ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବଡ଼ାମଶାଳର ଉନ୍ନତି ପାଇଁ ଗୋଠସାହି ଗ୍ରାମବାସୀଙ୍କ ଦାବି  , ୨_ କବି ଚିନ୍ତାମଣି ବେହେରାଙ୍କର ୯୯ତମ ଜୟନ୍ତି ପାଳିତ 

ବଡ଼ାମଶାଳର ଉନ୍ନତି ପାଇଁ ଗୋଠସାହି ଗ୍ରାମବାସୀଙ୍କ ଦାବି 

ରାଇରଙ୍ଗପୁର- ତା.୦୭/୧୧ ; ମୟୁରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ, କୁଣ୍ଡାବାଇ ପଂଚାୟତ ଅନ୍ତର୍ଗତ ଗୋଠସାହି ଠାରେ ଥିବା ବଡ଼ାମ ଶାଳର ଉନ୍ନତି ପାଇଁ ଗ୍ରାମବାସୀ ମାନେ ଦାବି ଜଣାଇଛନ୍ତି ।ଏହି ଗ୍ରାମରେ ଖଡ଼ିଆ ଜନଜାତିର ଲୋକେ ବସବାସ କରୁଥିବା ବେଳେ ବଡ଼ାମଶାଳହିଁ ତାଙ୍କର ଆରାଧନାର ପୀଠ ଅଟେ । ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ଦିଅଁ ଦେବତାଙ୍କର ଆସ୍ଥାନ ସ୍ଥଳକୁ ସରକାର ଆର୍ଥିକ ଅନୁଦାନ ଯୋଗାଇଦେବା ସହ ଉନ୍ନତି ପାଇଁ ଉଦ୍ୟମ କରୁଛନ୍ତି । ଅଥଚ ଗୋଠସାହିରେ ଥିବା ବଡ଼ାମଶାଳକୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଅନୁଦାନ ମିଳିନଥିବାର କଥା ଗ୍ରାମବାସୀ କହିଛନ୍ତି । ଉକ୍ତ ବଡ଼ାମଶାଳରେ ବର୍ତମାନ ବିରଭଦ୍ର ନାଏକ ଓ ନରସିଂହ ନାଏକ ପୂଜକ ଭାବରେ ନିୟୋଜିତ ଅଛନ୍ତି । ଗ୍ରାମକୁ ଆସୁଥିବା ସବୁପ୍ରକାର ବିପଦ ଆପଦରୁ ବଡ଼ାମ ଠାକୁର ହିଁ ରକ୍ଷା କରନ୍ତି ବୋଲି ଗ୍ରାମବାସୀଙ୍କର ବିଶ୍ୱାସ ରହିଛି । ଆଜି ନଭେମ୍ବର ୭ ତାରିଖ ଶନିବାର ଦିନ ଲୋକ ସଂଗଠନ ଜନଜାଗୃତି ମଂଚର ସ୍ୱେଛାସେବି ରୁପାଏ ବାସ୍କେ, ସୁବ୍ରତ ମହାନ୍ତି ଓ କୈଳାଶ ନାୟକ ପ୍ରମୁଖ ଉକ୍ତ ଗ୍ରାମକୁ ପରିଦର୍ଶନରେ ଆସି ଲୋକଙ୍କ ସହିତ ଆଲୋଚନା କରୁଥିବା ସମୟରେ ଗ୍ରାମବାସୀ ମାନେ ଏ ବାବଦରେ ଜଣାଇଥିଲେ । ଏହା ସରକାରଙ୍କ ନଜରକୁ ଆଣିବା ସହ ଦାବି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବୁ ବୋଲି ସ୍ୱେଛାସେବି ମାନେ ପ୍ରତିଶୃତି ଦେଇଥିବାର ଜଣାଯାଇଛି । ଶିମିଳିପାଳରେ ଥିବା ଅଠର ଦେଉଳ ଖଡ଼ିଆ ଜନଜାତି ଲୋକଙ୍କର ମୁଖ୍ୟ ତୀର୍ଥ କ୍ଷେତ୍ର ହୋଇଥିବା ବେଳେ ଚାଙ୍ଗୁ ନାଚ ଓ ବଡ଼ାମଶାଳ, ପ୍ରତି ଖଡ଼ିଆ ବସ୍ତି ଅଂଚଳରେ ଦେଖିବାକୁ ମିଳେ । ବାଥୁଡ଼ି ଜନଜାତି ଓ ଖଡ଼ିଆ ଜନଜାତିଙ୍କର ରିତି ନୀତି, ପରମ୍ପରା, ପୂଜାପାଠ ଓ ସଂସ୍କୃତି ସବୁକିଛି ସମାନ ଥିବାର ପରିଲକ୍ଷିତ ହୋଇଥାଏ । କିନ୍ତୁ ଏହି ଦୁଇ ଜନଜାତିଙ୍କର ଏକତ୍ର ମିଳନ ଦେଖାଯାଏ ନାହିଁ । ତେବେ ଏହାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି କଥା ଶୁଣାଯାଇ ନାହିଁ । 

