ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା ଙ୍କ କବିତା – ହେ ବୀର ପୁଙ୍ଗବ ଜାଗ ଆଜି ଜାଗ

ହେ ବୀର ପୁଙ୍ଗବ

        ଜାଗ ଆଜି ଜାଗ

         ରାଗ।। ନଟ ବାଣୀ।।
ହେବୀରପୁଙ୍ଗବ ଜାଗ ଆଜି ଜାଗ 
ଶତ୍ରୁ ଶିବିରରୁ ତୁମ୍ଭ ନ୍ୟାର୍ଯ୍ୟ ମାଗ। (୧)।
ଛାଡନା ତୁମ୍ଭର ଉଚିତ ସମ୍ପଦ,
ହୃଦୟୁ କାଢ଼ହେ ସକଳ ବିପଦ। (୨)।
ନ ପଡ଼ରେ ଶୋଇ ହେ ବୀର ସନ୍ତାନ,
ଶତ୍ରୁ ଶିବିରର କର ତୁଚ୍ଛ ପ୍ରାଣ ।(୩)।
ପଛଘୁଞ୍ଚା ନୁହେଁ ବୀରର ଜାତକେ,
ନ ମରେ କେବେସେ ପରାଣ ଆତଙ୍କେ ।(୪)।
କିଏ ଯଦି ହରେ ତୁମ୍ଭ ନ୍ୟାର୍ଯ୍ୟ ଦ୍ରବ୍ୟ
ଲୋଟି ଆଣ ତୁମ୍ଭେ ସେ ସମ୍ପଦ ସର୍ବ। (୫)।
ତୁମ୍ଭ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇଁ ନିରନ୍ତର,
ହାତରେ ଦାଢୁୁଆ ଖଡଗକୁ ଧର ।(୬)।
ନ୍ୟାର୍ଯ୍ୟ ପ୍ରାପ୍ୟ ପାଇଁ ଜାଗ ଆଜି ଜାଗ 
ବିନୟ ନୋହିଲେ ଖଡ୍ଗ ହସ୍ତେ ମାଗ।(୭)।
ବିନୟେ ନ ହେଲେ ମାଗ ଖଡ଼ଗରେ,
ସତ୍ୟ ଶାନ୍ତି ନ୍ୟାୟ ପଥେ ନିଜ କରେ। (୮)।
ଶତ୍ରୁ ଯଦି ଯାଏ ଚଢ଼ି ଡାଳେ ଡାଳେ 
ତୁମ୍ଭେ ଚାଲିଥାଅ ଶିରା ମାଳେ ମାଳେ।(୯)।
ଯୋକ ପରି ଲାଗ ହେ ବୀର ପୁଙ୍ଗଵ,
ଭାଙ୍ଗି ଦିଅ ଶତ୍ରୁ ଦାମ୍ଭିକ ଗରବ। (୧୦)।
ବୀରର ରକତ ନୁହେଁ ପାଣିଗାର 
ବୀରର ରକତ ତାଜା ରକ୍ତ ଧାର।(୧୧)।
ବୀର ରକ୍ତ ବିନ୍ଦୁ ପୁଟେ ଟକ ମକ 
 ରକ୍ତ ଦେଇ ମାଗି ଆଣ ତୁମ୍ଭ ହକ।(୧୨)।
 
          ।। ସମାପ୍ତ।।

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା 

ହରି ଚନ୍ଦନ ପୁର କେନ୍ଦୁଝର ଓଡ଼ିଶା 

Related posts

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ = ଶ୍ରୀରଙ୍ଗା ଚରଣେ

Sunil Chandra Nayak

କୁମାରୀ ପୁଷ୍ପଲତା ମୁଣ୍ଡା ଙ୍କ କବିତା = ଶୁଭ ଜନ୍ମ ଦିନ 

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ମଧୁଭରା ସ୍ମୃତି =

Sunil Chandra Nayak

Leave a Comment

error: Content is protected !!