ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼କୁ ଦିନିକିଆ ଗସ୍ତରେ ସ୍ଵତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ

ବିଶ୍ୱନାଥପୁର, ତାରିଖ,-18/04/23 ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ସ୍ୱତନ୍ତ୍ର ପ୍ରକଳ୍ପ ଦ୍ବାରା ଚାଲିଥିବା କାନକୁଟ୍ରୁ ପଞ୍ଚାୟତ ର ବାରଗୁଡା ଆବାସନଗର, ଲାଞ୍ଜି ପଞ୍ଚାୟତ ନଙ୍ଗଲବାହାଲିର ବିକାଶ ନଗର, ଚମ୍ପାଦେଇପୁର ପଞ୍ଚାୟତ ର ସାପୁଲକୁଚା ଅମୃତ ସରୋବର ଓ ସେଠାରେ ଲାଞ୍ଜିଗଡ ବ୍ଲକର ମନରେଗାରେ ତିନିଶହ ଦିନରୁ ଅଧିକା କାର୍ଯ୍ୟ କରିଥିବା (26)ଜଣ ଶ୍ରମିକଙ୍କୁ ଶ୍ରୀ ଡାକୁଆ ସମ୍ବର୍ଦ୍ଧିତ କରିଥିଲେ,୫ଟିରେ ଅନ୍ତର୍ଭୁକ୍ତ ହୋଇ ରୁପାନ୍ତିକରଣ ହେଉଥିବା ଜୋଡା ବନ୍ଧର ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ରୂପାନ୍ତରିତ କାର୍ଯ୍ୟକୁ ସଠିକ ସ୍ଥାନରେ ଅନୁଦାନ ଅର୍ଥ ବିନିଯୋଗ ହେଇନଥିବାରୁ ବ୍ଲକ ପ୍ରଶାସନ କୁ ତାଗିତ କରିଥିବା ଦେଖିବାକୁ ମିଳିଥିଲା,ଓ ଲାଞ୍ଜିଗଡ଼ ପଞ୍ଚାୟତର ସାପ୍ତାହିକ ବଜାର ପ୍ରାଙ୍ଗଣରେ ଚାଲିଥିବା ମିଶନ ଶକ୍ତି କାଫେ ପରିଦର୍ଶନ କରି ଥିଲେ।ଉକ୍ତ ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉନ୍ନୟନ ମୁଖ୍ୟ କାର୍ଯ୍ୟନିର୍ବାହଧିକାରୀ ସଚିନ ପାଵ୍ଆର ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର,ସହକାରୀ ଯନ୍ତ୍ରୀ ସାଲାଖୁ ହେମ୍ବ୍ରମ, କନିଷ୍ଠ ଯନ୍ତ୍ରୀ ସ୍ମିତା ବିଶ୍ଵାଳ, ମନରେଗା ଜିଲ୍ଲା କୋଡିନେଟର ପାର୍ବତୀ ପଟ୍ଟନାୟକ,ଏପିଇଓ ସଂଜିବ କୁମାର ପରିଡା ପି ଇ ଓ ପ୍ରମୋଦ ସାହୁ ଚମ୍ପାଦଇପୁର ସରପଞ୍ଚ ନରେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ସନ୍ତୋଷ କୁମାର ତୁଳ,ବିଶ୍ୱନାଥପୁର

Related posts

ପଣ୍ଡିତ ଗୋପବନ୍ଧୁଙ୍କ ସମ୍ପର୍କରେ ବିଭିନ୍ନ ପ୍ରତିଯୋଗିତା ଆସନ୍ତା ୭ ରେ …

Sunil Chandra Nayak

ସ୍ଵ ଗଣନା କାର୍ଯ୍ୟକ୍ରମ ର ଶୁଭାରମ୍ଭ 

Sunil Chandra Nayak

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କୁନ୍ତେଶୁ ରୁ ରାମଜୀପୁଟ ଗ୍ରାମକୁ ରାସ୍ତା ନିର୍ମାଣ ହେଉ ନ ଥିବାରୁ ଗ୍ରାମବାସୀ ଙ୍କ ତୀବ୍ର ବିରୋଧ

Sunil Chandra Nayak

Leave a Comment

error: Content is protected !!