ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରଲୋକରେ ଷ୍ଟାମ୍ପ ଭେଣ୍ଡର ଦୈତାରି ପ୍ରସାଦ

ପରଲୋକରେ ଷ୍ଟାମ୍ପ ଭେଣ୍ଡର ଦୈତାରି ପ୍ରସାଦ

ଖଇରା,୨୩/୦୨/୨୫- ବାଲେଶ୍ଵର ଜିଲ୍ଲା ଖଇରା ଉପନିବନ୍ଧ କାର୍ଯ୍ଯାଳୟ ଅଧିନରେ ଦୀର୍ଘ ଦିନ ଧରି ଷ୍ଟାମ୍ପ୍ ଭେଣ୍ଡର ଭାବେ କାର୍ଯ୍ୟ କରି ଆସୁଥିବା ଦୈତାରି ପ୍ରସାଦ ବେହେରାଙ୍କର ନିକଟରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କର ବୟସ ୯୯ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ଖବର ସଂଗ୍ରହରୁ ଜଣାଯାଇଛି । ତାଙ୍କ ଘର ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ତୋରାଣିପଦା ଗ୍ରାମ ହୋଇ ଥିଲେ ମଧ୍ୟ ଉକ୍ତ ବ୍ଲକ ନରମା ଗ୍ରାମରେ ଥିବା ଅନ୍ୟ ଏକ ବାସଭବନରେ ମୃତ୍ୟୁ ହୋଇଥିଲା । ଷ୍ଟାମ୍ପ୍ ଭେଣ୍ଡର ଭାବେ ଦୀର୍ଘ ଦିନ ଧରି ଲୋକଙ୍କୁ ସେବା ପ୍ରଦାନ କରିଛନ୍ତି । କେବେ କେଉଁ ଦିନ କାହାରିକୁ ସେବା କାର୍ଯ୍ୟରେ ଅବହେଳା କରିନାହାନ୍ତି । ସେ ଜଣେ ଖୁବ୍ ସରଳ, ନିରୀହ, ଉଦାର ହୃଦୟ, ମିଷ୍ଟଭାଷୀ, ପରୋପକାରୀ, ଅହଂକାର ଶୂନ୍ୟ ଓ ନମ୍ର ସ୍ବଭାବର ବ୍ଯକ୍ତି ଥିଲେ । ସବୁବେଳେ ସମସ୍ତଙ୍କୁ ଭଲ ଉପଦେଶ ଦିଅନ୍ତି, ଭଲ ମାର୍ଗରେ ଯିବା ପାଇଁ କୁହନ୍ତି, ତାଙ୍କ ମୋହରୀର ସେରସ୍ତାକୁ ଯିଏ ଆସିଛି ନିଶ୍ଚୟ ସାହାଯ୍ୟ ଓ ଶିକ୍ଷଣୀୟ ପରାମର୍ଶ ନେଇ ଫେରିଛି । ଉତ୍ତମ ବ୍ଯବହାର ଦ୍ବାରା ବହୁ ଲୋକଙ୍କ ନିକଟତ୍ତର ହୋଇପାରିଥିଲେ । ହଠାତ୍ ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କୁ ଭଲ ପାଉଥିବା ବହୁ ଲୋକ ନରମା ଗ୍ରାମରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ବେଳକୁ ବଡ଼ପୁତ୍ର ସୁଧାଂଶୁ ବେହେରାଙ୍କ ସମେତ ବୋହୂ, ଝିଅ, ଜୋଇଁ, ନାତିନାତୁଣୀ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।।

ବାଲେଶ୍ବର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସତ୍ ସଙ୍ଗ ଶ୍ରୀ ମନ୍ଦିର ସ୍ମୃତି ମହୋତ୍ସବ ପାଳିତ q

masiha

ନlନ୍ଦୋଲ ଆଞ୍ଚଳିକ ଯାଦବ ସମିତି ର ବୈଠକ ଅନୁଷ୍ଠିତ 

Sunil Chandra Nayak

ନୂତନ କୃଷି ସମବାୟ ସମିତି ଶାଖା (ପେକ୍ସ) ଖୋଲିବା ପାଇଁ ଆଜି ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Sunil Chandra Nayak

Leave a Comment

error: Content is protected !!