ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇମ୍ଫାରେ ବିଶ୍ଵ ପରିବେଶ ଦିବସ ପାଳିତ

ଇମ୍ଫାରେ ବିଶ୍ଵ ପରିବେଶ ଦିବସ ପାଳିତ

ଥେରୁବାଲି-ତା-୦୬/୦୬/୨୦୨୪ // ପ୍ରତିବର୍ଷ ଭଳି ଚଳିତ ବର୍ଷ ଇମ୍ଫା ଥେରୁବାଲି ରେ ଜାତୀୟ ବିଶ୍ଵ ପରିବେଶ ଦିବସ ବହୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଉତ୍ସବାରେ ରାୟଗଡ ସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ର ଆଞ୍ଚଳିକ କାର୍ଯ୍ୟାଳୟ ର ଆଞ୍ଚଳିକ ଅଧିକାରୀ ଶ୍ରୀମାନ ଅଶୋକ କୁମାର ଭୋଇ ,ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲା ବେଳେ ଶ୍ରୀମାନ ରିପୂ କୁମାର ସାହୁ , ସହକାରୀ ଯନ୍ତ୍ରୀ (ପରିବେଶ) ଓ ଶ୍ରୀମାନ ଗୌରୀ ଦାସ , ସହକାରୀ ପରିବେଶ ବିଜ୍ଞାନୀ , ଶ୍ରୀମାନ ପ୍ରଭୂଦେବ ବେହେରା ସହକାରୀ ଯନ୍ତ୍ରୀ (ପରିବେଶ) ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି “ ପରିବେଶ ସୁରକ୍ଷା ଏକ ଆଇନଗତ ଖସଡା ନୁହେଁ ବରଂ ଏକ ନୈତିକ ଦାୟିତ୍ଵ “ ବୋଲି ପ୍ରକାଶ କରିଥିଲେ । ଇମ୍ଫାର ଉପ-ସଭାପତି-ତଥା-ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମାନ ଆଶିଷ କୁମାର ରାୟ ଙ୍କ ଦିଗଦର୍ଶନ ରେ ଅନୁଷ୍ଠିତ ଏହି ଉତ୍ସବରେ ଉପସ୍ଥିତ ଶ୍ରମିକ ,କର୍ମଚାରୀ ମାନଙ୍କୁ ଉଦ୍ବୋଧନ ଦେଇ “ ପରିବେଶର ସୁରକ୍ଷା ମାନବ ଜୀବନର ଏକ ଦୈନନ୍ଦିନ ଅଙ୍ଗ ଅଟେ “ ତେଣୁ ଏହାର ସୁରକ୍ଷା ଓ ସୁପରିଚାଳନା କରିବା ସମସ୍ତଙ୍କର କର୍ତ୍ତବ୍ୟ । ଏହି ଉପଲକ୍ଷେ ଆୟୋଜିତ “ମୂର୍ତ୍ତିକା ସଂରକ୍ଷଣ , ମରୁଭୁମି କରଣ ଓ ମରୁଡି ପ୍ରତିହତ “ ଶୀର୍ଷକ ବିଷୟ ଉପରେ ଆୟୋଜିତ ବତ୍କୃତା ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରି କୃତକାର୍ଯ୍ୟ ହୋଇଥିବା ଶ୍ରମିକ ଓ କର୍ମଚାରୀ ମାନଙ୍କୁ ଇମ୍ଫାର ମୁଖ୍ୟ ପରିଚାଳକ (ଯାନ୍ତ୍ରିକ) ଶ୍ରୀମାନ ଏମ ॰ଶ୍ରୀନିଭାସ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପାରମ୍ଭରେ ଶ୍ରୀମାନ ପ୍ରଶାନ୍ତ କୁମାର ନାୟକ , ଗୁଣବତ୍ତା ବିଭାଗର ମୁଖ୍ୟ ସ୍ଵଗତ ଅଭିଭାଷଣ ଦେଇଥିବା ବେଳେ , ଗୁଣବତ୍ତା ବିଭାଗର କର୍ମଚାରୀ ସୁଶୀ ପୁଷ୍ପାଞ୍ଜଳି ପାତ୍ର ଉପସ୍ଥିତ ସମସ୍ତଙ୍କୁ ପରିବେଶ ସୁରକ୍ଷା ଉପରେ ଶପଥ ପାଠ କରିଥିବା ବେଳେ କର୍ମିକ ବିଭାଗର ବରିଷ୍ଠ ପରିଚାଳକ ଶ୍ରୀମାନ ସ୍ୱରୂପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । 

ଏଥି ପୂର୍ବରୁ ଗୋପବନ୍ଧୁ ନଗର ଠାରେ ଗୃହିଣୀ ମାନଙ୍କ ନିମନ୍ତେ ପରିବେଶ ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସାଙ୍ଗକୁ ବତ୍କୃତା ପ୍ରତିଯୋଗୀତା ର ଆୟୋଜନ କରାଯାଇ ଅଂଶଗ୍ରହଣକାରି ମହିଳାମାନଙ୍କୁ ପୁରସ୍କାର ସାନ୍ତ୍ଵନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅତିଥି , ଇମ୍ଫାର ଅଧିକାରିବୃନ୍ଦ ଓ ଶ୍ରମିକ ଓ କର୍ମଚାରୀମାନଙ୍କ ଦ୍ଵାରା ଇମ୍ଫା ପରିସରରେ ବୃକ୍ଷ ରୋପଣ କରଯାଇଥିଲା ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ର ମଅନୁଷ୍ଠିତ

masiha

ସରକାରୀ ଜମିରେ ଆବାସ ନିର୍ମାଣ, ଅଭିଯୋଗ ପରେ ତୁରନ୍ତ ସମାଧାନ

masiha

ଧର୍ମପରାୟଣ ବରିଷ୍ଠ ନାଗରିକ ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କ ପରଲୋକ

masiha

Leave a Comment

error: Content is protected !!