ସାହିତ୍ୟ ଅଗଣାତ୍ରିଲୋଚନ ପାଢ଼ୀ ଙ୍କ କବିତା ଏତ ପ୍ରଚାର ପ୍ରସାର ଯୁଗ by Sunil Chandra NayakDecember 24, 2022060 Share0 ଏତ ପ୍ରଚାର ପ୍ରସାର ଯୁଗ ତ୍ରିଲୋଚନ ପାଢ଼ୀ (ଶିକ୍ଷକ ) ଆଧୁନିକ ଯୁଗେ ସବୁ ତ ସମ୍ଭବ ପ୍ରଚାର ପ୍ରସାର ପାଇଁ ସାରା ଦୁନିଆର ସମସ୍ତ ଖବର ଜନତା ପାରନ୍ତି ପାଇ l ଦୂରଦର୍ଶନଠୁ ବେତାର ମାଧ୍ୟମେ ତା ସହିତ ଵିଜ୍ଞାପନ ପ୍ରଚାର ପ୍ରସାର ଫଳରେ ହୁଅଇ ଘଟଣାର ପ୍ରସାରଣ l ବନ୍ୟା,ବାତ୍ୟା ଠାରୁ ସବୁ ବିପର୍ଯ୍ୟୟ କାରବାକୁ ମୁକାବିଲା ପ୍ରଚାର ପ୍ରସାର ମାଧ୍ୟମରେ ଏବେ ଦିଆଯାଇଛି ସୂଚନା l ପ୍ରଚାର ପ୍ରସାର ମାଧ୍ୟମରେ ହୁଏ ପ୍ରତିଭା ର ବିକଶିତ ଲୋକଲୋଚନକୁ ଆସିଥାଏ ସବୁ ଜାଣନ୍ତି ବ୍ୟକ୍ତିବିଶେଷ l ସବୁ କ୍ଷେତ୍ରରେ ପ୍ରଚାର ପ୍ରସାର ଫଳରେ ବଢେ ଗୁରୁତ୍ୱ ଧର୍ମ,ରାଜନୀତି ବ୍ୟବସାୟ, କୃଷି ଏତ ପ୍ରଚାର ପ୍ରସାର ଯୁଗ ll ସମ୍ପାଦକ,ସମ୍ବାଦ ସାହିତ୍ୟ ଘର, ନାଉଗାଁ ସା,ପୋ:-ନନ୍ଦିଗ୍ରାମ ଭାୟା:-ନାଉଗାଁ ହାଟ ଜିଲ୍ଲା:-ଜଗତସିଂହପୁର