ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଙ୍କୁଆ ବାଲି ଓ ବିନା ସୂଚନାଫଳକରେ ଚାଲିଛି କଂକ୍ରିଟ ରାସ୍ତା କାମ , ମାଲେମାଲ୍ ହେଉଛନ୍ତି ଠିକାଦାର ଓ ବନବିଭାଗ ଅଧିକାରୀ

କାମାକ୍ଷାନଗର (ମନିସ )23/3/23 // ରାଜ୍ୟ ସରକାର କଂକ୍ରିଟ ରାସ୍ତା ନିର୍ମାଣ ସକାଶେ କୋଟି କୋଟି ଟଙ୍କାର ଅର୍ଥ ମଞ୍ଜୁର କରୁଥିବା ବେଳେ। ପଙ୍କୁଆ ବାଲି ଓ ବିନା ସୂଚନା ଫଳକରେ କାମ କରି ମାଲେମାଲ୍ ହେଉଛନ୍ତି ଠିକାଦାର ଓ ବନବିଭାଗ ଅଧିକାରୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଞ୍ଚାୟତ ଅନ୍ତର୍ଗତ ଏକୁଲୁ ସେକୁଲୁ ରାସ୍ତାର ଦୃଶ୍ୟ। ଜିଲ୍ଲାପାଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପୁଟିପାଳ ଗ୍ରାମକୁ ପୁଷ୍ୟ ଗ୍ରାମ ଭାବେ ଘୋଷଣା କରି ଥିବା ବେଳେ। ପୋଷ୍ୟ ଗ୍ରାମକୁ ଗମନା ଗମନ ବାଧା ସୃଷ୍ଟି ହେଉ ଥିବାରୁ ପ୍ରଶାସନ ତରଫରୁ ଅର୍ଥ ମଞ୍ଜୁର କରି ବନ ବିଭାଗ ଅଧିକାରୀଙ୍କ ଜରିଆରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଛି ଏକୁଲୁ ଶେକୁଲୁ ଅଞ୍ଚଳରେ। କିନ୍ତୁ କଂକ୍ରିଟ ରାସ୍ତା ନିର୍ମାଣ ସକାଶେ ସରକାର କୋଟି କୋଟି ଟଙ୍କାର ଅର୍ଥ ମଞ୍ଜୁର କରୁଥିବା କରୁଥିବା ବେଳେ ଏଠି କିନ୍ତୁ ଠିକାଦାର ଓ ବନ ବିଭାଗ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ରେ ନିମ୍ନ ମାନର ପଙ୍କୁଆ ବାଲି ଓ ସଠିକ ଭାଗ ମାପ ନ ଦେଇ ନିର୍ମାଣ କରାଯାଉଛି କଂକ୍ରିଟ ରାସ୍ତା। ବଣ ଜଙ୍ଗଲ ପାହାଡ ଘେରାରେ ରହିଥିବା ଏକୁଲ୍ ସେକୁଲ ଗ୍ରାମକୁ କୌଣସି ବିଭାଗୀୟ ଯନ୍ତ୍ରୀ ନ ପହଚିବାରୁ ଏଭଳି ନିମ୍ନ ମାନର ପଙ୍କୁଆ ବାଲି ଓ ବିନା ସୂଚନା ଫଳକ ରେ ଚାଲିଛି କଂକ୍ରିଟ ରାସ୍ତା କାମ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଠି ପ୍ରଶ୍ନ ଉଠୁଛି କି ପୂର୍ବରୁ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା ବର୍ଷେ ନ ପୁରୁଣୁ ଭାଙ୍ଗି କି ରାସ୍ତା ଦୁଇ ଫାଳ ହୋଇଗଲାଣି ଯାହା ଫଳରେ କି ସେ ସବୁ ନିମ୍ନ ମାନର କାର୍ଯ୍ୟ ସକାଶେ ଏଭଳି ରାସ୍ତାର ଅବସ୍ଥା ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ବର୍ତ୍ତମାନ ନିର୍ମାଣ କରାଯାଉଥିବା ରାସ୍ତାରେ ମଧ୍ୟ ପଙ୍କୁଆ ବାଲି ମିଶାଇ ବିନା ସୂଚନା ଫଳକରେ ଚାଲିଛି ରାସ୍ତା କାମ। ଯାହା ଫଳରେ ସେଠାରେ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ନ ରହି ପିସି କାରବାର ରେ ନିମ୍ନ ମାନର କାର୍ଯ୍ୟ କରାଯାଉଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏଭଳି ନିମ୍ନ ମାନର କାର୍ଯ୍ୟକୁ ନେଇ ଖୁବ୍ କମ୍ ଦିନରେ କଂକ୍ରିଟ ରାସ୍ତା ବେଶୀ ଦିନ ନ ରହି ଖୁବ୍ କମ୍ ଦିନରେ ଭାଙ୍ଗି ନଷ୍ଟ ହୋଇ ଯିବାର ଅନେକ ସମ୍ଭାବନା ରହିଛି। ଯାହାଫଳରେ ଜନସାଧାରଣ ଆଗରୁ ଗମନାଗମନ ରେ ଅସୁବିଧାର ସମ୍ମୁଖିନ ହେଉଥିଲେ। ଆଗାମୀ ଦିନରେ ମଧ୍ୟ ସେଭଳି ସମ୍ମୁଖିନ ଅନେକ ସମ୍ଭାବନା ରହିଛି। ଏଣୁ ପ୍ରଶାସନ ତରଫରୁ ଉପଯୁକ୍ତ ତଦନ୍ତ କରି ଠିକା ଦାର ଓ ବନ ବିଭାଗ ଅଧିକାରୀଙ୍କ ଉପରେ କାର୍ଯ୍ୟାନଷ୍ଠାନ ନେବା ପାଇଁ ସାଧାରଣରେ ଦାବୀ ହୋଇଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଢେଙ୍କାନାଳ:ଜଗଦ୍ ଗୁରୁ ଠାକୁର ଅଭିରାମ ପରମହଂସ ଦେବଙ୍କ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

masiha

ନର୍ଲା ପଂଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ

Sunil Chandra Nayak

କଲେଜ ଛାତ୍ରୀଙ୍କ ଦ୍ବାରା ସ୍ବଚ୍ଛଭାରତ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!