ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀର ଉନ୍ନତି ପାଇଁ ଚାଷୀମାନଙ୍କୁ ନେଇ ଅନୁଷ୍ଠିତ ହେଲା ଗ୍ରାମସଭା

ବାଲେଶ୍ୱର,୦୬/୦୧/୨୩- ଚାଷର ଉନ୍ନତି ନେଇ ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ ଦକ୍ଷିଣନରସିଂହପୁର ପଂଚାୟତର ଚାଷୀମାନଙ୍କୁ ଏକତ୍ରିତ କରି ସେମାନଙ୍କର ହିତ ନିମିତ୍ତ ରବି ଋତୁରେ ସୋରିଷ ଓ ମୁଗ ପ୍ରଭୃତି ଚାଷ କରିବା ପାଇଁ ପଂଚାୟତର ଭିଏଡବ୍ଲ୍ଯୁ( vaw) ନରୋତ୍ତମ ଦାସଙ୍କ ଦ୍ବାରା ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । କେଉଁ ସମୟରେ କେଉଁ ପ୍ରକାର ଚାଷ କଲେ ଚାଷର ଉନ୍ନତି ହୋଇପାରିବ ତାହା ଚାଷୀ ମାନଙ୍କୁ ବୁଝାଇଥିଲେ । ଜଣେ ଚାଷୀ ଖରିପ ଋତୁରେ ଧାନ ଚାଷ ସହିତ ରବି ଋତୁରେ ସୋରିଷ, ମୁଗ ପ୍ରଭୃତି ଚାଷ କଲେ ଚାଷୀର ଆୟ ଦୁଇଗୁଣିତ ହେବ । ତତସହିତ ଚାଷୀ ତା’ର ଆବଶ୍ୟକ କାଗଜପତ୍ର ( Document) ଦେଇ କିପରି ରବି ଋତୁରେ ସୋରିଷ ଓ ମୁଗ ଚାଷ କରିବା ପାଇଁ ଚାଷୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଚାଷ ଉପରେ ବହୁତ ଗୁରୁତ୍ୱ ଦେଉଛନ୍ତି । ଚାଷୀମାନଙ୍କର ଆୟକୁ ଦୁଇ ଗୁଣିତ କରିବା ପାଇଁ ଉଭୟ ସରକାର ମଧ୍ୟ ପ୍ରାଧାନ୍ୟ ଦେଉଛନ୍ତି । ଏହିପରିପ୍ରେକ୍ଷିରେ ପଞ୍ଚାୟତରେ ଗ୍ରାମ ସଭା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସରପଞ୍ଚ ଅଶୋକ ଜେନା, ସମିତି ସଭ୍ୟା ଶ୍ରୀମତୀ ପଦ୍ମଜା କାନୁନଗୋ ପଞ୍ଚାୟତ ନିର୍ବାହୀ ଅଫିସର ସୁକାନ୍ତ କୁମାର ନାୟକଙ୍କ ସମେତ ଅନେକ ଚାଷୀ ଏବଂ ବହୁ ବରଣ୍ୟ ବ୍ଯକ୍ତି ବିଶେଷ ଯୋଗ ଦେଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ରାୟଗଡାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ

masiha

ବିବାହ ର ପ୍ରତିଶ୍ରୁତି ଦେବା ପଡ଼ିଲା ମହଙ୍ଗା .. ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡ …

masiha

ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ପରଲୋକ, ସାମ୍ୱାଦିକ ମହଲରେ ଶୋକର ଛାୟା

Sunil Chandra Nayak

Leave a Comment

error: Content is protected !!