ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦିବ୍ୟ ଜୀବନ ସଂଘର ସ୍ବତନ୍ତ୍ର ସତସଙ୍ଗ

ରାଉରକେଲା/ ଛେଣ୍ଡ ସ୍ଥିତ ଦିବ୍ୟ ଜୀବନ ସଂଘ ତରଫରୁ ସ୍ୱତନ୍ତ୍ର ସତସଂଗ ଅନୁଷ୍ଠିତ ହୋଇଯାଇଛି । ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସତସଂଗରେ ଭଜନ, କୀର୍ତ୍ତନ,ଗୁରୁ ପାଦୁକା ପୂଜା,ଜପ,ଧ୍ୟାନ, ଯୋଗ,ପ୍ରାଣାୟମ,ଜୟ ଗଣେଶ କୀର୍ତ୍ତନ,ଗୁରୁ ସ୍ତ୍ରୋତ୍ର,ଶାନ୍ତି ମନ୍ତ୍ର,ବିଷ୍ଣୁ ସହସ୍ର ନାମ ଆଦି ଅନୁଷ୍ଠିତ ହୋଇଯାଇଛି । ସଂଘ ରାଉରକେଲା ଶାଖାର ସଭାପତି ସୁଶିଲ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସତସଂଗରେ ସ୍ବାମୀ ଦେବଭକ୍ତନନ୍ଦଜୀ ମହାରାଜ ଜୀବନର ସଫଳତା ସଂପର୍କରେ ବକ୍ତବ୍ଯ ରଖିବା ସହ ଆଶ୍ରିବଚନ ପ୍ରଦାନ କରିଥିଲେ । ପରେ ସ୍ବାମୀ ବ୍ରହ୍ମସାକ୍ଷାତକାରନନ୍ଦଜୀ ମହାରାଜ ଙ୍କ ଦ୍ଵାରା ଆଶ୍ରିବଚନ ପ୍ରଦାନ କରାଯାଇଥିଲା । ଉଭୟ ଗୁରୁ ଜୀବନର ସଫଳତା ସୂତ୍ରକୁ ସୁନ୍ଦର ଭାବେ ବ୍ୟାଖ୍ୟା କରିବା ସହ ସଦଗୁରୁଦେବ ସ୍ବାମୀ ଶିବାନନ୍ଦ ସରସ୍ବତୀ ଓ ପରମପୂଜ୍ୟ ସ୍ବାମୀ ଚିଦାନନ୍ଦ ସରସ୍ବତୀ ମହାରାଜଙ୍କ ନୀତି ଓ ଆଦର୍ଶ ସଂପର୍କରେ ଆଲୋକପାତ କରିଥିଲେ ।

ପରେ ଅନୁଗାମୀଙ୍କ ଦ୍ବାରା ଓଡଶୀ ନୃତ୍ୟ,ଶାନ୍ତି ପାଠ,ଆରତୀ, ମହାମନ୍ତ୍ର, କୀର୍ତ୍ତନ ଓ ପ୍ରସାଦ ସେବନ ଆଦି କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର କୁମାର ପାଣ୍ଡବ, ସଂପାଦକ କବିବର ସାହୁଙ୍କ ସମେତ ବିଜୟ ଅଗ୍ରୱାଲ, ପ୍ରକାଶକୁମାର ପଣ୍ଡା, ସୁରେନ୍ଦ୍ର ବେହେରା, ରୁଦ୍ର ନାରାୟଣ ତ୍ରିପାଠୀ, ଦିଗମ୍ବର ପାଢୀ, ବିଜୟ କୁମାର ପରିଡା,କେଦାର ବେହେରା, ସ୍ମୃତିଲେଖା ସାହୁ,ଅର୍ଚ୍ଚନା ଦେବତା, ମୀନତି ତ୍ରିପାଠୀ, ନିରଞ୍ଜନ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିବା ବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ସତସଂଗରେ ଯୋଗଦେଇ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ

masiha

କର୍ଲାଗୁଡା ଗ୍ରାମରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଓ ଷୋହଳ ପ୍ରହର ନାମଯଜ୍ଞ ଆୟୋଜିତ 

Sunil Chandra Nayak

ପୋଖରିଆ ଗ୍ରାମରେ ମା’ ଵନଦୁର୍ଗାଙ୍କ ପୂଜାର୍ଚ୍ଚନା ଧୂମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!