ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ମୌଜା ସାହିତ୍ୟ ସମାଜର ବାର୍ଷିକ ଉତ୍ସବ ପାଳିତ

କଟକ : କଟକ ସଦର ୪୨ମୌଜା ସାହିତ୍ୟ ସମାଜର ବାର୍ଷିକ ଉତ୍ସବ କଳପଡ଼ା ପଞ୍ଚାୟତ ସ୍ଥିତ ମାନ୍ୟବର ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। ସଭାପତି ଆଡ଼ଭୋକେଟ କେଶବ ଚନ୍ଦ୍ର କର ଏଥିରେ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରଫେସର୍ ବୈଷ୍ଣବ ଚରଣ ସାମଲ, ମୁଖ୍ୟ ବକ୍ତା ଭାବେ ଡ଼ଃ ବାବାଜୀ ଚରଣ ପଟ୍ଟନାୟକ, ସମ୍ମାନୀୟ ଅତିଥି ଡ଼ଃ ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ପ୍ରକାଶକ ଦୁର୍ଗାଚରଣ ଷଡ଼ଙ୍ଗୀ, ଗାଳ୍ପିକ କ୍ଷୀରୋଦ କୁମାର ଦାସ, ସଂଳାପ ଲେଖକ ଚନ୍ଦ୍ରକାନ୍ତ ପଣ୍ଡା, ଡ଼ଃ ଅଭୟ କୁମାର ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ। ବରିଷ୍ଠ ସାମ୍ବାଦିକ ଡ଼ଃ ଚିତ୍ତରଞ୍ଜନ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦିକା ଡ଼ଃ ବନପ୍ରଭା ପରିଡ଼ା ବିବରଣୀ ପାଠ କରିଥିଲେ। କବି ବିଳାସ ଚନ୍ଦ୍ର ବେହେରାଙ୍କ ରଚିତ ପୁସ୍ତକ ଜୀବନ ଚମ୍ପୂ ଉନ୍ମୋଚନ କରାଯାଇଥିଲା। ସଭାରେ କବି ସୁଦାମ ଚରଣ ବେହେରା, ଅଶୋକ କୁମାର ପତି, କବୀୟତ୍ରୀ ଜ୍ୟୋସ୍ନାରାଣୀ ଦାଶ, ଲେଖକ ହର୍ଷ ବର୍ଦ୍ଧନ ପତି, ଓ.ଇ.ଏସ(୧) ଡଃ ପ୍ରବିଣା ପ୍ରିୟଦର୍ଶିନୀ ବେହେରା, ଓ.ଏଫ.ଏସ ଡଃ ସସ୍ମିତା ଭୋଇ, ନାଟ୍ୟ ନିର୍ଦ୍ଦେଶକ ସମରେନ୍ଦ୍ର ମହାପାତ୍ରଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା। ବିଶିଷ୍ଟ ଗାଳ୍ପିକ କ୍ଷୀରୋଦ କୁମାର ଦାସ ପୁସ୍ତକ ଉପରେ ଆଲୋଚନା କରିଥିଲେ। କବୀ ଜୟନ୍ତୀ ପତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଓ ନାଟ୍ୟକାର ସନ୍ତୋଷ କୁମାର ପତି ଧନ୍ୟବାଦ୍ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡଃ ଅଭୟ କୁମାର ରାଉତ, ଡଃ ସେକ୍ କଲିମୁଲା, ଶୁକଦେବ ମହାରଣା, କାଳନ୍ଦୀ ଚରଣ ସେନାପତି, ଶରତ କୁମାର ରାୟ, ଛବିରାଣୀ ପତି, ବୁଲେଇ ବେହେରା, ସରୋଜ ନଳିନୀ ପରିଜା, ସେବତୀ ବେହେରା, ପ୍ରଫୁଲ୍ଲ କୁମାର ମହାପାତ୍ର, ଜୟକୃଷ୍ଣ ନାୟକ, ଲିତେଶ ବେହେରା, ବିକ୍ରମ କେଶରୀ ଆଚାର୍ଯ୍ୟ, ଗଣେଶ୍ୱର ଦାଶ, ଗୀତାଞ୍ଜଳୀ ପୃଷ୍ଟି, ଆଲୋକ କୁମାର ପତି, ରତ୍ନମଞ୍ଜରୀ ପଣ୍ଡା, ଖଲିକୁଦ୍ ଜମାନ୍ ଖାଁ, ଯୁଧିଷ୍ଟିର ପତି, ଜଗଦୀଶ ତ୍ରିପାଠୀ, ନିରଞ୍ଜନ ବେହେରା, ଅଜୟ ବେହେରା, ରବୀନ୍ଦ୍ର ମହାନ୍ତି, ସୁରେନ୍ଦ୍ର ବେହେରା, ସୁବାସ ଚନ୍ଦ୍ର ସାହୁ, ନିରଞ୍ଜନ ବେହେରା, ପ୍ରଦୀପ୍ତ କୁମାର ମହାପାତ୍ର, ଧୀରେନ୍ଦ୍ର ବେହେରା, ସଂଗ୍ରାମ କେଶରୀ ପତି, ରଘୁନାଥ ଦାଶ, ଅଶୋକ କୁମାର ଦାଶ, ଦେବେନ୍ଦ୍ର ସେନାପତି, ମହେଶ୍ୱର ବେହେରା, କେଳୁ ଚରଣ ବେହେରା, ଦେବେନ୍ଦ୍ର ବାରିକ୍, ମିର୍ଜା ହିମାଇଦ୍ ବେଗ୍, ପ୍ରକାଶ ଚୌଧୁରୀ, ଦଳେଶ୍ୱର ଦାଶ ଓ ଦେବେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ମୋଟରସାଇକେଲରୁ ପଡି ମହିଳା ମୃତ 

masiha

ବୈଶାଖୀ ସାହିତ୍ୟ ସଂସଦର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

The only one Jobra Anicut Bridge belonging to the people of 42 Mouza and Cuttack city will be destroyed! Claim for immediate construction of two bridges and repair of old bridge.

masiha

Leave a Comment

error: Content is protected !!