ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ରଙ୍କନିଧି ସେଠୀ ଙ୍କ କବିତା // ଓମ୍ ନମଃ ଶିବାୟ

ଓମ୍ ନମଃ ଶିବାୟ

ରଙ୍କନିଧି ସେଠୀ

ନିର୍ଜଳ ଉପାସ କରି କୃତିବାସ
      ଭକତେ ଅଛନ୍ତି ଚାହିଁ
କୃପାବାରି ପ୍ରଭୁ ବରଷି ଦିଅ ହେ
      ହୃଦେ ଦୟାଭାବ ବହି ll
ଶହେ ଆଠ ବେଲ ପତର ସାଙ୍ଗରେ
     ଦୁଦୁରା, ଚମ୍ପା, ଅରଖ
ଶିରେ କନିଅର ସଜେଇ ତୁମର
     ପଦ ପୁଜେ ଏ ମୁରୁଖ ll
ଆହେ ମହେଶ୍ୱର ଜଗତ ଈଶ୍ୱର
     ଉମାପତି ଗୁଡାକେଶ
ଆଶୁତୋଷ ନାମ ସାକାର କର ହେ
    ଦେବ,ଦେବେଶ,ମହେଶ ll
ତୁମେ କାଳଞ୍ଜର ଭବ,ଦିଗମ୍ବର
       ମହାକାଳ, ଶୁଳଧର
ଅଧିଶ, ଗିରିଶ ଖୋଚର, ଭୃଙ୍ଗୀଶ
     କପାଳ, ଚନ୍ଦ୍ରଶେଖର ll
ଜଟାଧାରୀ, ରୁଦ୍ର ବିଶାଳାକ୍ଷ, ତୀବ୍ର
    ମୃତ୍ୟୁଞ୍ଜୟ, ମହେଶ୍ୱର
ଭୋଳାବାବା, ହର ହେ ଭୋଳାଶଙ୍କର 
     ଶ୍ରୀକଣ୍ଠ, ଧରଣୀଶ୍ୱର ll
ହେ ରାଜାଧିରାଜ ପ୍ରଭୁ ଲିଙ୍ଗରାଜ
      ଖଣ୍ଡ, ଆଖଣ୍ଡଳମଣି
ପ୍ରଭୁ ଗଙ୍ଗାଧର ବାବା ଗୁପ୍ତେଶ୍ୱର
      ପିନାକୀ, ପିନାକପାଣି ll
ହଳାହଳ ବିଷ ଆକଣ୍ଠ ଭୂତେଶ 
        ନାମ ତୁମ ନୀଳକଣ୍ଠ
ଆହେ ଜଟାଧାରୀ ହେ ଡମ୍ବରୁଧାରୀ 
         ମହାନଟ, ସିପିବିଷ୍ଟ ll
ତ୍ରିପୁରାନ୍ତକ ପ୍ରଭୁ ପାର୍ବତୀ ପତି
        ଫଣୀଧର, ପଞ୍ଚାନନ
କାଶୀନାଥ, ବୀର ନନ୍ଦୀଭୃଙ୍ଗୀଶ୍ୱର
        ନଟରାଜ, ତ୍ରିଲୋଚନ ll
ପବିତ୍ର ଦିବସେ ନିବେଦନ କରେ 
       ଦୟାକର ଆଶୁତୋଷ
ସର୍ବ ପାପ ନାଶ କର ହେ ବିଶ୍ୱେଶ 
       ବରଷୁ ଥାଉ ଆଶିଷ ll

       ରାଉରକେଲା

Related posts

ରତିନାରାୟଣ ରାଉତ ଙ୍କ କବିତା = ପଖାଳ ମାହାତ୍ମ

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା // ଭୋଳେଶ୍ଵର

Sunil Chandra Nayak

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଙ୍କ କବିତା // ଆସ ହେ ନୂଆ ବରଷ

Sunil Chandra Nayak

Leave a Comment

error: Content is protected !!