ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସହଦେବ ପରିଡ଼ା ଙ୍କ କବିତା // ହେ ବିଶ୍ଵନାଥ ବିଶ୍ଵର ମଙ୍ଗଳ କର

ହେ ବିଶ୍ଵନାଥ ବିଶ୍ଵର ମଙ୍ଗଳ କର

     

      ସହଦେବ ପରିଡ଼ା 

ହେ ବିଶ୍ଵନାଥ ହେ ମହେଶ୍ୱର
ଭକ୍ତିର ପ୍ରଣତି ଘେନ
ବିଶ୍ବର ମଙ୍ଗଳ କର ତ୍ରିଲୋଚନ
ଭକତ ଆରତ ଶୁଣ।
ଶିବ ଉପାସନା ଜାଳୁ ପ୍ରେମ ଦୀପ
ଅହଂକାର ହେଉ ଶୂନ୍ୟ
ସଭିଙ୍କ ହୃଦୟେ ଦିବ୍ୟ ଜ୍ୟୋତିଜଳୁ
ସେବା କାର୍ଯ୍ୟେ ରହୁ ମନ ।
ହୃଦୟ ମନ୍ଦିର ଶିଵାଳୟ ହେଉ
ବିଶ୍ବର କଲ୍ୟାଣ ପାଇଁ
ମଙ୍ଗଳ ଦୀପାବଳୀ ସରଵେଜାଳନ୍ତୁ
ରାତ୍ରେ ଉଜାଗର ରହି।
ଅହିଂସା ଧରମେ ଦୀକ୍ଷିତ ହୁଅନ୍ତୁ
ଓମ୍ ନମ୍ଃ ଶିବାୟ ଗାଈ
ହିଂସାର ଗରଳ ଭଷ୍ମିଭୂତ ହେଉ
ଶାଶ୍ବତ ହେଉ ଏ ମହୀ ।
ହର ହରି ଭେଟ ଏ ପୁଣ୍ୟ ଦିବସ
ସମାଜ କଲ୍ୟାଣ ପାଇଁ
ଜୀଵ ହେଉ ଶିଵ ଆତ୍ମ ଞ୍ଜାନ ଦୀକ୍ଷା
ଅଞ୍ଜାନ ନାଶିତ ହୋଇ ।।
ଭକ୍ତିର ଭାବରେ ଞ୍ଜାନ ଦୀପାବଳୀ
ସରଵେ ଜାଳି ହୃଦୟେ
ମୃତ୍ୟୁଞ୍ଜୟ ମନ୍ତ୍ରେ ହୋଇ ଅଭିଷିକ୍ତ
ପବିତ୍ ହେଵା ସମସ୍ତେ ।

     କୋଷାଗୁମୁଡା

Related posts

ଅପର୍ତ୍ତି ସେଠୀ ଙ୍କ କବିତା l l  ପରକି‌ୟା ପ୍ରିତୀ l l

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା // ଅବୁଝା ରାଈ

Sunil Chandra Nayak

ଉପେନ୍ଦ୍ର ବସ୍ତିଆ ଙ୍କ କବିତା l l ଚଳିତ ବରଷ ଅନ୍ତିମ  ଦିବସ l l

Sunil Chandra Nayak

Leave a Comment

error: Content is protected !!