ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅପର୍ତ୍ତି ସେଠୀ ଙ୍କ କବିତା l l  ପରକି‌ୟା ପ୍ରିତୀ l l

l l  ପରକି‌ୟା ପ୍ରିତୀ l l

         ଅପର୍ତ୍ତି ସେଠୀ

        (ରମ୍ଯରଚନା)
ହେଉପଛେକାଣୀଅବାସେ ଚୋରଣୀ
       ହାଣ୍ଡିଖାଇ‌ ଉଗ୍ରୁଚଣ୍ଡୀ,
ହେଉ ପଛେ ଜହ୍ନି ମଞ୍ଜି ରଙ୍ଗଭଳି
       ଘରଣୀ କାଳୀ ଭୁଷୁଣ୍ଡୀ।
ଘରୁ ବାହାରକୁ ବାହାରୁ ଘରକୁ
      ଯେବେ ତୁମେ ଆସ ଯାଅ,
ସ୍ତ୍ରୀକୁ ପ୍ରଶଂସା କରୁଥାଅ ଭାଇ
      ଆଇ ଲଭ୍ ୟୁ କୁହ।
ଭବ ବୈତରଣୀ ପାର ହେବାପାଇଁ
      ଘରଣୀ ପରା ନ‌ଉକା,
ମାଲିକାଣୀ କରି ମୁଣ୍ଡରେ ବସେଇ
      ତା’ ପାଦେ ବେଠି ଖଟୁଥା‌।
ସ୍ତ୍ରୀକୁ କରିବ ଯେବେ ହେ ସନ୍ତୁଷ୍ଟ 
       ଏହି ମନ୍ତ୍ର ଭଜୁଥାଅ,
ଅଲଣା‌ ଦର୍ସିଝା ଯାହା ରାନ୍ଧୁ ପଛେ
       ଟେକି ଟାକି କରି କୁହ।
ମନେ କଷ୍ଟ ପାଅ ହାତ ଚାଟି ଖାଅ
       ସ୍ତ୍ରୀ ଯେହ୍ନେ ଦେଖୁଥିବ,
ବାଃ ବାଃ ବଡ଼ ହୋଟେଲ ରନ୍ଧାଠୁଁ
       ସୁପର୍ ବୋଲି କହିବ।
ଯେଉଁଠୁ ଆସିଲେ ନେଫଡାଙ୍କ ଭଳି
       ହସି ହସି କଥା କୁହ,
ପଚାଶ ବର୍ଷିୟା ଘରଣୀକୁ‌ ତୁମ
       ତିରିଶି ବୋଲିକି‌ କୁହ।
ଭାରି ସେକ୍ସି ଭାରି ସୁନ୍ଦରୀ ଲାଗୁଛ
       ଐଶ୍ୱର୍ଯ୍ଯା ରାୟଙ୍କ ଭଳି,
ଆମ ସାହିଟିର ତୁମେ ହିରୋଇନ୍
        ଆଉ ସବୁ ରାଆବାଳୀ।
କଥାରେ କଥାରେ ରାଗିଯାଅ ଯେବେ
        ଅଧିକ ସୁନ୍ଦର ଲାଗ,
କି ସୁନ୍ଦର ତୁମ ଚୁଡ୍‌ଦାର୍ ନାଇଟି
        ଧନ୍ୟ ତୁମ ରଙ୍ଗଢଙ୍ଗ।
ସ୍ମାଇଲ୍‌ କମ୍‌କୁ ଷ୍ଟାଇଲି ଅଧିକ
       ମନ କିଣି ନେଇଯାଏ,
ତା’ଠୁଁ ସୁନ୍ଦର ତୁମ ମୁଣ୍ଡ ବାଳ 
       ଜଡାତେଲ ଖୋଜୁଥାଏ।
ଏମିତି ପ୍ରଶଂସା ମୁଁ..ବି ମୋହର 
       ଘରଣୀକୁ କରୁଥିଲି‌,
ଅଧିକ ଟେକିକି କହିଲି ବୋଧେ ମୁଁ
       ତା’ଆଗେ ଧରାପଡିଲି। 
ମୋ..ଘର ପାଖ ପଡ଼ୋଶୀ ଭାଉଜ
       ଅତ୍ୟନ୍ତ ବିୟୁଟି ଟିଏ,
ସେ ଯଦି ହୋଇବ ସୀତାଠାକୁରାଣୀ‌
       ମୋସ୍ତ୍ରୀ ମାଙ୍କିଡିଟାଏ‌।
ମନ ମୋର ଖାଲି ରଙ୍ଗ ଭାଉଜଠିଁ
      ସିଏ ମଧ୍ୟ ମୋତେ ଚାହେଁ,
