ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସିପିଆଇ ଜିଲ୍ଲା କମିଟି ବୈଠକ

ଜୁନାଗଡ଼,୧୮/୪,  ସ୍ଥାନୀୟ ସଂସ୍କୃତି ଭବନ ଠାରେ ଭାରତୀୟ କମୁନିଷ୍ଟ ପାର୍ଟି କଳାହାଣ୍ଡି ଜିଲ୍ଲା କମିଟି ର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ ହୋଇଯାଇଛି।ସାଥି ସୁଶାନ୍ତ କୁମାର ଜାଳଙ୍କ ସଭାପତିତ୍ୱର ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସମ୍ପାଦକ ଅଭୟ ସାହୁ,ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ମିଶ୍ର,ଜୟନ୍ତ ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦାମୋଦର ବେହେରା ,ଅକ୍ଷୟକୁମାର ମେହେର,ଜଗଦୀଶ ଦୁର୍ଗା,ସଞ୍ଜୟ ସୁନାନୀ,ସଭାନେତ୍ରୀ ରାଣୀମତି ଛତ୍ରୀୟା,ବନିତା ମାଝୀ ପ୍ରମୁଖ ଯୋଗଦେଇ ଚାଷୀ, ମୂଲିଆ ଓ ଦରିଦ୍ର ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ।ଏଥି ସହ ପରବର୍ତ୍ତୀ ଆନ୍ଦୋଳନ ତଥା ଦାବୀ ସମୂହ ଉପସ୍ଥାପନ କରାଯାଇଥିଲା।ସେଥି ମଧ୍ୟରେ ଜଙ୍ଗଲ ଜମି ଆଇନ ଅନୁଯାଇ ପଟ୍ଟା ବଣ୍ଟନ,ନିର୍ଦ୍ଧାରିତ ସମୟ ମଧ୍ୟରେ କେନାଲ କାମ ସମାପ୍ତ,ଜବକାର୍ଡ଼ ଧାରୀଙ୍କୁ ୨୦୦ଦିନର କାମ,ଆଧାର କାର୍ଡ ସଂଶୋଧନ କରି ଭତ୍ତା ବଣ୍ଟନ,ବେସାହାରଙ୍କୁ ଘର ଯୋଗାଣ,ଆଶା ପାଚିକାଙ୍କୁ ସାମାଜିକ ନିରାପତ୍ତା ଏବଂ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ ପ୍ରଭୃତି ରହିଥିଲା।ଏହି ବୈଠକରେ ଜିଲ୍ଲାରୁ ଅନେକ ସଦସ୍ୟ ଉପସ୍ଥିତ ରହି ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବିଜେପି ଦଳର ୪୪ ତମ ପ୍ରତିଷ୍ଠା ଦିବସ ପାଳିତ 

masiha

ନିର୍ବାଚନୀ ପ୍ରଚାରରେ ଶିଶୁ  ଆଦର୍ଶ ଆଚରଣ ବିଧି ଉଲଘଂନ ଅଭିଯୋଗ

masiha

ବିଜେଡି ର ୩ ଟି ସ୍ଥାନରେ କର୍ମୀ ସମ୍ମିଳନୀ 

masiha

Leave a Comment

error: Content is protected !!