ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ତ୍ରିଲୋଚନ ପାଢ଼ୀ ଙ୍କ କବିତା ଏତ ପ୍ରଚାର ପ୍ରସାର ଯୁଗ

 ଏତ ପ୍ରଚାର ପ୍ରସାର ଯୁଗ

ତ୍ରିଲୋଚନ ପାଢ଼ୀ 

(ଶିକ୍ଷକ ) 
ଆଧୁନିକ ଯୁଗେ 
ସବୁ ତ ସମ୍ଭବ 
ପ୍ରଚାର ପ୍ରସାର ପାଇଁ 
ସାରା ଦୁନିଆର 
ସମସ୍ତ ଖବର 
ଜନତା ପାରନ୍ତି ପାଇ l 
ଦୂରଦର୍ଶନଠୁ 
ବେତାର ମାଧ୍ୟମେ 
ତା ସହିତ ଵିଜ୍ଞାପନ 
ପ୍ରଚାର ପ୍ରସାର 
ଫଳରେ ହୁଅଇ 
ଘଟଣାର ପ୍ରସାରଣ l 
ବନ୍ୟା,ବାତ୍ୟା ଠାରୁ 
ସବୁ ବିପର୍ଯ୍ୟୟ 
କାରବାକୁ ମୁକାବିଲା 
ପ୍ରଚାର ପ୍ରସାର 
ମାଧ୍ୟମରେ ଏବେ 
ଦିଆଯାଇଛି ସୂଚନା l
ପ୍ରଚାର ପ୍ରସାର 
ମାଧ୍ୟମରେ ହୁଏ 
ପ୍ରତିଭା ର ବିକଶିତ 
ଲୋକଲୋଚନକୁ 
ଆସିଥାଏ ସବୁ 
ଜାଣନ୍ତି ବ୍ୟକ୍ତିବିଶେଷ l 
ସବୁ କ୍ଷେତ୍ରରେ 
ପ୍ରଚାର ପ୍ରସାର 
ଫଳରେ ବଢେ ଗୁରୁତ୍ୱ 
ଧର୍ମ,ରାଜନୀତି 
ବ୍ୟବସାୟ, କୃଷି 
ଏତ ପ୍ରଚାର ପ୍ରସାର ଯୁଗ ll 
ସମ୍ପାଦକ,ସମ୍ବାଦ ସାହିତ୍ୟ ଘର, ନାଉଗାଁ 
ସା,ପୋ:-ନନ୍ଦିଗ୍ରାମ 
ଭାୟା:-ନାଉଗାଁ ହାଟ 
ଜିଲ୍ଲା:-ଜଗତସିଂହପୁର 

Related posts

ସସ୍ମିତେଶ ସାହୁ ଙ୍କ କବିତା // ଶିବ ରାତ୍ରୀ

Sunil Chandra Nayak

ଜଗମୋହନ ପଟ୍ଟନାୟକ ଙ୍କ କବିତା = ଶ୍ରମିକ ଦିବସ

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା // ମେଘ କନ୍ୟା

Sunil Chandra Nayak

Leave a Comment

error: Content is protected !!