ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସବିଆଇ ରେ ସ୍ବାସ୍ଥ୍ୟ ସଚେତନତା ଶିବିର

ରାଉରକେଲା/ ଆମ୍ରି ହସ୍ପିଟାଲ,ଭୁବନେଶ୍ୱର ଆନୁକୂଲ୍ୟରେ ଷ୍ଟେଟ ବ୍ୟାଙ୍କର ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ନେଇ ଏସବିଆଇ ରାଉରକେଲା ଟାଉନସିପ ଶାଖା ରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଆର ବି ଓ (ଏସ ବି ଆଇ ) ରାଉରକେଲା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ଆମ୍ରି ହସ୍ପିଟାର ହୃଦ ରୋଗ ବିଶେଷଜ୍ଞ ଡାକ୍ତର ପି କେ ଦାଶ ଓ ଅନ୍ୟ ଟେକ୍ନିସିଆନମାନେ ଉପସ୍ଥିତ ରହି ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ରାଉରକେଲାରେ ବସବାସ କରୁଥିବା ଏସ ବି ଆଇ ପେନସନର ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଏହାର ସୁଯୋଗ ନେଇଥିଲେ l ଏହି ଅବସରରେ ଅସୀମ କୁମାର ଘୋଷ, ଆର ଏମ, ଆର ବି ଓ (ଏସ ବି ଆଇ ) ରାଉରକେଲା, ସରୋଜ କୁମାର ରାଉତରାୟ, ଏ ଜି ଏମ, ଏସ ବି ଆଇ, ରାଉରକେଲା ଟାଉନସିପ ଶାଖା, ମଦନ ମୋହନ ସାହୁ,ମ୍ୟାନେଜର ଏଚ ଆର, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଷ୍ଟେଟ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ରାଉରକେଲା ପ୍ରତିନିଧି ସନ୍ତୋଷ କୁମାର ମହାନ୍ତି, ପ୍ରଶାନ୍ତ କୁମାର ମହାନ୍ତି, ତୁଷାର ମଲ୍ଲିକ , ଉମେଶ ପ୍ରଧାନ, ବିଜୟ ପାତ୍ର,ରାଧାଶ୍ୟାମ ପଟ୍ଟନାୟକ ଆଦି ପୂର୍ବତନ କର୍ମଚାରୀ ଓ ବର୍ତମାନର କର୍ମଚାରୀ ବଟକୃଷ୍ଣ ଶତପଥୀ ଆଦି ଉପସ୍ଥିତ ରହି ଏହାର ସୁପରିଚାଳନା କରିଥିଲେ l ଆମ୍ରି ହସପିଟାଲର ସଞ୍ଜୟ କୁମାର ସାମଲ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଡାମରପୁର ଜେନାପାଟଣା ଗ୍ରାମର ଦୌପଦୀ ସାହୁ ଙ୍କ ପରଲୋକ

Sunil Chandra Nayak

World Environment Day was observed by the Institution of Engineers (India), Rourkela Local Centre

masiha

ଆମପାଣି ଠାରେ ବିଜୁ ଏକ୍ସପ୍ରେସ ୱେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!