ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରେମରେ ପ୍ରତାରଣା : ପ୍ରେମିକ ଘରେ ବିଷ ପିଇ ଜୀବନ ହାରିଲେ ପ୍ରେମିକା

ଶବ ସତ୍କାର ପାଇଁ ପରିବାର ଲୋକେ ମନା କରିଦେଲେ। ସାମାଜିକ ବାସନ୍ଦ ଭୟରେ ଗାଁ ଲୋକେ ପାଖକୁ ଆସିଲେ ନାହିଁ। ପ୍ରଶାସନ,ସାମ୍ବାଦିକ ଓ ସ୍ୱେଚ୍ଛାସବୀ ଙ୍କ ମିଳିତ ଉଦ୍ୟମ ରେ ହୋଇଥିଲା ଶବ ସଂସ୍କାର…..

ପ୍ରେମରେ ଧୋକା ପରେ ଆତ୍ମହତ୍ୟା l ଅଲଗା ଜାତିର ପ୍ରେମର କରୁଣ ଚିତ୍ର । ପ୍ରେମିକ ବାହା ହେବା ପାଇଁ ମନା କରିବା ସହିତ ବିଷ ଦେଇ ପ୍ରେମିକାକୁ ମାରିଥିବା ଅଭିଯୋଗ l କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ପଞ୍ଚାୟତ ନୁଣାପାଣି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍ ବେହେରା ପଞ୍ଚାୟତ ନୁଣାପାଣି ଗାଁରେ ଜଣେ ଯୁବକ ଏବଂ ଯୁବତୀଙ୍କ ମଧ୍ୟରେ ଦୁଇ ବର୍ଷରୁ ପ୍ରେମ ସମ୍ପର୍କ ଥିଲା l ଯୁବକ ଜଣଙ୍କ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିଲ । ଏହି ବିଷୟରେ ଦୁଇ ପରିବାର ମଧ୍ୟ ଜାଣିଥିଲେ । କିନ୍ତୁ ଯେହେତୁ ଦୁଇ ଜଣ ଭିନ୍ନ ଜାତିର ହୋଇଥିବାରୁ ପରିବାର ଲୋକେ ଯୁବତୀଙ୍କୁ ଗ୍ରହଣ କରିବା ପାଇଁ ମନା କରିଦେଇଥିଲେ । ଫଳରେ ପରିବାରବର୍ଗ ଯୁବତୀଙ୍କୁ ବାହା ହେବାକୁ ଯୁବକଙ୍କୁ ମନାକରିବା ସହ ଭୁଲି ଯିବାକୁ କହି ଆସୁଥିଲେ । କିନ୍ତୁ ଯୁବତୀ ଜଣଙ୍କ ଯୁବକଙ୍କୁ ବାହା ହେବା ପାଇଁ ଜିଦ୍ ଧରିଥିଲେ ।

