ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

    ଜଣାଣ

 ମାନଗୋବିନ୍ଦ ସ୍ବାଇଁ

 ମୋ ଭାଗ୍ୟ ଧରି ମୁଁ ପଥ ଚାଲୁ ଅଛି
    ଯାହା ଆଗକୁ ଘଟିବ
ବିପଦ ଆପଦ ସହି ମୁଁ ସମ୍ଭାଳି
    ପ୍ରଭୁ ଧର୍ଯ୍ୟ ମୋ କହିବ।
ଜୀବନ ଚକ୍ରଯେ କେଉଁ ଆଡେଯିବ
      ତାହା ପ୍ରଭୁ ମୋର ଜାଣେ
ସକାଳ ସଞ୍ଜରେ ପ୍ରଭୁ ମୋ ପ୍ରାର୍ଥନା
      ଭାଗ୍ୟ ଚିନ୍ତା ପ୍ରଭୁ ଶୁଣେ।
ଚାରି ଦିଗ ଚାହିଁ କରୁଛି ଶପଥ
         ପ୍ରଭୁ ଦିଅ ସତ ପଦ
ପଦ ମୋ ମଧୁର ଜଣାଣ ସଂଗୀତ
       ଗାଇ ଯାଉ ମୋ ବିପଦ।
ବଡ଼ଦାଣ୍ଡ ଧୂଳି ଟିକେ ମିଳୁ ମୋତେ
        ଲଗାଇ ମଥା ଚନ୍ଦନ
ପବିତ୍ର ହୋଇବି ତୂଳସୀ ପାଇକି
    ଧନ୍ୟ ହୋଇବ ଜୀବନ।
ଚାହିଁ ତୋ ପତାକା ମୋ ଭାବ ନିର୍ମଳ
      ବିଶ୍ବ ବାସୀ ରଖ ଖୁସି
ଜୀବନ ସଂଗ୍ରାମ ବହୁ କସରତ
      ଶେଷ ଫଳ ଭକ୍ତି ଅଛି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା l l l ବଡ଼ଦିନ l l l

Sunil Chandra Nayak

ବାସନ୍ତୀ ସାହୁ ଙ୍କ କବିତା // ଚାଷୀ ର ସ୍ୱର

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା – “ଅଭାବୀ କଷଣ”

masiha

Leave a Comment

error: Content is protected !!