ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ବିତୀୟ ପି ଏମ ମହାନ୍ତି ମେମୋରିଆଲ ଚେସ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରାଉରକେଲା/ ଭାଗିରଥି ସଲ୍ୟୁସନ ଓ ସ୍ରିଷ୍ଟି ନିଉଜ ର ମିଳିତ ଆନୁକୂଲ୍ୟରେ ଦ୍ୱିତୀୟ ପି ଏମ୍ ମହାନ୍ତି ମେମୋରିଆଲ ରାଉରକେଲା ମୁକ୍ତ ଚେସ ପ୍ରତିଯୋଗିତା ସେକ୍ଟର ୧୯ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ ଠାରେ ଉଦଘାଟିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ରାଜା ମହାନ୍ତିଙ୍କ ସଂଯୋଜନା ଓ ସ୍ରିଷ୍ଟି ନିଉଜ ର ମୁଖ୍ୟ ମନୋଜ ଶତପଥୀଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଚେସ ଆସୋସିଏସନ୍‌ର ସଭାପତି ଜି ସି ମହାପାତ୍ର, ସେଫି ର ସାଧାରଣ ସଂପାଦକ ବିମଳ ବିଶି,ବରିଷ୍ଠ ଚେସ ଖେଳାଳି ଏସ କେ ପରିଛା ଅତିଥି ଭାବେ ଯୋଗଦେଇ ଥିବା ବେଳେ ଟୁର୍ଣ୍ଣାମେଣ୍ଟର ସଂଯୋଜକ ଭାବେ ବିନାୟକ ଜେନା ଦାୟିତ୍ୱ ତୁଲାଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ଯରେ ଏହି ଖେଳ ମାନସିକ ବିକାଶ ସହ ଭାଇଚାରା ବୃଦ୍ଧି କରେ ବୋଲି ମତରଖିବା ସହ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ବିରମିତ୍ରପୁର ମ୍ୟୁନିସିପାଲଟିର ଅଧ୍ୟକ୍ଷ ସନ୍ଦିପ ମିଶ୍ର, ସାମ୍ବାଦିକ ଅରବିନ୍ଦ ଦାସ,ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ହିନ୍ଦୀ ସ୍ରିଷ୍ଟି ନିଉଜ କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ୪୩ଟି ଟିମ୍ ଓ ୮୬ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତା ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ବିଜୟ ପ୍ରତିଯୋଗୀଙ୍କୁ ନଗଦ ପାଞ୍ଚ ହଜାର ଅର୍ଥ ସହ ପି ଏମ ମହାନ୍ତି ରନିଂ ସିଲ୍ଡ ପ୍ରଦାନ କରାଯିବ । ସେହିପରି ଦ୍ବିତୀୟ ସ୍ଥାନ କୁ ୩ ହଜାର,ତୃତୀୟ ସ୍ଥାନ କୁ ୨ହଜାର, ଚତୁର୍ଥ ଓ ପଞ୍ଚମ ସ୍ଥାନ କୁ ଦେଢ ହଜାର, ଷଷ୍ଠ ଓ ସପ୍ତମ ସ୍ଥାନ କୁ ୧ ହଜାର ଓ ଅଷ୍ଟମ, ନବମ,ଦଶମ ସ୍ଥାନ ପାଇଁ ପାଞ୍ଚ ଶହ , ଶ୍ରେଷ୍ଠ ବୟସ୍କ ଓ ଶ୍ରେଷ୍ଠ ମହିଳା ପ୍ରତିଯୋଗୀ ଙ୍କୁ ପାଞ୍ଚ ସହ ନଗଦ ସହ ପ୍ରମାଣ ପତ୍ର ଓ ମେମୋଣ୍ଟୋ ଦିଆଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି । ସେହିପରି ୯,୧୧,୧୩,୧୫ ବର୍ଷରୁ କମ୍ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ମେମୋଣ୍ଟୋ ଦିଆଯିବ ବୋଲି ସୂଚନା ମିଳିଛି । ଏହି ପ୍ରତିଯୋଗିତାରେ ବିଚାରକ ଭାବେ ପ୍ରକାଶ ଚନ୍ଦ୍ର ସାହୁ, ପ୍ରଦୀପ ବିଶୋଇ ଓ ଗଜେନ୍ଦ୍ର କୁମାର ବେହେରା ପ୍ରମୁଖ ଦାୟିତ୍ୱ ତୁଲାଉଥିଲା ବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ଶୈଳେଶ ତିୱାରୀ,ଗଣପତି ଦାସ , ସୁକାନ୍ତ ମିଶ୍ର,ମହେଶ୍ଵର ସିଂ,ବିଜୟ ତ୍ରିପାଠୀ,ସୁରେଶ ଚନ୍ଦ୍ର ନାୟକ,ବିର୍ସା ଓରାମ ଓ ବିକ୍ରମ ସୂତାର ପ୍ରମୁଖ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର କଣ୍ଟାବଣି ଗ୍ରାମରେ ଆଇଆରଡିଏମଏସ ଆନୁକୁଲ୍ୟରେ ମାଣ୍ଡିଆ ମଣ୍ଡି ଶୁଭ ଉଦ୍ଘଘାଟିତ

masiha

ୟୁକୋ ବ୍ଯାଙ୍କ ଢେଙ୍କାନାଳ ତରଫରୁ ବ୍ଯାଙ୍କର ୮୩ତମ ପ୍ରତିଷ୍ଠା ଦିବସ ମହାଆଡମ୍ବରରେ ପାଳିତ 

masiha

ଗରିମା ପରିବାରର ଉତ୍କଳ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!