ସାହିତ୍ୟ ଅଗଣାତ୍ରିଲୋଚନ ପାଢୀ ଙ୍କ କବିତା // ମହାଶିବରାତ୍ରି ମହାଜାଗର by Sunil Chandra NayakFebruary 19, 2023046 Share0 ମହାଶିବରାତ୍ରି ମହାଜାଗର ତ୍ରିଲୋଚନ ପାଢୀ (ଶିକ୍ଷକ ) ବସନ୍ତ ଋତୁର ଫାଲ୍ଗୁନ ମାସରେ ଆସିଛି ମହାଜାଗର ମହାଶିବରାତ୍ରି ପବିତ୍ର ତିଥିରେ ଶିବ ମନ୍ଦିରେ ଗହଳ l ଜାଗର ରାତିରେ ଉଜାଗର ରହି ଭକ୍ତ ଜାଳନ୍ତି ଜାଗର ଭକ୍ତ ମନୋବାଞ୍ଛା ପୂରଣ କରନ୍ତି ପ୍ରଭୁ ସେ ଭୋଳାଶଙ୍କର l ମହାଶିବରାତ୍ରି ମହାଜାଗରର ମହାର୍ଘ୍ୟ ମହାଦିନରେ ଦିନଟିଏ ପାଇଁ କେତକୀ ଫୁଲ ଶୋଭେ ଶିବଙ୍କ ଲିଙ୍ଗରେ l କଞ୍ଚା କ୍ଷୀର ସହ ଲହୁଣୀ ନବାତ ବେଲପତ୍ର ଓ ମନ୍ଦାର ନଡ଼ିଆ କଦଳୀ ଭୋଗ କରି ଦୀପ ଜାଳେ ଭକ୍ତ ଉଜାଗର l ମହାମୃତ୍ୟୁଞ୍ଜୟ ଜପ କରେ ଭକ୍ତ ପ୍ରଭୁଙ୍କ ଶିବ ମନ୍ଦିରେ ମହାଦୀପ ଉଠେ ମହାଶିବରାତ୍ରି ମହାଜାଗର ରାତିରେ ll ସମ୍ପାଦକ,ସମ୍ବାଦ ସାହିତ୍ୟ ଘର, ନାଉଗାଁ ସା/ପୋ:-ନନ୍ଦିଗ୍ରାମ ଭାୟା:-ନାଉଗାଁ ହାଟ ଜିଲ୍ଲା:-ଜଗତସିଂହପୁର