ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି 

ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି 

ହିଞ୍ଜିଳିକାଟୁ,ତା ୦୧/୦୬ ଜିଲ୍ଲା ପ୍ରଶାସନ, ଗଞ୍ଜାମ ଆନୁକୁଲ୍ୟରେ ସୋମବାର ପୂର୍ବାହ୍ନ ୭ଘଣ୍ଟ ସମୟରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସାହାପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି I ଦୀର୍ଘ ୫ମାସ ପରେ ଦ୍ଵିତୀୟ ପର୍ଯାୟରେ ଏହି ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି ହୋଇଛି । ଏହି ଅବସରରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ସରପଞ୍ଚ ବନ୍ଦନା ପ୍ରଧାନ, ଅତିରିକ୍ତ ତହସିଲଦାର ସୁରଜ କୁମାର ବେହେରା, ବ୍ଳକ ଉପାଧ୍ଯକ୍ଷ ସୁନିଲ ଗନ୍ତାୟତ, ଜିଲ୍ଲା ପରିଷଦ ସଦସ୍ୟା ପ୍ରୀତି ସାହୁ, ବେଲଗାଁ ଥାନା ଅଧିକାରୀ ସ୍ମିତାଞ୍ଜଳି ପ୍ରଧାନ ପ୍ରମୁଖଙ୍କ ସମେତ ସିଡିପିଓ ବିଜୟଲକ୍ଷ୍ମୀ ପାଢ଼ୀ ଯୋଗ ଦେଇଥିଲେ I ସଂପୃକ୍ତ ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନାରୁ ବଞ୍ଚିତ, ଅପେକ୍ଷିତ ଓ ସରକାରଙ୍କ ବିଭିନ୍ନ ଯୋଜନାରୁ ଉପେକ୍ଷିତ ହିତାଧିକାରୀ ମାନେ ନିଜର ବିଭିନ୍ନ ଯୋଜନାରୁ ଉପକୃତ ହେବା ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନା ୦୨ଟି,ରାଜସ୍ୱ ୦୨ଟି,ବିକାଶ ମୂଳକ ୦୨ ଟି ବିଦ୍ୟୁତ ବିଭାଗର,ସ୍ୱାସ୍ଥ୍ୟ, ଏମ.ଜି.ଏନ.ଆର.ଇ.ଜି.ଏସ ଓ ଆଧାର କାର୍ଡ ସମ୍ବନ୍ଧୀୟ ଗୋଟିଏ ଲେଖାଏଁ ଅଭିଯୋଗ ସହ ମୋଟ ୧୦ଟି ଅଭିଯୋଗ ଦାଖଲ ହୋଇଥିଲା । ଉକ୍ତ ଶିବିରରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ,ଯୋଗାଣ ସହାୟକ ସୁନିଲ ପରିଡା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଜି.ରବି କୁମାର,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଅଧିକାରୀ ବନଶ୍ରୀ ଦାଶ,ସାହାପୁର ରାଜସ୍ବ ନିରୀକ୍ଷକ, ସହକାରୀ ଉନ୍ନୟନ ବିସ୍ତାର ଅଧିକାରୀ ସୁଶାନ୍ତ କୁମାର ଗୌଡ଼,ଯୋଗାଣ ନିରୀକ୍ଷକ ସ୍ନେହାଞ୍ଜଳି ସାଇଁ, ଟିପିଏସଓଡିଏଲର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୋପାଳ କୃଷ୍ଣ ପଣ୍ଡା ,ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ,ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଅଞ୍ଜନ କୁମାର ପାଢୀ, ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଗିରିଷ ଚନ୍ଦ୍ର ନାୟକ,ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଭଜରାମ ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ପଞ୍ଚାୟତ କାର୍ଯ୍ୟ ର୍ନିବାହୀ ଅଧିକାରୀ ଚିନ୍ତାମଣି ଗଉଡ଼,ସହକାରୀ ଯନ୍ତ୍ରୀ କଳ୍ପନା ପାଢ଼ୀ, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଶିବିରରେ ଏଏନଏମ୍ ଆଶା,ଅଙ୍ଗନବାଡି ଓ ସମାଜସେବୀ ଅନ୍ତର୍ଯ୍ୟାମୀ ନାହାକଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।

Related posts

ଅଧ୍ୟକ୍ଷଙ୍କ ଜନ୍ମଦିନରେ ଚେନାଇ ରାଧା କମ୍ପାନୀ ପକ୍ଷରୁ ମେଗା ରକ୍ତଦାନ ଶିବିର

masiha

ଅସହାୟ ଜନତାଙ୍କ ସେବାରେ ଇଂ.ଗୋପାଳ କୃଷ୍ଣ ଦାସ , ୪୩ ବର୍ଷ ବୟସରେ ୫୬ ଥର ରକ୍ତଦାନ ସହ ଶିଶୁ କର୍କଟ ରୋଗୀଙ୍କ ପାଇଁ ସାଜିଛନ୍ତି ଦେବଦୂତ

masiha

ସୀମାନ୍ତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ବାର୍ଷିକ ପାଠଚକ୍ର

masiha

Leave a Comment

error: Content is protected !!