ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସିପିଆଇ ଜିଲ୍ଲା କମିଟି ବୈଠକ

ଜୁନାଗଡ଼,୧୮/୪,  ସ୍ଥାନୀୟ ସଂସ୍କୃତି ଭବନ ଠାରେ ଭାରତୀୟ କମୁନିଷ୍ଟ ପାର୍ଟି କଳାହାଣ୍ଡି ଜିଲ୍ଲା କମିଟି ର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ ହୋଇଯାଇଛି।ସାଥି ସୁଶାନ୍ତ କୁମାର ଜାଳଙ୍କ ସଭାପତିତ୍ୱର ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସମ୍ପାଦକ ଅଭୟ ସାହୁ,ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ମିଶ୍ର,ଜୟନ୍ତ ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦାମୋଦର ବେହେରା ,ଅକ୍ଷୟକୁମାର ମେହେର,ଜଗଦୀଶ ଦୁର୍ଗା,ସଞ୍ଜୟ ସୁନାନୀ,ସଭାନେତ୍ରୀ ରାଣୀମତି ଛତ୍ରୀୟା,ବନିତା ମାଝୀ ପ୍ରମୁଖ ଯୋଗଦେଇ ଚାଷୀ, ମୂଲିଆ ଓ ଦରିଦ୍ର ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ।ଏଥି ସହ ପରବର୍ତ୍ତୀ ଆନ୍ଦୋଳନ ତଥା ଦାବୀ ସମୂହ ଉପସ୍ଥାପନ କରାଯାଇଥିଲା।ସେଥି ମଧ୍ୟରେ ଜଙ୍ଗଲ ଜମି ଆଇନ ଅନୁଯାଇ ପଟ୍ଟା ବଣ୍ଟନ,ନିର୍ଦ୍ଧାରିତ ସମୟ ମଧ୍ୟରେ କେନାଲ କାମ ସମାପ୍ତ,ଜବକାର୍ଡ଼ ଧାରୀଙ୍କୁ ୨୦୦ଦିନର କାମ,ଆଧାର କାର୍ଡ ସଂଶୋଧନ କରି ଭତ୍ତା ବଣ୍ଟନ,ବେସାହାରଙ୍କୁ ଘର ଯୋଗାଣ,ଆଶା ପାଚିକାଙ୍କୁ ସାମାଜିକ ନିରାପତ୍ତା ଏବଂ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ ପ୍ରଭୃତି ରହିଥିଲା।ଏହି ବୈଠକରେ ଜିଲ୍ଲାରୁ ଅନେକ ସଦସ୍ୟ ଉପସ୍ଥିତ ରହି ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ମହିଳା ସଂରକ୍ଷଣ ବିଲକୁ ନେଇ ବିଜେପି ନାଟକ କରୁଛି: ବିଜେଡି ମହିଳାଙ୍କୁ ସାମ୍ୱିଧାନିକ ପଦରେ ଅବସ୍ଥାପିତ କରିବା କ୍ଷେତ୍ରରେ, ଦେଶରେ ବିଜେଡି ସର୍ବାଗ୍ରେ 

Sunil Chandra Nayak

କୋରାପୁଟ ଲୋକସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ, ଅଭେଦ୍ୟ ଗଡ଼ ସୁରକ୍ଷିତ ରଖିବ କି କଂଗ୍ରେସ! ?

masiha

ଜିଲ୍ଲା ରେ ସୁନିଶ୍ଚିତ ମରୁଡି ପରିସ୍ଥିତି କୁ ଆଶଙ୍କା କରି ଜିଲ୍ଲା କଂଗ୍ରେସ କମିଟି କଲା ଏକ ଜରୁରୀ ସମ୍ବାଦଦାତା ସମ୍ମିଳନୀ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!