  କବି ଚିନ୍ତାମଣି ବେହେରାଙ୍କର ୯୯ତମ ଜୟନ୍ତି ପାଳିତ 

ବାରିପଦା /ଉଦଳା – ତା.୦୭/୧୧ ; ମୟୁରଭଞ୍ଜ ଜିଲ୍ଲା,ଉଦଳା ସ୍ଥିତ ସନ୍ଧାନଗୃହ ଠାରେ କବି ଚିନ୍ତାମଣି ବେହେରାଙ୍କର ୯୯ତମ ଜନ୍ମ ଜୟନ୍ତି ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଚିନ୍ତାମଣି ସ୍ମୃତି ପରିଷଦର ସଂପାଦକ ପ୍ରଫୁଲ ଖିଲାର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ସାହିତ୍ୟିକ, ବିିଶିଷ୍ଟ ଶିକ୍ଷାବିତ ଦିଲିପ କୁମାର ଦୀକ୍ଷିତ କବି ଚିନ୍ତାମଣି ବେହେରାଙ୍କର ଉଦାରତା ଓ ସମାଲୋଚନାର ଗଭିରତା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଡ଼. ଭାଗବତ ବେହେରା ଚିନ୍ତାମଣି ବାବୁଙ୍କ ସହ ବିତାଇଥିବା ଦିର୍ଘ ୫ ବର୍ଷର ଅଭିଜ୍ଞତା ଓ ଶିଖିଥିବା କଥାମାନ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରବୀଣ ଶିକ୍ଷକ ତଥା ଶିକ୍ଷାବିତ ପ୍ରଫୁଲ ମହାଳିକ ଚିନ୍ତାମଣିବାବୁ ପିଲାଟି ଦିନରୁ ନିରନ୍ତର ସଂଗ୍ରାମ କରି ଯେଉଁ ସ୍ତରକୁ ପହଂଚି ପାରିଥିଲେ ତାହା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି କହିଥିଲେ । ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ବକ୍ତା ତଥା ଉଦଳା ମହାବିଦ୍ୟାଳୟର ସେବା ନିବୃତ ପ୍ରାଧ୍ୟାପକ ଭୋଳାନାଥ ସାହୁ ଚିନ୍ତାମଣି ବାବୁଙ୍କର ପ୍ରଗତିବାଦୀ, ସାମ୍ୟବାଦି ଓ ବାମପନ୍ଥୀ କବିତା ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଶିକ୍ଷାବିତ ରବିକାନ୍ତ ମହାପାତ୍ର ମଂଚ ପରିଚାଳନା କରିଥିଲେ ।ଏହି ଅବସରରେ ମୋନାଲିସା ଭଂଜଙ୍କର ଉପନ୍ୟାସ ‘ତଟିନିର ତୃଷ୍ଣା’ ଉନ୍ମୋଚିତ ହୋଇଥିଲା । ପକ୍ଷୀଘର ପ୍ରକାଶନି ତରଫରୁ ପ୍ରକାଶିତ ଏହି ଉପନ୍ୟାସଟିକୁ ନିଜେ ମୋନାଲିସା ଭଂଜ ଓ ପ୍ରାଧ୍ୟାପକ ଡ଼. ରମେଶ ଚନ୍ଦ୍ର ନାୟକ ସମୀକ୍ଷା କରିବା ସହିତ ମୋନାଲିସା ଭଳି ନବୀନ ଲେଖକ ମାନେ ଚିନ୍ତାମଣି ବେହେରାଙ୍କ ଉତରାଧିକାରୀ ସାଜି ଏ ମାଟିର ନାମ ରଖନ୍ତୁ ବୋଲି କହିଥିଲେ । ମଂଚ ତଳେ ବସିଥିବା ଲକ୍ଷ୍ମୀଧର ପୁଥାଳ, ଚିନ୍ତାମଣୀ ବେହେରାଙ୍କ ବଂଶଜ ରତିକାନ୍ତ ବେହେରା, ଡ଼. ଶ୍ୟାମସୁନ୍ଦର ପଣ୍ଡା ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ପରେ ପରେ କବି ସୁଶାନ୍ତ ବେହେରାଙ୍କ ସଂଯୋଜନାରେ ଆଶୁକବି ଯୋଗେନ୍ଦ୍ର ପଣ୍ଡା, ଜ୍ୟେତ୍ସାରାୟ, ଅବନ୍ତି ବେହେରା, ଜାହ୍ନବି ପୁଟି, ତନୁଶ୍ରୀ ପଣ୍ଡା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଏହାକୁ କବି ପ୍ରଫୁଲ ଖିଲାର ସମୀକ୍ଷା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱର୍ଗତଃ ଚିନ୍ତାମଣି ବେହେରା ଓ ପ୍ରଶାନ୍ତ ବେହେରାଙ୍କ ଫଟୋ ଚିତ୍ରରେ ଧୂପ ପୁଷ୍ପ ପ୍ରଦାନ କରାଯାଇଥିଲା । ପଦ୍ମାବତୀ ବେହେରା ଓ ଜାହ୍ନବି ପୁଟୀ ସ୍ୱାଗତ ସଂଗୀତ ଗାନ କରିଥିଲେ । ପ୍ରଶାନ୍ତ ମେମୋରିଆଲ ଟ୍ରଷ୍ଟ ତରଫରୁ ଆଜିର କାର୍ଯ୍ୟକ୍ରମ ଆୟୋଜନର ନେତୃତ୍ୱ ନିଆଯାଇଥିଲା । ସର୍ବଶେଷରେ ଆଶିଷ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଲାଞ୍ଜିଗଡ଼କୁ ଦିନିକିଆ ଗସ୍ତରେ ସ୍ଵତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ

Sunil Chandra Nayak

ରାୟଗଡା ଜିଲ୍ଳାରେ ଡିସେମ୍ବର ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି

masiha

ନର୍ଲା ଧରିତ୍ରୀ ସାମ୍ବାଦିକ ସନ୍ତୋଷ ପାତ୍ର ଙ୍କ ପିତୃ ବିୟୋଗ 

masiha

Leave a Comment

error: Content is protected !!