କେଉଁଦିନୁଁ ମୋର ମନଟା ଦୁର୍‌ବଳ
      ତା’ପାଖରେ ବନ୍ଧାଥାଏ।
ସୁଯୋଗ ମିଳିଲା ଛୁରୀ ମୋ ଖସିଲା
      ତା’ ସହ କଥା ହେଲି,
ପ୍ରେମ ବିକଳିଆ ଓଠରେ ମୁଁ ତାକୁ
       ଲଭ୍ ୟୁ କହିଦେଲି।
ସେମ୍‌ ଟୁ ୟୁ ସିଏ ବି କହିଲା
      ଲାଜରେ ମୁଁ ସରିଗଲି,
ମୋସ୍ତ୍ରୀ ଦୁର୍ଗୁଣ ଗୋଟେ ଗୋଟେ କରି
       ତା’ ଆଗେ ଗପିଚାଲିଲି‌।
ବାର ଓଳିବୁଲି ଓଲେଈ ଗାଈ ସେ
       ପରମ କଳେଇ‌ ସେହି,
ତମେ ଯଦି ହଁ ଈଶାରାଟି ଦେବ
       ତାକୁ ଛାଡିଦେବି ମୁହିଁ।
ତୁମ ସହ ମୋର ଫୋନ୍ କଥା ସବୁ
        କାନଡ଼େରି ଶୁଣୁଥାଏ,
କଥା କଥାକରେ ତୁମ ନାମ ସହ 
        ମୋ ନାମକୁ ଯୋଡ଼ି କହେ।
ଘରେମୋ ଅଶାନ୍ତି ହେବା ଭୟରେ ମୁଁ
        ସେ ସବୁ ସହିଯାଉଛି,
ନହେଲେ ତା’ ଭଳି କାପରଖାଇକି
        ଡିଭର୍ସ‌ କରିଦିଅନ୍ତି। 
ତା’ କଥା ଛାଡ ଭାଉଜ ରାଣୀମୋ
        ଛାତିରେ ଆସ ଆଉଜ,
ବିକଳିଆ ମନ ସ୍ଵିଟ୍‌ କିସ୍ ପାଇଁ
        ହେଉଅଛି ଦ‌ଅଗଞ୍ଜ।
ଭାଉଜ ମୋହର ପାଖକୁ ପାଖକୁ
        ଯେବେ ଲାଗି ଆସୁଥିଲା,
ଠିକ୍ ସେତେବେଳେ ମୋ ଘରଣୀର
        ଭୀମରଢି ଶୁଣାଗଲା‌।  
ଛାଞ୍ଚୁଣୀଟି ଧରି ଦେଇଗଲା ପିଟି
        ସେ ଆମ ଦୁଇଜଣଙ୍କୁ,
ପ୍ରେମ ନିଶା ଏକାବେଳକେ ମୋହର
       ଖସିଲା ତଳ ଆଡକୁ।
ଜାଣି ମୁଁ ନଥିଲି ପରକିୟା‌ ପ୍ରୀତି
      ଏଡିକି ଡେଞ୍ଜର ବୋଲି,
ସେ ଝାଡ଼ୁ ପାହାର ଆଜି ପରଯନ୍ତ 
       ପାରୁନାହିଁ କିନ୍ତୁ ଭୁଲି।
ସ୍ତ୍ରୀ ଅର୍ଦ୍ଧାଙ୍ଗିନୀ ହେଉ ଯେଉଁ ଭଳି
       ତାକୁ ନେଇ ଚଳୁଥିବ,
ନ ହେଲେ ଭାଇ ଅପର୍ତ୍ତି ଭଳିଆ
       ଝାଡ଼ୁ ନିତି ଖାଉଥିବ।

 ପାଳକଣା‌, କୋରୋ‌, କେନ୍ଦ୍ରାପଡା

 

Related posts

ଜୟ କୁମାର ମିଶ୍ର ଙ୍କ କବିତା “ନବ ବରଷ, ନବ ସନ୍ଦେଶ”-2023

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା l l ଋତୁ ବିପରୀତ l l

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା !!! ପ୍ରେମ !!!

Sunil Chandra Nayak

Leave a Comment

error: Content is protected !!