ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଳବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ର ସାମାଜିକ କାର୍ଯ୍ୟକ୍ରମ 

ରୋଟାରୀ କ୍ଳବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ର ସାମାଜିକ କାର୍ଯ୍ୟକ୍ରମ 

ରାଉରକେଲା: ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ସେକ୍ଟର ୨୨ ସ୍ଥିତ ଦିବ୍ୟାଙ୍ଗ ଙ୍କ ଅନୁଷ୍ଠାନ ଆଶା ଠାରେ ଅନ୍ତେବାସୀଙ୍କ ପାଇଁ ଖୁସି ବାଣ୍ଟିବା ସହ ଅନୁଷ୍ଠାନକୁ ଏକ ୱାଟର ପ୍ୟୁରିଫାୟର, ଦୁଇଟି କାନ୍ଥ ଘଣ୍ଟା,ମାଇକ ସେଟ୍ ସହ ବିସ୍କୁଟ , ଚକୋଲେଟ ବଣ୍ଟନ କରାଯାଇଥିଲା। ରୋଟାରୀଆନ ଡ଼ଃ ସଂଯୁକ୍ତା ପତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ର ସଭାପତି ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ର, ସାଧାରଣ ସମ୍ପାଦକ ବସନ୍ତ କୁମାର ତନ୍ତୀ , ରୋଟାରିଆନ ଅର୍ଚ୍ଚନା ଦେବତା, ଅନିତା ନାୟକ, ବିଜୟଲକ୍ଷ୍ମୀ ତ୍ରିପାଠୀ, ପ୍ରଶାନ୍ତ ସାମଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅନ୍ତେବାସୀଙ୍କୁ ଉତ୍ସାହିତ କରିବା ସହ ତାଙ୍କ ସହ ଭାବ ବିନିମୟ କରିଥିଲେ । ପ୍ରାରମ୍ଭରେ ସଭାପତି ରୋଟାରିଆନ ପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଓ ଉପସ୍ଥିତ ରୋଟାରୀଆନ ମାନେ ଅନ୍ତେବାସୀଙ୍କୁ ଆଶ୍ରିବଚନ ପରେ ଶେଷରେ ସମ୍ପାଦକ ରୋଟାରୀଆନ ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ର ଅଧ୍ୟକ୍ଷା ରୋଟାରୀଆନ ଡ଼ଃ ପତି ଙ୍କ ଏହି କାର୍ଯ୍ୟକ୍ରମରେ ଆଶା ଅନୁଷ୍ଠାନର ଝେଲମ ପ୍ରଭା ରଞ୍ଜିତ ରାୟ,ସୁକୁରମଣୀ ପାତ୍ର,ସିଲା ସୁଷମା ଲାକ୍ରା, ବବିତା ମୁର୍ମୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଥା ଦେଇ କଥା ରଖିଲେ ମାନ୍ୟବର ଧର୍ମଗଡ଼ ବିଧାୟକ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ରାଜ୍ୟସରକାରଙ୍କ ୪୯,୫୯,୮୦୦/- ଟଙ୍କା ମଞ୍ଜୁରୀ 

masiha

ହରିଶ୍ଚନ୍ଦ୍ର ଯୋଜନାରେ ମୃତକ ପରିବାରକୁ ପ୍ରଶାସନର ସହାୟତା 

Sunil Chandra Nayak

ନର୍ଲା ପଞ୍ଚାୟତ ସମିତି ଠାରେ ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!