ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

କବିତା – ସାଜାଗ ହୁଅରେ ଜଳ ସ୍ଥଳ ବାୟୁ 

ସାଜାଗ ହୁଅରେ

        ଜଳ ସ୍ଥଳ ବାୟୁ 

———————————-
ସଜାଗ ହୁଅରେ ଜଳ ସ୍ଥଳ ବାୟୁ 
ଅଇରୀ ପାଞ୍ଚିଛି ଯୁଦ୍ଧ
ଡାକରା ଦେଇଛି ଶତ୍ରୁ ପକ୍ଷ ଏବେ
ଶୁଭୁଛି କମାଣ ଶବ୍ଦ
ଘୋର ଗରଜନ କରୁଛି ସୀମାନ୍ତେ
ଅସ୍ତ୍ର ଶସ୍ତ୍ର ଉଲଂଘନ
ଚେଇଁ ଉଠ ବୀର ଏହି ସମୟରେ
ରଖି ଦେଶ ସନମାନ
ଜାଳିଦିଅ ତାର ଆତଙ୍କିର ଆଡ୍ଡା
ଭାଙ୍ଗିଦିଅ ତାର ଗଡ଼
ଧୂଳିସାତ କର ତା ମନ୍ଦ ବୁଧିକୁ
ମାନନାହିଁ ବନ୍ଧ ବାଡ଼
ନିର୍ଦେଶ ମୁତାପ କାମକରିଯାଅ
ଭାବିବାକୁ ନାହିଁ ବେଳ
ପଡୋଶୀ ରାଜ୍ୟକୁ ସତର୍କ ର ଘଣ୍ଟି
ବିଜୟ ମଶାଲ ଜାଳ
ରାଜ ନାଥ ଆଉ ଅମିତ ସେନାଙ୍କୁ
ଦେଇଛନ୍ତି ଆବାହନି
ଜାତୀର ଗୌରବ ଜାତୀ ନନ୍ଦିଘୋଷ
ଚଲାଇବା ସମ୍ଭାବାମୀ
ଯୁଗେ ଯୁଗେ ଧର୍ମ ଧ୍ୱଜ ଉଡ଼ିଅଛି
ହୋଇ ଶତ୍ରୁ ପଦାନତ
ବୀର ମାଟି ଏହି ଭାରତ ଭୂଖଣ୍ଡ
ହୋଇନାହିଁ ମଥାନତ
ଆଜି ଆସିଅଛି ସୁଯୋଗ ହାତକୁ
ଵିଧ୍ଵଂସିତ କର ପାକ
ଅନାର୍ଯ୍ୟ ଜାତୀକୁ ସଠିକ ଜବାବ
ହେଉ ସିଏ ହତବାକ
ହିର୍ଯ୍ୟା ପିଞ୍ଜରାକୁ ଫାଡି ଦିଅ ତାଙ୍କ
କପଟିର ହେଉ ନାସ
ବିନାସ କର ତା ଝିମିଟି ଖେଳ କୁ
ନାହିଁ ଏବେ ଅବକାଶ
ସତର୍କ ରୁହ ହେ ମୋ ପଡୋଶୀ ରାଜ୍ୟ
ଆସୁଛି ଆଗେ ବିପଦ
ଜଗତର ନାଥ ଜଗାବାଳିଆଙ୍କୁ
ସ୍ମରିଲେ ନିତ୍ୟ ଆପଦ
——————————-

ତୋ ସନ୍ତାନ ମା

Related posts

ମମତା ସାହୁ ଙ୍କ କବିତା = ରାମ ନବମୀ

Sunil Chandra Nayak

ପ୍ରତାପ କେଶରୀ ସାହୁ ଙ୍କ କବିତା l l ନୂଆଁ ବରଷ ୨୦୨୩ l l

Sunil Chandra Nayak

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା // ପ୍ରିୟା ତୁମେ ଚାଲିଗଲ

Sunil Chandra Nayak

Leave a Comment

error: Content is protected !!