ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅପର୍ତ୍ତି ସେଠୀ ଙ୍କ ରମ୍ୟ କବିତା// ବାଃ,ବାଃରେଏଇ ଦୁନିଆଁ

 ବାଃ,ବାଃରେଏଇ ଦୁନିଆଁ

          ଅପର୍ତ୍ତି ସେଠୀ

             ‌ (ରମ୍ୟ କବିତା)
ବିଶ୍ଵାସକୁ ଆଜି ଛଟପଟ କରି
      ପୋଡିମାରେ ବିଷ ନିଆଁ,
ପ୍ରେମ ଏଠି ଧୋକା‌ ଧୂମରେ‌ ଦୂଷିତ
      ସମ୍ପର୍କ ଭୁଲାଏ‌ ଭୁଆଁ ,
ଏ ସଂସାର ମିଛ ହାଟେ‌ କିଣାବିକା
      ଯେତେ ମଣିଷ ପଣିଆ..
ବାଃ ବାଃରେ ଏଇ ଦୁନିଆଁ ।୧।
ପିତା ପୁତ୍ରଙ୍କର ସମ୍ପର୍କ ଯେମିତି
     ଭାଇ ବୋହୂ ଦେଢଶୁର‌,
ମାଡ଼ ଦୂରକଥା‌ ଛାତ୍ରଙ୍କୁ ଛୁଇଁଲେ
     ଗୁରୁ ଯାଏ କାରାଗାର,
ତେଣୁ ଛାତ୍ର ଆଜି ନିର୍ଭୟେ ଡାକୁଛି
       ଧରି ଗୁରୁଙ୍କର ନାଁ,
ବାଃ ବାଃରେ ଏଇ ଦୁନିଆଁ।୨।
ଯୁଗ ପ୍ରାୟ ଢେର‌ ବଦଳି ଯାଇଛି
     ଗାଈ ବି ଖାଇଲେ ଜରି,
କବି କବିତା ବି ଅସଲି ନକଲି
     ଡାଲିରେ‌ ଯେମିତି ଗୋଡ଼ି।
ପୁଅ ବାହାଘରେ ସମୁଦି ସଙ୍ଗରେ 
     ସମୁଦୁଣୀ ମାରେ ଡିଆଁ
ବାଃ ବାଃରେ ଏଇ ଦୁନିଆଁ।୩।
ବସିଲେ ହସିଲେ ଛିଙ୍କିଲେ କାଶିଲେ
      ଶୁଣିବାକୁ ପଡେ କିଛି,
ବନ୍ଧୁ କାନ୍ଧେ ରଖି ବନ୍ଧୁକ ମାରିବା
       ମଣିଷର ସ୍ଵଭାବଟି।
କରୋନାଠୁଁ ବଳି ଈର୍ଷା ସଂକ୍ରମଣ‌
       ଜୀବନ ଟେନସନିଆ‌,
ବାଃ ବାଃରେ ଏଇ ଦୁନିଆଁ।୪।
ବୃଦ୍ଧକାଳେ ବାପାମାଆଙ୍କର ମୁହଁ
      ପୁଅ କିବା ଚାହୁଁଅଛି,
ଅପୁତ୍ରିକ ହେଲେ ଏହି ଦୁନିଆଁ ବି
      ବାଞ୍ଝ‌ ବୋଲି କହୁଅଛି,
ପ‌ଇସାର ଲୋଭ ସ୍ଵାର୍ଥର ବଡ଼ିମା‌
      ଆମକୁ କରେ ବାଇଆ….
ବାଃ ବାଃରେ ଏଇ ଦୁନିଆଁ।୫।
କାରାଗାରେ‌ ରହି ଶଶୁର ଘରର
     ସୁଖ ପାଏ‌ ବଳାତ୍କାରୀ,
ଅନେକ ନୀର୍ଭୟା ଆଖି ବୁଜିଲେଣି
      ଆଇନ୍ ମାରେ ଘୁଙ୍ଗୁଡ଼ି,
ବୈଧାନିକ ବାଣୀ ଲୋକ ଜାଣିଶଣି
      ସିଗାରେଟ ମଦ ପିଏ,
ଅନ୍ଯର ସୁଗୁଣ ସହିହୁଏ ନାହିଁ
     ନିଜର ପ୍ରଶଂସା ଗାଏ,
ନିଜେ ଭୁଲ୍ ହୋଇ ଭଲ ମଣିଷଟେ‌
      ଆଜି କାଲି ଖୋଜୁଥାଆ….
ବାଃ ବାଃରେ ଏଇ ଦୁନିଆଁ।୬।
ଏମିତି ଏ ବେଳ ହେଲା ଆଜି ଭାଇ
     ଘରେ ଘରେ ଅଘଟଣ,
ମାଆ ଝିଅ କିଏ ଚିହ୍ନି ହୁଅନ୍ତିନି‌
     ଏକା ବେଶ ଭୁଷା ଜାଣ,
ବାପା ବରମୁଣ୍ଡା ପୁଅ ଚିରା ପେଣ୍ଟ‌୍
