ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା // ପ୍ରିୟା ତୁମେ ଚାଲିଗଲ

ପ୍ରିୟା ତୁମେ ଚାଲିଗଲ

ତୁମେ ଆସିଥିଲ
ଏଇ କେତେ ଦିନ ହେଲା
ମୋ ଜୀବନେ,
କେତେ ଉନ୍ମାଦନା
କେତେ ଉଲ୍ହାସ
ପୁଣି କେତେ ଉଦ୍ଦୀପନା
ଦେଇଛ ପୁଣି କେତେ
ବିଶ୍ୱାସ, ଆଶା, ଆକାଂକ୍ଷା,
କେବେ ଦେଇଛ ପୁଣି
କେତେ ଅବିଶ୍ୱାସ
ଦୁଃଖ ଓଁ ଆଘାତ,
ସେ ସବୁକୁ କରିଛି ଅନୁଭବ
ଦେଇଛ ତୁମେ କେତେ
ଅନୁଭନ ଓଁ ଅନୁଭୂତି
କେତେ ଦୁଃଖ ଓଁ
ଦେଇଛ କେତେ ଯାତନା,
କେବେ ଝରିଯାଇଛ
ଚକ୍ଷୁ ଯୁଗଳରୁ ଧାର ଧାର
ଉଷ୍ମ ଜଳ ଧାରରେ,
ତୁମେ ଚାଲିଛ ଆଗକୁ
ସମୟ ଧାରାରେ,
ଦିନ ରାତି କଟିଛି ଅନେକ
ତୋର ସାଥିରେ
ତୁ ଲେଖି ହୋଇଗଲୁ ପ୍ରତ୍ୟହ 
କେଲେଣ୍ଡର ପୃଷ୍ଠାରେ,
ପୃଷ୍ଠା ପରେ ପୃଷ୍ଠା
ଓଲଟାଇ ଚାଲିଲୁ ଏମିତି
ହେଇ ଲାଗେ ଏବେ ପରି
ଆସିଥିଲୁ ଦିନେ ନୁଆଁ ହୋଇ
ଚାଲିଗଲୁ କେବେ
ଜାଣି ନ ପାରିଲି
ହସ କାନ୍ଦର ପୁସ୍ତକ ବନ୍ଦ କରି,
ଯାଇଛୁ ଚାଲି,
ଦେଇଛୁ ଖାଲି ସ୍ମୃତି ଅନୁଭୂତି
ରାତି ପହିଲା ବେଳକୁ
ଆଉ ତୁ ନଥିଲୁ
କନ୍ଥରେ ହୋଇଛୁ ଟଙ୍ଗା
ନୁଆଁ ଏକ ପ୍ରେମିକା ର
ଜୀଵନ ପୃଷ୍ଠା,
ସମୟ ଆସିଛି
ତାକୁ ଓଲଟାଇବାକୁ,
ରଖେ ଆଶା
ସେ ଦେବ ନିଶ୍ଚେ
ଆଶା ଆକାଂକ୍ଷା ସଫଳତା |

ରାଜୀବ ଲୋଚନ ପାଣିଗ୍ରାହୀ

ରଘୁନାଥ ନଗର, ଆସିକା, ଗଞ୍ଜାମ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା // ତୁମେ କହିଥିଲ ଆସିବ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଏକତା ମନ୍ତ୍ରରେ

Sunil Chandra Nayak

ପ୍ରତାପ କିଶୋର ରାଉତ ଙ୍କ କବିତା = ଅଭିମାନିନୀ

Sunil Chandra Nayak

Leave a Comment

error: Content is protected !!