ଯୁବକ ଜଣଙ୍କ ବାହା ହେବା ପାଇଁ ମନା କରିବା ପରେ ଯୁବତୀଙ୍କୁ ବିଷ ପିଇ ମରିଯିବା ପାଇଁ କହି ବିଷ ଆଣି ଦେଇଥିଲେ ବୋଲି ଅଭିଯୋଗ ହୋଇଛି l ଯୁବତୀ ଏହି ଘଟଣା ସମ୍ପର୍କରେ ତାଙ୍କ ପରିବାରକୁ ଜଣାଇଥିଲେ ଏବଂ ଯୁବକଙ୍କୁ ଘରକୁ ଯାଇ ବିଷ ପିଇ ଦେଇଥିଲେ । ଯୁବତୀଙ୍କୁ ଯୁବକଙ୍କ ପରିବାର ଲୋକେ ସଙ୍ଗେ ସଙ୍ଗେ ଧର୍ମଗଡ ହସ୍ପିଟାଲ ପରେ ଭବାନୀପାଟଣା ହସ୍ପିଟାଲକୁ ନେଇ ଯାଇଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବା ପରେ ବୁର୍ଲା ହସ୍ପିଟାଲକୁ ରେଫର କରାଯାଇଥିଲା l ସେଠାରେ ଯୁବତୀଙ୍କ ମୃତ୍ୟୁ ହେବା ପରେ ମୃତଦେହ ଗାଁକୁ ଅଣାଯାଇଥିଲା l ମୃତଦେହ ଗାଁକୁ ଆସିବା ପରେ ଯୁବକଙ୍କ ଯୋଗୁଁ ତାଙ୍କ ଝିଅର ମୃତ୍ୟୁ ହୋଇଛି ଏଥିପାଇଁ ତାଙ୍କୁ ଗିରଫ କରାଯାଉ ବୋଲି ମୃତଦେହ ରଖି ଯୁବକଙ୍କ ଘର ସାମ୍ନାରେ ବସିରହିଥିଲେ।ଘଟଣାସ୍ଥଳରେ କୋକସରା ପୋଲିସ ପହଁଚି ତଦନ୍ତ କରିଥିଲା। ଶବ ସତ୍କାର ପାଇଁ ପରିବାର ଲୋକେ ମନା କରିଦେଲେ। ସାମାଜିକ ବାସନ୍ଦ ଭୟରେ ଗାଁ ଲୋକେ ପାଖକୁ ଆସିଲେ ନାହିଁ। 

ଶେଷରେ ସାମ୍ବାଦିକ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ପ୍ରଶାସନ ମିଳିତ ଉଦ୍ୟମ ରେ ହୋଇଥିଲା ଶବ ସଂସ୍କାର | ମାନବିକତା ଦୃଷ୍ଟିରୁ ଏହି ମହତ୍ କାର୍ଯ୍ୟ ରେ କୋକସରା ପୋଲିସ ପ୍ରଶାସନ,ଧର୍ମଗଡ଼ ତହସିଲଦାର ଓ ସ୍ଥାନୀୟ ସରପଞ୍ଚ ସାମିଲ ହୋଇ ଯୁବତୀର ଶବ ସଂସ୍କାର କରିଥଲେ।

ଦୀର୍ଘ ୧୬ଘଣ୍ଟା ରାସ୍ତା କଡ଼ରେ ପଡ଼ି ରହିଥିଲା ଶବ । ସାମ୍ବାଦିକ ଲକ୍ଷ ଜ୍ୟୋତି ଜାଲ ସାଥି ସାମ୍ବାଦିକ ସୁଧିର ଗୋପାଳ ସାମ୍ବାଦିକ ବାଳକୃଷ୍ଣ ନାଏକ, ସାମ୍ବାଦିକ ସୁବାସ ବାଗ, ସାମ୍ବାଦିକ ଶୋଭିତ ଗାନ୍ଧୀ, ସାମ୍ବାଦିକ ଦିଲ୍ଲୀପ ଦୁରିଆ, ବରିଷ୍ଠ ଆଦିବାସୀ ନେତା ଚିତ୍ତ ପୁଝାରୀ,ଭବେଶ ଗଏତା ଓ କୋକସରା ପୋଲିସ ନୁନପାଣି ଗ୍ରାମ ଘର ଘର ବୁଲି କାଠ ସଂଗ୍ରହ କରି କୋକେଇରେ ଦୁଇ କିମି ଦୂର ଗାଁ ମଶାଣିକୁ ନେଇ ଦ୍ୱାରା ଗ୍ରାମର ପ୍ରେମ ପ୍ରତାରିତା ଯୁବତୀଙ୍କ ଶବ ସତ୍କାର କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କୋକସରା ବ୍ଲକ ଗସ୍ତ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପ୍ରସ୍ତୁତି ସହ ୫ ଟି ହାଇସ୍କୁଲ କାର୍ଯ୍ୟ ତଦାରଖ

Sunil Chandra Nayak

OTN TV ଦ୍ଵାରା  ସମ୍ମାନିତ ହେଲେ ଯୁବ ସାମ୍ୱାଦିକ ହିମାଂଶୁ ଭୋଇ 

masiha

ଦୁଇ ଦ୍ବିଦିବସୀୟ ଏମଏସଏମଇ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!