ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ସାମ୍ବାଦିକଙ୍କ ବିୟୋଗ ନେଇ ପରିବାରଙ୍କୁ ଭେଟିଲେ ଡାବୁଗାଁ ସାମ୍ବାଦିକ ସଂଘ 

ଯୁବ ସାମ୍ବାଦିକଙ୍କ ବିୟୋଗ ନେଇ ପରିବାରଙ୍କୁ ଭେଟିଲେ ଡାବୁଗାଁ ସାମ୍ବାଦିକ ସଂଘ 

ଡାବୁଗାଁ:(୩|୧୦)(ଧୃତି ରଞ୍ଜନ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଯୁବ ସାମ୍ବାଦିକ ତରଣି ସେନ ଜେନାଙ୍କ ବିୟୋଗ ଘଟିଛି । ଏହି ଦୁଃଖଦ ସମୟରେ ଡାବୁଗାଁ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ତାଙ୍କ ପରିବାରଙ୍କୁ ଭେଟି ସାନ୍ତ୍ଵନା ଦେବା ସହ ସମବେଦନା ଜଣାଇଥିଲେ । ଏହି ସମୟରେ ସଂଘ ସଭାପତି ରବିନାରାୟଣ ମହାନ୍ତି , ଉପ ସଭାପତି ଗଗନ ଗନ୍ତାୟତ, ସମ୍ପାଦକ ମିହିର ଶଙ୍କର ପାତ୍ର, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା, ସଭ୍ୟ ଗୋପାଳ ପଣ୍ଡା , ପ୍ରସାଦ ସିଂ,ଧୃତି ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତାଙ୍କ ପରିବାର ହରାଇଥିବା ମୂଲ୍ୟବାନ ସମ୍ପଦଙ୍କ ସ୍ଥାନ ଆଉ କେହି ନେ଼ଇ ପାରିବେ ନାହିଁ ବୋଲି ଡାବୁଗାଁ ସାମ୍ବାଦିକ ସଂଘ ସଭପତି ଶ୍ରୀ ମହାନ୍ତି କହିଥିଲେ । ପରିବାରଙ୍କୁ ସମ୍ଭାଳିବା ପାଇଁ ସାହସ ଯୋଗାଇବା ନିମନ୍ତେ ଡାବୁଗାଁ ସାମ୍ବାଦିକ ସଂଘ ସମସ୍ତ ଚେଷ୍ଟା କରିବ ବୋଲି ଶ୍ରୀ ଗନ୍ତାୟତ କହିଥିଲେ ।

ଡାବୁଗାଁ ବ୍ଳକରୁ ଧୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜୟଦେବ କଳା ବିକାଶ କେନ୍ଦ୍ରର ୮ ମ ବାର୍ଷିକୋତ୍ସବ ସମ୍ପନ୍ନ 

masiha

ଶ୍ରୀଅରବିନ୍ଦ – ଭବିଷ୍ୟତର ବାର୍ତ୍ତାବହ 

Sunil Chandra Nayak

ସେକ୍ଟର-୧୬ ଧବଳେଶ୍ଵର ମନ୍ଦିରରେ ୬୨ତମ ଅଷ୍ଟପ୍ରହରୀ ନାମ ଯଜ୍ଞ

Sunil Chandra Nayak

Leave a Comment

error: Content is protected !!