ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫରଙ୍ଗ,ଫୁଣ୍ଡା, ଦଶପୁର, ବୋରଗୁଡାର ଚାଷୀସମାଜ ଶାସନ ମୁଖ୍ୟ ଙ୍କ ନିଷ୍ପତିକୁ ଚାତକ ଭଳି ଚାହିଁ ବସିଛନ୍ତି

ଗୋଲାମୁଣ୍ଡା,14/7/ ନିର୍ଭୟ, ନିରପେକ୍ଷ ମସିହା /ବର୍ଷକୁ ବର୍ଷ ପ୍ରତିବର୍ଷ ବର୍ଷାର ନିଅଣ୍ଟ ଯୋଗୁଁ ଧାନ ଚାଷ ଓ ଅନ୍ୟାନ୍ୟ ଚାଷ ନଷ୍ଟ ହେବାର ଦେଖା ଦେଇ ଥାଏ, ଫଳରେ ଚାଷୀର ମେରୁଦଣ୍ଡ ପ୍ରତି ବର୍ଷ ଭାଙ୍ଗି ଯିବାରୁ ସାଧାରଣ ଚାଷୀ ହନ୍ତସନ୍ତ ସନ୍ତ ଅବସ୍ଥାରେ କାଳାତିପାତ କରୁଛି, । ଚାଷୀ ହେଉଛି ଦେଶର ମେରୁଦଣ୍ଡ, ପ୍ରଯାପ୍ତ ବର୍ଷା ନ ହେବା ଯୋଗୁଁ ମେରୁଦଣ୍ଡ ଭାଙ୍ଗି ଯାଉଛି, । ଏହି ପରିପ୍ରେକ୍ଷୀରେ ଗତ 2011ମସିହାରେ ଇନ୍ଦ୍ରା ବତୀ କେନାଲ ନିର୍ମାଣ ହୋଇଇଥିଲେ ହେଁ ଟୋପିଏ ପାଣି ମଧ୍ୟ ଆଜି ଯାଏଁ ଚାଷୀଙ୍କୁ ମିଳୁ ନାହିଁ, ତେଣୁ ଇନ୍ଦିରା ବତୀ କେନାଲ କୁ ରଦ୍ଧ କରାଯାଇ ବନ୍ଦା ଗାଁ ନିକଟରେ ନିର୍ମାଣ ହୋଇଥିବା ମେଘା ପ୍ରୋଜେକ୍ଟ ଜରିଆରେ ଉପରୋକ୍ତ ଗ୍ରାମପଞ୍ଚାୟତର ଚାଷୀଙ୍କୁ ପାଣି ଯୋଗାଇ ଦେବା ପାଇଁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସ୍ଥିତ ଫୁଣ୍ଡାଗ୍ରାମ ପଂଚାୟତର ଧାନ ମଣ୍ଡି ନିକଟରେ ମାଣିକେଶ୍ବରୀ ଚାଷୀ ସଙ୍ଘ ଶ୍ରୀ  ଭୁବନେଶ୍ୱର ବିଶ୍ୱାଳ ଙ୍କ ସଭାପତିତ୍ୱରେ ଅଂଚଳର ଶତାଧିକ ଚାଷୀ ଉପସ୍ଥିତ ରହି ସ୍ଥାନୀୟ ବିଧାୟକ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଆଜିକାର ଚାଷୀ କୁଳ ନିବେଦନ କରିଛନ୍ତିଯେ, ଇନ୍ଦ୍ରାବତୀ କେନାଲର ଜଳ ପରିବର୍ତ୍ତେ ମେଘା ପ୍ରୋଜେକ୍ଟ ରୁ ଜଳ ସେଚନର ସୁବ୍ୟାବସ୍ଥ କରାଗଲେ ସୁରୁଖୁରୁରେ ଚାଷୀ ପାଣି ପାଇବେ ଏବଂ ଚାଷକରୀ ଉପକୃତ ହେବେ । ,ଚଳିତ ବର୍ଷ ଜୁଲାଇ ମାସ ଶେଷ ହେବାକୁ ଯାଉଛି ବର୍ଷା ଶୂନ୍ୟ ହେବାରୁ ଗଜାମରୁଡି ଦେଖା ଯାଉଛି, ତେଣୁ ତୁରନ୍ତ ସରକାର ଦୃଷ୍ଟି ଆକର୍ଷଣ ନେଇ ଅଞ୍ଚଳକୁ ଗଜା ମରୁଡି ଭାବରେ ଘୋଷଣା କରାଯାଉ, ଏବଂ ବନ୍ଦାଗାଁରୁ ବୃନ୍ଦାବାହାଲ ପ୍ରଯ୍ୟନ୍ତ ନିର୍ମାଣ ହୋଇ ଥିବା PW, ରାସ୍ତା ଚାଷୀଙ୍କ ଜମି ଦୁଇ ପଟେ ଯାଇଥିବା ଯୋଗୁଁ କ୍ଷତିଗ୍ରସ୍ତ  ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବା ସକାଶେ ଆଜିକାର ସଭାରେ ସଭାପତି ଭୁବନେଶ୍ୱର ବିଶ୍ୱାଳ, ରାମେ ଭୋଇ, ସଦାନନ୍ଦ ମାଝୀ, ଷଷ୍ଠୀ ମୁଣ୍ଡ, ଚୈତନ୍ୟ ମେହେର, ସମ୍ପାଦକ ଉଦିଆ ନିଆଳି, ରାମକୁମାର ସେନାପତି, ରାମ ପ୍ରସାଦ ମେହେର, ଅର୍ଜୁନ ପଧାନ, କବି ସାହୁ, ଚନ୍ଦ୍ର ସାହୁ, ଉଦ୍ଧବ ମାଝୀ, ଖିରାଧି ସାହୁ ପ୍ରମୁଖ ଚାଷୀ କୂଳ ସ୍ଥାନୀୟ ବିଧାୟକ ଙ୍କ ଜରିୟା ରେ ମୂଖ୍ୟ ମନ୍ତ୍ରୀ ଙ୍କୁ ନିବେଦନ କରି ଛନ୍ତି, । 

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ପ୍ରଗତିଶୀଳ ମସିହା

Related posts

ମହା ସମାରୋହରେ ପାଳିତ ହେଲା ବିଶ୍ବ ଆଦିବାସୀ ଦିବସ

Sunil Chandra Nayak

କବୟତ୍ରୀ ଝରଣା ପ୍ରଧାନୀ ପାଇଲେ “ରସମାଧୂରୀ ସମ୍ମାନ -୨୦୨୩”

Sunil Chandra Nayak

ଇନ୍ଦ୍ରାବତୀ ଖରିଫ ଜଳ ସେଚନ ବନ୍ଦ କରିବାର ନିଷ୍ପତ୍ତି…

masiha

Leave a Comment

error: Content is protected !!