ସାହିତ୍ୟ ଅଗଣାଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା // ପ୍ରିୟା ପାଇଁ ପଦେ by Sunil Chandra NayakMarch 24, 2023March 24, 2023057 Share0 = ପ୍ରିୟା ପାଇଁ ପଦେ = ଦିଲ୍ଲୀପ କୁମାର ନନ୍ଦୀ ମାନ ମାର ନାହିଁ ଆଗୋ ବାରିଜାଖି ଝରାନା ଝରନା ବାରି ବାରିଧ ବାରି ତ ହୁଏ ନାହିଁ ସହି ଛାତି ମୋ’ହୁଏ ବିଦାରି।। ହଂସ ଗମନୀ ଗୋ ରୋଷ ତେଜକର ଉଡ଼ିଲାଣି ମୋର ହଂସା ହସିଦିଅ ବାରେ ହରଷିତ ମନେ ଦିଅନାହିଁ ଆଡ଼ ରୁଷା।। ହେ ହରିଦ୍ରା ମୁଖି ହରିଦ୍ରା ରାଗି ମୋ’ କର ଭଙ୍ଗ ତବ ରାଗ ହସ ଦିଅ ବାରେ ହସିତ ବଦନେ ବରାଙ୍ଗନା ଶୀରି ମୁଖ।। ଆଗୋ ବରାନନା ନହୁଅ ବିମନା ବାରେ ତେଜକର ମାନ ହେ କୋକିଳ କଣ୍ଠି ମୋ’ପରବଚନ୍ଦ୍ର କରନି ଆଉ ଗୁମାନ।। ଧର୍ମଶାଳା, ଯାଜପୁର