ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଉଦ୍ଘାଟିତ ହେଲା ୭୫ ରାଜ୍ୟ ପୋଲିସ୍ ହକି ଚମ୍ପିଆନସିପ୍ ୨୦୨୫-୨୬

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଉଦ୍ଘାଟିତ ହେଲା ୭୫ ରାଜ୍ୟ ପୋଲିସ୍ ହକି ଚମ୍ପିଆନସିପ୍ ୨୦୨୫-୨୬

ରାଉରକେଲା ୨୨/୨, ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆଜି ଉଦ୍ଘାଟିତ ହୋଇଯାଇଛି ୭୫ତମ ରାଜ୍ୟ ପୋଲିସ୍ ହକି ଚମ୍ପିଆନସିପ୍ ୨୦୨୫-୨୬। ଫେବୃୟାରୀ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାକୁ ଆଜି ମୁଖ୍ଯ ଅତିଥି ଭାବେ ଉଦ୍ଘାଟନ କରିଥିଲେ ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ। ସମ୍ମାନୀୟ ଅତିଥି ଭାବେ ଏହି ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ସିଆଇଏସ୍ଏଫ୍ ଡିଆଇଜି ରତନ କୁମାର, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦୀନାଃ ଦସ୍ତଗୀର୍, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ, ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ। ଆଜିର ଉଦ୍ଘାଟନୀ ମ୍ଯାଚ ରାଉରକେଲା ପୋଲିସ୍ ହକି ଟିମ୍ ବନାମ ରାୟଗଡା ପୋଲିସ୍ ହକି ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

       ଏହି ୭୫ତମ ରାଜ୍ୟ ପୋଲିସ୍ ହକି ଚମ୍ପିଆନସିପ୍ ୨୦୨୫-୨୬ରେ ୧୪ଟି ପୋଲିସ୍ ଟିମ୍ ଭାଗ ନେଉଥିବା ବେଳେ ସେଥିମଧ୍ୟରେ ରହିଛନ୍ତି, ୮ମ ଓଏସ୍ଏପି ଛତ୍ରପୁର, ଭୁବନେଶ୍ବର କମିଶନରେଟର ଏ ଏବଂ ବି ହକି ଟିମ୍, ରାଉରକେଲା ପୋଲିସ୍ ହକି ଟିମ୍, ସୁନ୍ଦରଗଡ ପୋଲିସ୍ ହକି ଟିମ୍, ରାୟଗଡା ପୋଲିସ୍ ହକି ଟିମ୍, ଝାରସୁଗୁଡା ପୋଲିସ୍ ହକି ଟିମ୍, ତୃତୀୟ ବାଟାଲିୟନ କୋରାପୁଟ ହକି ଟିମ୍, ୪ର୍ଥ ଆଇଆରବିଏନ୍ ଦେବଗଡ ହକି ଟିମ୍, ଓଆଇଏସ୍ଏଫ୍ ଭୁବନେଶ୍ବର ହକି ଟିମ୍, ପୁରୀ ପୋଲିସ ହକି ଟିମ୍, ସମ୍ବଲପୁର ପୋଲିସ୍ ହକି ଟିମ୍, ୪ର୍ଥ ଓଏସ୍ଏପି ରାଉରକେଲା ହକି ଟିମ୍, ୬ଷ୍ଠ ଓଏସଏପି କଟକ।

      ଫେବୃୟାରୀ ୨୪ ତାରିଖ ରାତିର ଫ୍ଲଡ୍ ଲାଇଟରେ ୭୫ତମ ରାଜ୍ୟ ପୋଲିସ୍ ହକି ଚମ୍ପିଆନସିପ୍ ୨୦୨୫-୨୬ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ବେଳେ ଅନ୍ୟ ସମସ୍ତ ହକି ମ୍ଯାଚ୍ ଦିନ ବେଳେ ଖେଳାଯିବ ବୋଲି ସୂଚନା ମିଳିଛି।

      ଉଦ୍ଘାଟନୀ ଉତ୍ସବରେ ବେଲୁନ୍ ଛଡାଯିବା ସହିତ ପୋଲିସ୍ ହକି ଚମ୍ପିଆନସିପର ପତାକା ଉତ୍ତୋଳନ କରିଥିଲେ ମୁଖ୍ଯ ଅତିଥି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ। ମୁଖ୍ଯ ଅତିଥି ଏବଂ ସମ୍ମାନୀୟ ଅତିଥିମାନଙ୍କ ସହିତ ଆଜିର ମ୍ଯାଚର ଖେଳାଳିମାନଙ୍କ ସହ କରମର୍ଦ୍ଦନ କରିବା ସହିତ ଜାତୀୟ ସଙ୍ଗୀତ ଗାନ କରି ଆଜିର ଉଦ୍ଘାଟନୀ ମ୍ଯାଚକୁ ଆରମ୍ଭ କରାଯାଇଥିଲା।  

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍  

Related posts

ନୂଆପଡା ପ୍ରିମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ୍, ସନ୍ଧିମୁଣ୍ଡା(ବସନ୍ତ-୧୧) ଚାମ୍ପିଅନ୍

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଆୟୋଜନ ଅବସର ରେ କବାଡି ପ୍ରତିଯୋଗିତା 

Sunil Chandra Nayak

ରାୟଗଡା ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!