ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାପି ମୋମେଣ୍ଟସ ଇଣ୍ଡିଆ ର ୧୪ ତମ ପ୍ରତିଷ୍ଠା ଦିବସ ପାଳନ 

ହାପି ମୋମେଣ୍ଟସ ଇଣ୍ଡିଆ ର ୧୪ ତମ ପ୍ରତିଷ୍ଠା ଦିବସ ପାଳନ 

ରାଉରକେଲା: ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ର ୧୪ତମ ପ୍ରତିଷ୍ଠା ଦିବସ ଛେଣ୍ଡ ସ୍ଥିତ ରିମ୍ସ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ , ଝିଲିମା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ସମାଜସେବୀ କମଲ ଅଗ୍ରୱାଲ,ଲାୟନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ମମତା ଗୈ।ତମ, ନିହାର ରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ସୁବ୍ରତ ଚୌଧୁରୀ, ବିବେକାନନ୍ଦ ଦାସ,ଭରତ ବାଇ, ଅନିତା ଅଗ୍ରୱାଲ,ପିଙ୍କୁ ଜୟସ୍ବାଲ, ପ୍ରକାଶ ପାଶୱ।ନ,ବଲଭିନ୍ଦର କୈ।ର ସହୋତା, ଅର୍ଚ୍ଚନା ସାହୁ, କାମିନୀ ମହନ୍ତ ତଥା ଅନ୍ୟାନ୍ୟ ସାମାଜିକ କର୍ମୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଫାଇନାଲ କୁ ଉନ୍ନୀତ ହୋଇଥିବା ସଂଗୀତ ପ୍ରତିଯୋଗୀତାର କୃତିତ୍ୱ ହାସଲ କରିଥିବା ସହ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଗୁରୁ ଫକୀର ପତି, ସୁସ୍ମିତା ନସ୍କର,ସୋମା ଭଟ୍ଟାଚାର୍ଯ୍ୟୀ ଦାୟିତ୍ଵ ତୁଲାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସସ୍ମିତା ପ୍ରଧାନ, ସଭାପତି ରଶ୍ମିତା ପଣ୍ଡା,ମାନୋଷୀ ଘୋଷ, ପୂର୍ଣ୍ଣିଚନ୍ଦ୍ର ବେହେରା,ତରୁଲତା ସାମଲ,ଫତିମା ଫିରୋଜ ଘଡିଆନୀ, ମେରୀ ଥୋମାସ,ସୋନୁ,ଅନ୍ୟେଶା ପଣ୍ଡା, ଧନଲକ୍ଷ୍ମୀ ବେହେରା,ତୃପ୍ତି ଭୂମିଜ, ଶ୍ବାସ୍ବତୀ,ଅନିକେତ,ରିୟା, ଆଶ୍ରିତା , କୃତିସ୍ମିତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଭବାନିପାଟଣା ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

Sunil Chandra Nayak

ପୌରାଣିକ ନାଟକ ” ମହାଦାନୀ କର୍ଣ୍ଣ ” ର ସଫଳ ରୂପାୟନ

masiha

ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ

Sunil Chandra Nayak

Leave a Comment

error: Content is protected !!