ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠିକା ସଂସ୍ଥା ଭିଜନ ଇଣ୍ଡିଆ, ପାୱାର ଏମ୍ପ୍ଲ୍ୟୋଇସ ୟୂନିଅନ ଓ ଟାଟା ପାୱାର ସହିତ ତ୍ରିପାକ୍ଷିକ ଆଲୋଚନା

 ମୟୂରଭଞ୍ଜ ୧୪.୦୩.୨୦୨୩ (ମସିହା)- ଆଜି ନିର୍ବାହୀ ଯନ୍ତ୍ରୀ, ବିଦ୍ୟୁତ୍ ରାଇରଙ୍ଗପୁରଙ୍କ ଅଫିସରେ ଏକ ତ୍ରିପାକ୍ଷିକ ଆଲୋଚନା ବିଦ୍ୟୁତ୍ ଠିକା ଶ୍ରମିକ ମିଟର ରିଡର କର୍ମଚାରୀଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଠିକା ସଂସ୍ଥା ଭିଜନ ଇଣ୍ଡିଆ, ପାୱାର ଏମ୍ପ୍ଲୋୟସ ୟୂନିଅନର କର୍ମକର୍ତ୍ତା ଓ ଟାଟାପାୱାର ଅଧିକାର ଙ୍କ ସହ ପୂର୍ବ ରୁ ଦେଇଥିବା ଲିଖିତ ଦାବୀ ପତ୍ର ସମ୍ବନ୍ଧରେ ବିସ୍ତୃତ ଫଳପ୍ରଦ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ମିଟର ରିଡିଂ କର୍ମଚାରୀଙ୍କ ଦରମା ରେ ଥିବା ତାରତମ୍ୟ ଦୂର, ପିଲାଙ୍କୁ ଦରମା ସ୍ଲିପ ଯୋଗାଣ, ESI ସ୍ଲିପ୍, ବର୍ଦ୍ଧିତ ମୋବାଇଲ ଅନୁରାଶି ଠିକା ସଂସ୍ଥା ଏହି ମାସ ଠାରୁ ଲାଗୁ କରିବା ନେଇ ଚୁକ୍ତି ହୋଇଯାଇଛି। ଆଲୋଚନାରେ ଜ୍ୟୋତି କୃଷ୍ଣ ବେହେରା,ଡେପୁଟି ଜେନେରାଲ ସେକ୍ରେଟାରୀ ଆର୍ତ୍ତବନ୍ଧୁ ବିଶ୍ଵାଳ, ଉପ ସଭାପତି ଅଶ୍ଵିନୀ କୁମାର ପଣ୍ଡା, ସର୍କଲ ସମ୍ପାଦକ ଦୁଲାଲ ରାୟ, ଡିଭିଜନ ସମ୍ପାଦକ ବିଜୟ କୃଷ୍ଣ ମାଇତୀ, ଡିଭିଜନ କୋଷାଧ୍ୟକ୍ଷ, ପାୱାର ଏମ୍ପ୍ଲୟୀସ ଉନିଅନ୍, ୟୁନିଅନର ସଦସ୍ୟ ଅମିୟ ସ୍ୱାଇଁ, ଜଗନ୍ନାଥ ମହାକୁଡ, ଦେବାଶିଷ ସାହୁ, ସୁଶାନ୍ତ ବଗାଳ,ଶିବ ମୁଣ୍ଡା, ସମସ୍ତ ମିଟର ରୀଡ଼ିଂ ସୁପର୍ଭାଇଜର ମାନେ , ଡିଭିଜନ ହେଡ କ୍ଲର୍କ ସୈଲେନ୍ଦ୍ର ସାହୁ, ରାଜେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଭିଜନ ଇଣ୍ଡିଆ ତରଫରୁ ମାନେଜିଂ ଡାଇରେକ୍ଟର ସୁରେନ୍ଦ୍ର ରାଣା, ଅମରଜିତ୍ ଦୁହାନ, ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ୍ ରାଇରଙ୍ଗପୁର ଓ ରାଧେଶ କିଶୋର ସିଂ, ବିଲିଂ ମୁଖ୍ୟ ଟାଟା ପାୱାର ବାଲେଶ୍ବର ଆଲୋଚନା ସମୟ ରେ ଉପସ୍ଥିତ ଥିଲେ । ଆଲୋଚନା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ସମାପ୍ତ ହେଲା।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଓଡ଼ାପଡ଼ା ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ସମ୍ବଳିତ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ

Sunil Chandra Nayak

ମୟୂରଭଞ୍ଜ ଜିଲ୍ଲା ଜଳ ଓ ପରିମଳ ମିଶନ କାର୍ଯ୍ୟନିର୍ବାହୀ ଓ ସମନ୍ୱୟ କମିଟି ବୈଠକ

masiha

ଖରିଆର ହେଲ୍ପପିଙ୍ଗ ଫର୍ ହେଲ୍ପଲେସ୍ ଫାଉଣ୍ଡେସନ ସଙ୍ଗଠନର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସରେ ରେ ସୋସିଆଲ ୱେଲଫେୟାର ଅର୍ଗାନେଯେସନ ସମ୍ବର୍ଦ୍ଧିତ 

masiha

Leave a Comment

error: Content is protected !!