ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପି ୱାର୍ଡ ସଭାପତି ରବିନ୍ଦ୍ରଙ୍କ ବିଏଲ୍‌ଓଙ୍କୁ ଛତା ବଣ୍ଟନ

ବିଜେପି ୱାର୍ଡ ସଭାପତି ରବିନ୍ଦ୍ରଙ୍କ ବିଏଲ୍‌ଓଙ୍କୁ ଛତା ବଣ୍ଟନ

ବ୍ରହ୍ମପୁର; ୦୧/୦୬ : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍-୨୦୨୬) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅଭିଯାନ ମଇ ୩୦ରୁ ଜୁନ୍ ୨୮ ପର୍ଯ୍ୟନ୍ତ ପରିଗଣନା ଫର୍ମ ବଣ୍ଟନ ଓ ତଥ୍ୟ ସଂଗ୍ରହ କାର୍ଯ୍ୟ ଜାରି ରହିବ। ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ମାନେ ଘରକୁ ଘର ବୁଲି ଭୋଟରଙ୍କ ସଠିକ୍ ତଥ୍ୟ ସଂଗ୍ରହ କରିବା ସହ ନୂତନ ଯୋଗ୍ୟ ମତଦାତାଙ୍କୁ ତାଲିକାଭୁକ୍ତ କରିବା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ୍ ଦେଇ ଏକ ତ୍ରୁଟିମୁକ୍ତ ଓ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତିରେ ନିରନ୍ତର ନିୟୋଜିତ ଅଛନ୍ତି।

             ପ୍ରଚଣ୍ଡ ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏହି କର୍ମଚାରୀମାନେ ନିଜ ଦାୟିତ୍ୱ ନିଷ୍ଠା ଓ ସମର୍ପଣର ସହ ପାଳନ କରୁଥିବା ବେଳେ ସେମାନଙ୍କ ପରିଶ୍ରମ ପ୍ରତି ସମ୍ମାନ ଜଣାଇ ସେମାନଙ୍କୁ ଖରା ଦାଉରୁ ନିଜକୁ ରକ୍ଷା କରି ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଗୋସାଣୀନୂଆଗାଁ ୱାର୍ଡ ନମ୍ବର ୨୬ ବିଜେପି ସଭାପତି ତଥା ବିଶିଷ୍ଟ ସମାଜସେବୀ ରବୀନ୍ଦ୍ର କୁମାର ସାହୁ ସମସ୍ତଙ୍କୁ ଛତା ବଣ୍ଟନ କରିଥିଲେ। ଏଥିସହ ଅଞ୍ଚଳର ଅସହାୟ, ଦରିଦ୍ର ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କୁ ମଧ୍ୟ ଛତା ପ୍ରଦାନ କରାଯାଇଥିଲା।

             ବିଜେପି ୱାର୍ଡ ସଭାପତି ଶ୍ରୀ ସାହୁଙ୍କ ଏହି ଉଦ୍ୟମ କେବଳ ସହାୟତା ପ୍ରଦାନରେ ସୀମିତ ନ ରହି ମାନବିକ ମୂଲ୍ୟବୋଧ, ସାମାଜିକ ଦାୟିତ୍ୱବୋଧ ଏବଂ ସେବାଭାବର ଏକ ଉଜ୍ଜ୍ୱଳ ନିଦର୍ଶନ ସୃଷ୍ଟି କରିଛି। ସମାଜରେ ନିଃସ୍ୱାର୍ଥପର ସେବା ଓ ସହଯୋଗର ମନୋଭାବକୁ ସୁଦୃଢ଼ କରିବା ଦିଗରେ ତାଙ୍କର ଏହି ପଦକ୍ଷେପ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣାଦାୟକ ହେବ ବୋଲି ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି। ତାଙ୍କର ଏହି ଜନହିତକର କାର୍ଯ୍ୟକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି।

Related posts

“ନବ ଭାରତ ସାକ୍ଷର ଟ୍ରେନିଂ କାର୍ଯ୍ୟକ୍ରମ” 

Sunil Chandra Nayak

ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳରେ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କୁ ଚିହ୍ନଟିକରଣ ଓ ସହାୟକ ଉପକରଣ ବଣ୍ଟନ ଶିବିର -୨୦୨୫ ଅନୁଷ୍ଠିତ

Sunil Chandra Nayak

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ

Sunil Chandra Nayak

Leave a Comment

error: Content is protected !!