ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା ଆସନ୍ତା ୨୭ରେ

ରାଉରକେଲା/ ସାମାଜିକ ଅନୁଷ୍ଠାନ ସମର୍ପଣ ଓ ଓଡିଶା ବଡି ବିଲଡିଂ ଆଣ୍ଡ ଫିଟନେସ ଆସୋସିଏସନ୍ ର ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା ଆସନ୍ତା ୨୭ ତାରିଖ ଦିନ ଭଂଜଭବନ ଠାରେ ଅନୁଷ୍ଠିତ ହେବ ବୋଲି ରାଉରକେଲା କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସମର୍ପଣର ପ୍ରତିଷ୍ଠାତା ଏମଡି ସାଜାଦ ଅଜିଜ, ସଭାପତି ଝୁନୁ ନାୟକ,ଉପଦେଷ୍ଟା ଅଧ୍ୟାପିକା ସସ୍ମିତା ଜେନା ଓ ବଡି ବିଲଡିଂ ଆସୋସିଏସନ ର ସାଧାରଣ ସଂପାଦକ ସତ୍ୟବ୍ରତ ଓଝା, ଉପସଭାପତି ବିଜୟ କୁମାର ଦାସ ଓ ଅରବିନ୍ଦ କୁମାର ପ୍ରଧାନ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ ଆସନ୍ତା ୨୭ତାରିଖ ଦିନ ରାଉରକେଲା ତଥା ଆଖପାଖ ଅଞ୍ଚଳର ବିଭିନ୍ନ ବର୍ଗର ବଡିବିଲଡରଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ପ୍ରତିଯୋଗିତା ସ୍ଥାନୀୟ ଭଞ୍ଜଭବନ ଠାରେ ଅନୁଷ୍ଠିତ ହେବ । ଏଥିରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ମୁମ୍ବାଇ ଠାରେ ଅକ୍ଟୋବର ମାସ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜୁନିଅର ମିଃ ଇଣ୍ଡିଆ, ମିଃ ଇଣ୍ଡିଆ ଓ ମିଃ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ପାଇବେ । ତେଣୁ ଇଛୁକ ପ୍ରତିଯୋଗୀ ମାନେ ଏଥିରେ ଅଂଶଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାୟଗଡ଼ା ଜିଲ୍ଲାରେ ବ୍ଲକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

ସର୍ଗିଗୁଡା ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ. ଯୋଗଦେଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ 

masiha

ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!