ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ସୁରକ୍ଷା ପାଇଁ କନ୍ୟାକୁମାରୀ ରୁ ଭୋପାଳ ସାଇକଲ ଯାତ୍ରା

ଭବାନୀପାଟଣା: ୪/୦୧ – (ମ.ନି.ସ) :- ଦୁନିଆରେ ଏମିତି ମଣିଷ ରହିଛନ୍ତି ଯିଏ କି ସାରା ଭାରତ ବର୍ଷେରେ ପରିବେଶ ସୁରକ୍ଷା ସଚେତନ  ଯାତ୍ରାରେ ବାହାରି କୋଣ ଅଣୁକୋଣରେ ବସବାସ କରୁଥିବା ଲୋକଙ୍କୁ ସଂରକ୍ଷଣ ବାର୍ତ୍ତା ପହଁଞ୍ଚାଇବା ନେଇ ପ୍ରୟାସ କରି ଥିବା ଜଣେ ବ୍ଯକ୍ତିତ୍ବ ଯିଏକି ଏଟାଓ୍ଵା ୟୁପିର ରବିନ୍ ସିଂ। ସେ କନ୍ଯାକୁମାରୀରୁ ଭୋପାଳ ପର୍ଯ୍ଯନ୍ତ ପରିବେଶ ସଂରକ୍ଷଣ ପାଇଁ ଅଲ ଇଣ୍ତିଆ ଲୋକଙ୍କୁ ବାର୍ତ୍ତା ପହଞ୍ଚାଇବା ନେଇ ସାଇକେଲରେ ବାହାରିଛନ୍ତି। ତାଙ୍କର ଏହି ଯାତ୍ରାର ୯୦ ଦିନ ପୂର୍ଣ୍ଣ ହୋଇସାରିଛି, ସେହି ଦିନରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ମଧ୍ୟରେ ପହଞ୍ଚିଥିଲେ। ୩/୦୧/୨୦୨୩ ରିଖ ମଙ୍ଗଳବାର ଦିନ ଅଲ ଇଣ୍ତିଆ ମଜଦୁର ସଂଘର ସଭାପତି ଶ୍ରୀ ବିରଞ୍ଚି ନାରାୟଣ ପଣ୍ତା   ଙ୍କ ସହ ଅନେକ ଲୋକ ତାଙ୍କୁ ଉତ୍ସାହର ସହିତ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ପରିପ୍ରିକ୍ଷୀରେ ଜୁନାଗଡ ସହର ସ୍ଥିତ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଠାରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ରବିନ୍ ସିଂ ଙ୍କ ସମେତ ଉପସ୍ଥିତ ବକ୍ତାମାନେ ଜୀବ ଜଗତ ପାଇଁ  ସୁସ୍ଥ ପରିବେଶ ର ଆବଶ୍ୟକତା ଓ ଏହାକୁ କିପରି ସଂରକ୍ଷଣ କରାଯିବ ତାହାର ବିଭିନ୍ନ ଦିଗ ଉପରେେ ଆଲୋକପାତ କରିଥିଲେ।

ମସିହା ନୀୟୂଜ୍ ସର୍ଭିସ୍ 

Related posts

ନିଜ ସୁରକ୍ଷା ପାଇଁ କବିରାଜମାନେ ସାଜିଛନ୍ତି ନକଳି ସାମ୍ବାଦିକ ୨ୟ ଭାଗ

masiha

ଶିକ୍ଷାବିତ୍ ପ୍ରବୀର କୁମାର ଦୁବେଙ୍କୁ ସମ୍ବର୍ଦ୍ଧନା

masiha

ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!