ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶନିବାର ରାତିରେ ଅସଶନବଣିଠାରେ ବହୁ ଚର୍ଚ୍ଚିତ ଅଜଣା ଗାଡ଼ି ଧକ୍କାରେ ଅଜଣା ବ୍ୟକ୍ତି ମୃତ୍ୟୁର ପରିଚୟ ମିଳିଲା , କାର ଧକ୍କାରେ ପଥଚାରୀ ମୃତ

 ମୟୂରଭଞ୍ଜ -୨୦/୮ ( ମସିହା) ରାଇରଙ୍ଗପୁର ଶନିବାର ରାତିରେ ମର୍ମନ୍ତୁଦ ଛାତିଥରା ଦୁର୍ଘଟଣାର ସମସ୍ତ ତଥ୍ୟ ପୋଲିସ ହାତରେ ।ଖୁବ୍ କମ୍ ସମୟ ମଧ୍ୟରେ ରାଇରଙ୍ଗପୁର ପୋଲିସକୁ ସଫଳତା ମିଳିଲା ।

ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ରାଇରଙ୍ଗପୁର – ବିଶୋଇ ରାସ୍ତାର ଅସନବଣି – ଭରଣ୍ଡିଆ ମଝି ରାସ୍ତାରେ ଶନିବାର ଦିନ ରାତି୯.୩୦ ଟା ପାଖାପାଖି ସମୟରେ ଜନୈକ ବ୍ୟକ୍ତି ଏକୁଟିଆ ବେଡଗ ଖଣ୍ଡେ ଧରି ଭରଣ୍ଡିଆ ଆଡ଼କୁ ଚାଲି ଚାଲି ଯାଉଥିଲେ ।ଏହି ସମୟରେ ପଛରୁ ଦୃତ ଗତିରେ ଏକ କାର (ଓଡି ୧୧ଟି ୪୨୫୮) ପଛରୁ ଆସି ଧକ୍କା ଦେଇ ଦୃତ ଗତିରେ ଆସି ପଳାଇଥିବା ।ପଥଚାରୀ ର ମୁଣ୍ଡ,ଗଣ୍ଡି ଅଲଗା କରି ଦେଇଥିଲା ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା ।ମୃତକ ହେଲେ ବାଦାମପାହାଡ଼ ଥାନା ଅନ୍ତର୍ଗତ କୁସୁମି ବ୍ଳକର ଆହାରଵନ୍ଧ ଗ୍ରାମର ଭୀମ ପାତ୍ର(୪୮) । ରାଇରଙ୍ଗପୁର ପୋଲିସ ଭୀମ ପାତ୍ରର ପୁଅ ବୀରେନ୍ଦ୍ର ପାତ୍ରଙ୍କ ଲିଖିତ ଅଭିଯୋଗ ଅନୁସାରେ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୨୫୪/୨୩ ରୁଜୁ କରି ରବିବାର ଦିନ ମୃତକଙ୍କୁ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଭିଜିଲାନ୍ସ ଜାଲରେ ଚନ୍ଦ୍ରପୁର ତହସିଲଦାର

masiha

ବିଦ୍ୟୁତ ତାର ଚୋରି ଓ ହତ୍ୟା ଘଟଣା ର ସମସ୍ତ ଅଭିଯୁକ୍ତ ନିର୍ଦୋଷରେ ଖଲାସ

Sunil Chandra Nayak

ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ ୧୦୬୬ ମୋବାଇଲ ସହ ନକଲି ଅଳଙ୍କାର ଜବତ, ୨୧ ଗିରଫ

Sunil Chandra Nayak

Leave a Comment

error: Content is protected !!