ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହେଲୋ କିଡ୍ସ ସ୍କୁଲର ବାର୍ଷିକ ଉତ୍ସବ

ନୂଆପଡା, // ନୂଆପଡା ଜିଲ୍ଲା ଖଡ଼ିଆଳ ହେଲୋ କିଡ୍ସ ଏଣ୍ଡ ମୂସ୍କାନ ଇଣ୍ଟରନେସନାଲ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅଗ୍ରସେନ ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଡିଓ ବିରସେନ ବେହେରା, ସଂମ୍ମାନିତ ଅତିଥି ଖଡ଼ିଆଳ ନଗରପାଳ ଉଜ୍ଜ୍ୱଳ ଗୁପ୍ତା, ସିଡ଼ିପିଓ ମିନାକୁମାରି ଅଗ୍ରୱାଲ, ବ୍ଲକ ଆକାଉଣ୍ଟ ରମାକାନ୍ତ ବେହେରା, ଅଧକ୍ଷ ଭୈରବ ଛୁରା, ଦିନଦୟାଲ ଅଗ୍ରୱାଲ ଓ ବିଦ୍ୟାଳୟ ପ୍ରତିଷ୍ଠାତା ବିନ୍ଦିଆ ଅଗ୍ରୱାଲ ମଞ୍ଚାସିନ ହୋଇଥିଲେ । ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ବିନ୍ଦିଆ ଅଗ୍ରୱାଲ । ଏହି ଅଵସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ହିମାଦ୍ରୀ ବାରିକ, ତାପସ୍ୱିନୀ ବାରିକ, ପରିମିତା ବାରିକ, ସୁମିତ୍ରା କୁମାର, ମମତାଜ ବେଗମ, ଦମୟନ୍ତୀ ବନଛୋର ପୁଷ୍ପାଞ୍ଜଳି ସିନ୍ଦୁର,ସସ୍ମିତା ପ୍ରଧାନୀ, ପ୍ରଗତି ଧର, ଜୀତ ଶତପଥୀ ସହଯୋଗ କରିଥିଲେ । ବାର୍ଷିକ ଉତ୍ସବରେ ବିଦ୍ୟାଳୟର ଦୁଇ ଶହରୁ ଅଧିକ ଅଭିଭାବକ ଯୋଗ ଦେଇଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧର୍ମଗଡ଼ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଜରୁରୀ ବୈଠକ ଅନୁଷ୍ଠିତ

Sunil Chandra Nayak

ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ

Sunil Chandra Nayak

କାମାକ୍ଷାନଗର ପଞ୍ଚାୟତ ସମିତିରେ ପ୍ରଥମ ସମିକ୍ଷା ବୈଠକ ଯୋଗ ଦେଲେ କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ଓ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ କାମ ତ୍ୱରାନୀତ କରିବା ପାଇଁ ଦେଲେ ନିର୍ଦ୍ଦେଶ 

masiha

Leave a Comment

error: Content is protected !!