁର, ତା ୧୮/୦୮/୨୩ :- ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ତଥା ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ କୁମାର ବଛା ଙ୍କ ନେତୃତ୍ୱରେ ସ୍ଥାନୀୟ କଳାକାର ମାନେ କାର୍ଯ୍ୟାଳୟ କୁ ଯାଇ କଳାକାର ଭବନ ନିର୍ମାଣ ପାଇଁ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁନିଲ୍ ଖରାଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଦୀର୍ଘ ଦିନ ଧରି କଳାକାର ମାନେ ଆଞ୍ଚଳିକ ଭାଷା କଳା ସଂସ୍କୃତି ଙ୍କୁ ନେଇ ପାରମ୍ପରିକ ଲୋକକଳା ପ୍ରଦର୍ଶନ କରି ଆସୁଛନ୍ତି ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ କଳାକାର ମାନଙ୍କର ବିକାଶ ଓ ଲୋକକଳା ର ପୁନଃରୁଦ୍ଧାର ପାଇଁ ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ନଗର ଠାରେ କଳା ସଂସ୍କୃତି ସଂଘ ଗଠନ କରାଯାଇଛି କିନ୍ତୁ ଏହା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ ଓଡ଼ିଶା ସରକାର ଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୧/୯/୨୧ ତାରିଖରେ ପତ୍ର ସଂଖ୍ୟା ୫୯୫୩ ରେ ଉଲ୍ଲେଖ ରହିଛି ଜେ ସମସ୍ତ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟ ରେ ଉପ ସଭାପତି ଙ୍କୁ ସ୍ଵତ୍ଵନ୍ତ୍ର କାର୍ଯ୍ୟାଳୟର ବ୍ୟବସ୍ଥା ସହ ଗ୍ରସ୍ତ ଖର୍ଚ୍ଚ ବ୍ୟବସ୍ଥା କରାଯାଉ ଏବଂ ZKSS BKSS NKSS ପାଣ୍ଠି ର ସକ୍ରିୟ କରାଯାଇ IES ପାଣ୍ଠି ମାଧ୍ୟମରେ ଜନ ସଚେତନ କାର୍ଯ୍ୟକ୍ରମ କରାଯାଉ କିନ୍ତୁ ଏହା ସଠିକ୍ ଭାବେ ଏଯାଏଁ କାର୍ଯ୍ୟକାରୀ ହୋଇ ପାରିନାହିଁ କଳା ସମ୍ପର୍କିତ ବୈଠକ କିମ୍ବା ଦୂର୍ ଦୁରାନ୍ତରୁ ଅନେକ କଳାକାର ଆସି ବ୍ଲକ୍ ଓ ଜିଲ୍ଲା ସ୍ତରରେ କଳା ପ୍ରଦର୍ଶନ କରିବା ପାଇଁ ଆସିବା ବେଳେ ଅଭ୍ୟାସ କରିବା, ମେକ୍ଅପ୍ ହେବା କିମ୍ବା ମହିଳା ମାନଙ୍କୁ ଡ୍ରେସ୍ ପିନ୍ଧାପିନ୍ଧୀ ଏମିତି କି ଶୌଚ ହେବା ପାଇଁ ନାନା ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ସେଥିପାଇଁ କଳାକାର ପାଇଁ ସ୍ୱତ୍ୱନ୍ତ୍ର କଳାକାର ଭବନ ନିର୍ମାଣ କରାଗଲେ ସମସ୍ତ କଳାକାର ଏଥିପାଇଁ ଉପକୃତ ହେବେ ବୋଲି ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ ରହିଛି। ଏହି ଦାବିପତ୍ର ପ୍ରଦାନ ସମୟରେ କଳାକାର ମାନଙ୍କ ମଧ୍ୟରୁ ସୁରେଶ ବିଡ଼ିକା ଶ୍ୟାମଧର କୁଲିସିକା , ଚିତ୍ରୁ ହିକକା, ଆର୍ଜୁ ପ୍ରାସ୍କା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଶିଷ୍ଟ ଦେବୀ ସାଧକ ଶ୍ୟାମ ସୁନ୍ଦର ମିଶ୍ରଙ୍କ ପରଲୋକ

masiha

୫ଟି ରୂପାନ୍ତରିତ ପ୍ରତାପପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ।

ନବରଙ୍ଗପୁର ଠାରେ” ଅପରେସନ ସିନ୍ଦୁର”କୁ ସମ୍ମାନ ଜଣାଇ ପରାକ୍ରମ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା 

masiha

Leave a Comment

error: Content is protected !!