ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମୟୂରଭଞ୍ଜରେ ହର୍ଷୋଲ୍ଲାସ ସହ ଉଦ୍ଘାଟିତ ହେଲା ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା

ମୟୂରଭଞ୍ଜରେ ହର୍ଷୋଲ୍ଲାସ ସହ ଉଦ୍ଘାଟିତ ହେଲା ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା

 ମୟୂରଭଞ୍ଜ: ତା ୦୨.୧୨. ( ମସିହା)ଚଳିତ ବର୍ଷ ୧୭ ବର୍ଷରୁ କମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା (ବାଳକ ଓ ବାଳିକା) ୨୦୨୪-୨୫ ମୟୂରଭଞ୍ଜର ସଦର ମହକୁମା ବାରିପଦା ଠାରେ ସୋମବାର ଦିନ ଉଦ୍ଘାଟିତ ହୋଇଯାଇଛି। ଏହି ପ୍ରତିୟୋତିତ ଅପରାହ୍ନରେ ତକତପୁର, ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଷ୍ଟାଡିୟମ ପ୍ରାଙ୍ଗଣରେ ୮୦୦ରୁ ଉର୍ଦ୍ଧ୍ୱ ବାଳକ ଓ ବାଳିକାଙ୍କ ସହଭାଗିତାରେ ହର୍ଷୋଲ୍ଲାସରେ ଆରମ୍ଭ ହୋଇଯାଇଛି।

ତା.୦୨.୧୨.୨୦୨୪ରୁ ତା.୦୭.୧୨.୨୦୨୪ ରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ, ମୁଖ୍ୟ ଅତିଥି ଶ୍ରୀମତୀ ଭାରତୀ ହାଁସଦା ଅଧକ୍ଷା, ଜିଲ୍ଲା ପରିଷଦ, ମୟୂରଭଞ୍ଜ, ସତନ୍ତ୍ର ଅତିଥି ଭାବେ ଶ୍ରୀଯୁକ୍ତ କୃଷ୍ଣାନନ୍ଦ ମହାନ୍ତି, ନଗରପାଳ, ବାରିପଦା ପୌରପାଳିକା, ଓ ସଭାପତି ଭାବେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ କ୍ରୀଡା ମଶାଲ ଜଳାଇ ଏହି ୬ଦିନ ଧରି ହେବାକୁ ଥିବା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। 

ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି କ୍ରୀଡା ଦିବସର ଉଦ୍ଘାଟନୀ ପ୍ୟାରେଡ଼ରେ ଯୋଗଦେଇ କ୍ରୀଡାର ମନୋଭାବ ଏବଂ ଜେଣ୍ଟେଲ ମେନ୍ସ ଗେମ କ୍ରିକେଟ ର ସ୍ପିରିଟକୁ ବଜାୟ ରଖିବାର ଶପଥ ନେଇଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀମତୀ ହାଁସଦା କ୍ରୀଡା ପତାକା ଉତ୍ତୋଳନ କରି କହିଲେ ମୟୂରଭଞ୍ଜ ଜିଲ୍ଲାରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେଉଥିବା ଆମ ପାଇଁ ଗୌରବର ବିଷୟ। ଏହି ପ୍ରତିଯୋଗିତା ପିଲାଙ୍କ ଭିତରେ ଥିବା ଲୁକାୟିତ କ୍ରୀଡା ପ୍ରତିଭାକୁ ବିକଶିତ କରିବ। ଏହି କାର୍ଯ୍ୟକ୍ରମର ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ଶିକ୍ଷା ଅଧୁକାରୀ, ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ସେଠୀ କହିଥିଲେ ଯେ ପ୍ରତ୍ୟେକ ଖେଳ ସହିତ ଏକ ଶୃଙ୍ଖଳା ଆବଶ୍ୟକ ଏବଂ ଏହି ଶୃଙ୍ଖଳା ହିଁ ଭବିଷ୍ୟତରେ କାମରେ ଆସିବ। 

ଏହି ଉଦ୍ଘାଟନୀ ସମାରୋହରେ, ଶ୍ରୀଯୁକ୍ତ ସହଦେବ ସମାଧିଆ, କୁଳସଚିବ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଶ୍ରୀଯୁକ୍ତ ଜ୍ୟୋତି ପ୍ରସାଦ ପରିଡା ସହ ନିର୍ଦ୍ଦେଶକ ଶାରୀରିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡିଶା, ଭୁବନେଶ୍ବର, ଶ୍ରୀଯୁକ୍ତ ଶୁଭାଶିଷ ନାୟକ ଜିଲ୍ଲା କ୍ରୀଡା ଅଧିକାରୀ, ଶ୍ରୀଯୁକ୍ତ ବିଜୟ କୁମାର ଦାସ ସାଧାରଣ ସଂପାଦକ, ମୟୂରଭଞ୍ଜ ଏଥ୍‌ଲେଟିକ୍ ଏସୋସିଏସନ୍, ବାରିପଦା ଷ୍ଟାଡିୟମ, ଶ୍ରୀମତୀ ଦୀପ୍ତି ନାୟକ. ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀଯୁକ୍ତ ଶଶୀଧର ସିଂହ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ଯୋଗ ଦେଇଥିବା ବେଳେ, ଶ୍ରୀଯୁକ୍ତ ଭାଗିରଥି ମଲ୍ଲିକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜୟ ଶ୍ରୀ ରାମ କ୍ଲବ ତରଫରୁ ୪୨ ମୌଜାରେ ଦିବାରାତ୍ର କ୍ରିକେଟ୍ ଖେଳ ଅନୁଷ୍ଟିତ        

masiha

ନୂଆପଡା ପ୍ରିମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ୍, ସନ୍ଧିମୁଣ୍ଡା(ବସନ୍ତ-୧୧) ଚାମ୍ପିଅନ୍

Sunil Chandra Nayak

ଜୁଣବଳଦା ପ୍ରିମିୟର ଲିଗ ସିଜିନ ୧ ଉଦଯାପିତ 

masiha

Leave a Comment

error: Content is protected !!