ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଉତରାପୁର ପ୍ରିମିୟର୍ ଲିଗ୍ (ଆରପିଏଲ୍) ଉଜ୍ଜାପିତ 

ରାଉତରାପୁର ପ୍ରିମିୟର୍ ଲିଗ୍ (ଆରପିଏଲ୍) ଉଜ୍ଜାପିତ 

କଟକ : କଟକ ସଦର ୪୨ ମୌଜା ଉପକଣ୍ଠ ରାଉତରାପୁର ଗ୍ରାମରେ ଦୁଇଦିନ ଧରି ରାଉତରାପୁର ପ୍ରିମିୟର ଲିଗ୍ (ଆରପିଏଲ୍) ଅନୁଷ୍ଠିତ ହୋଇ ଯାଇଛି । କମିଟି ସଭାପତି ଶିକ୍ଷାବିତ୍ ପ୍ରାଧ୍ୟାପକ ଡକ୍ଟର କଲିମୁଲ୍ଲାଙ୍କ ତତ୍ୱାବଧାନରେ ଅନୁଷ୍ଟିତ ଏହି ମ୍ୟାଚରେ ମୋଟ୍ ଆଠଟି ଟିମ୍ ଅଂଶ ଗ୍ରହଣ କରିଥିଲା । ଶେଷରେ ରାଉତରାପୁର ଟ୍ରାଇଟନକୁ ବିଜେତା ଟ୍ରଫି ଓ ବ୍ଲାକ ଦ୍ରଗନକୁ ରନରର୍ସ ଅଫ୍ ଟ୍ରଫି ପ୍ରଦାନ କରାଯାଇଛି । ଏହି ଉଦଘାଟନୀ ଓ ଉଜ୍ଜପାନି ଦିବସରେ ଅତିଥି ଭାବେ ସମାଜସେବୀ ସତ୍ୟଦୀପ ସାହୁ,ସମାଜସେବୀ ଶଶିକାନ୍ତ ଦାସ,ୟୁନିଅନ ଫର କଟକ ସଦର ଡେଭଲପମେଣ୍ଟ ସଭାପତି ପ୍ରଫେସର ଡକ୍ଟର ମନୋଜ କୁମାର ନାୟକ ଯୋଗଦାନ କରିଥିଲେ । ଏହି ଅବସରରେ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ଟ୍ରଫି ପ୍ରଦାନ ଏବଂ ଖେଳପଡିଆ ପରିସରରେ ଚାରା ରୋପଣ କରାଯାଇଥିଲା । ଆକବର ବେଗ,ଅବିନାଶ ମହାଳିକ,ସମୀର ମାଝୀ,ସରାଫତ୍ ଅଲ୍ଲୀ,ଅବିନାଶ ମହାପାତ୍ର,ଜୟନ୍ତ ଜେନା, ଓବେଦୁଲ୍ଲା,ହାସିମ୍ ଅକତର,ସଦାମ୍ ହୋସେକ୍,ତତନ୍ ମହାପାତ୍ର,ସମସଦ ବେଗ୍,ଆଲମଗିରି ଖାନ୍ ସହଯୋଗ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଦୁଇଦିନିଆ ଫୁଟବଲ୍ ଟୁର୍ଣାମେଣ୍ଟ ,ଭଟାଙ୍ଗ ଚମ୍ପିୟାନ ନର୍ଲା ରନସ୍ଅଫ

Sunil Chandra Nayak

ଦିଲ୍ଲୀ ନ୍ଯାସନାଲ ପାଓ୍ବାର ଲିଫ୍ଟିଂ ଡେଡଲିଫ୍ଟ ଚ୍ଯାମ୍ପିୟନସିପ୍ -୨୦୨୫ରେ ରୋହିତ ରାଜ ଭଟ୍ଟଙ୍କ ସ୍ବର୍ଣ୍ଣ ପଦକ ଲାଭ

masiha

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ , ମୁନିଗୁଡ଼ାକୁ ହରାଇ ଜୟପାଟଣା ବିଜୟୀ

Sunil Chandra Nayak

Leave a Comment

error: Content is protected !!