      ଝିଅ ସଟ୍ ପିନ୍ଧୁଥାଏ,
ଆଉ ପାଚୁନାହିଁ ବୁଢାବୁଢି‌ ଚୃଳ
      କଳାମୁଚ୍ ଦିଶୁଥାଏ‌,
ଧନ୍ୟ ସେହି ନାରୀ ସବୁ ଖୋଲାକରି‌
      ବୟସ ଲୁଚ‌ଉ ଥା‌….
ବାଃ ବାଃରେ ଏଇ ଦୁନିଆଁ।୭।
ପଣତ କାନିର ଆଶ୍ରା ପାଉନାହିଁ
      ଆଜି ହତଭାଗା‌ ଛୁଆ,
କୋଉଠୁ‌ ଆସିବ ପଣତ କାନିଟି
      ଜିନ୍‌ ପିନ୍ଧେ ପରା ମାଆ,
ସ୍ତ୍ରୀଙ୍କ ଆଦ୍ଧତ୍ତ ଯେତେ ଯାହା ରାଗ
      ସ୍ଵାମୀ ପରେ ଦ୍ଯନ୍ତି ସାରି,
ବିଚରା ସ୍ଵାମୀଟି‌ ସ୍ତ୍ରୀ ଦଶଦୋଷ 
      କ୍ଷମା କରେ ଡରିମରି‌….
ସୁନ୍ଦରୀ ଭାରିଜା‌ ଘରେ ଥାଉ ପଛେ
      ପର ସ୍ତ୍ରୀକୁ ଚାହୁଁ ଥା‌…..
ବାଃ ବାଃରେ ଏଇ ଦୁନିଆଁ।୮।
ହସ ଆଜି କୋଉ ହାଟରେ ମିଳୁଛି
      କିଣିବାକୁ ଓଠ ପାଇଁ,
ବୁଢା କେତେକଙ୍କ କୃତ୍ରିମ ହସରେ
      ପାର୍କଟା କମ୍ପୁଥାଇ।
ଡାଡି‌ ମମି ଡାକ କେକ୍‌ ଯେତେ କାଟ
       ବେଲୁନ ଫୁଟାଉ ଥାଅ,
ସ୍ମାର୍ଟ‌ ଫୋନ୍ ଧରି ଅନ୍‌ ଲାଇନ୍‌ରେ
       ପବନକୁ କିଣୁଥାଅ,
ପରମ୍ପରା ଭୁଲି ପାଶ୍ଚାତ୍ୟ ଢାଞ୍ଚାରେ
         ନିଜକୁ ତୁ ଗଢୁଥା….
ବାଃ ବାଃରେ ଏଇ ଦୁନିଆଁ।୯।
ଶାସକ ସାଜୁଛି ଭକ୍ଷକ ବି ଏଠି
        ଫସଲ ଖାଉଛି ବାଡ଼,
ନାମ ସଙ୍କୀର୍ତ୍ତନ ବିକ୍ରି ହେଉଅଛି
       ବାବା କଲେ ମନ ଚୋର,
ରସାୟନ‌ ସାର ଅସ୍ଵାଦୁ‌ ଆହାର
        ଅତିଷ୍ଠ ଧରଣୀ ମା…. 
ବାଃ ବାଃରେ ଏଇ ଦୁନିଆଁ।୧୦। 
           ଭାଇ !!!!
ଶ୍ରାବଣ ଅଛି ବରଷା‌ ନାହିଁ
ଫଗୁଣ ଅଛି ଭରଷା ନାହିଁ,
ପ୍ରେମ ଅଛି ଭଲ ପାଇବା ନାହିଁ
ଆଖି ଥିଲେ ଭଲ ନିଦ ବି ନାହିଁ,
ତଥାପି ଏ ପ୍ରେମ ବଞ୍ଚିବ ସଂସାରେ
ମାଲିକ ସିଏରେ ମୂଲିଆ ଆମେରେ,
ଜଳୁଛି ଜଳିବ ଜନମ‌ ମରଣେ
       କେବଳ ଦୁଇଟି ନିଆଁ….
ବାଃ ବାଃରେ ଏଇ ଦୁନିଆଁ….
ଧନ୍ୟ ଧନ୍ୟରେ ଏଇ ଦୁନିଆଁ… 

ପାଳକଣା‌, କୋରୋ‌, କେନ୍ଦ୍ରାପଡା

 

Related posts

ଚନ୍ଦ୍ର ଶେଖର ଶବର ଙ୍କ କବିତା // ବସନ୍ତ ନିବାସ

Sunil Chandra Nayak

ଗାୟତ୍ରୀ ସିଂହ ଙ୍କ କବିତା = ଦେବସ୍ନାନ ପୂର୍ଣ୍ଣିମା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଶିବ ମହିମା

Sunil Chandra Nayak

Leave a Comment

error: Content is protected !!