ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର ଗୁରୁ ପୂର୍ଣ୍ଣିମା ମହୋତ୍ସବ ଭାରତୀୟ ବୈଦିକ ରୀତି, ସଂସ୍କୃତି ଓ ପରମ୍ପରାର ପ୍ରତୀକ

ପବିତ୍ର ଗୁରୁ ପୂର୍ଣ୍ଣିମା ମହୋତ୍ସବ ଭାରତୀୟ ବୈଦିକ ରୀତି, ସଂସ୍କୃତି ଓ ପରମ୍ପରାର ପ୍ରତୀକ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ଆନୁକୂଲ୍ୟରେ ସେକ୍ଟର -୧୯ ସ୍ଥିତ କମ୍ୟୁନିଟ ସେଣ୍ଟର ପରିସରରେ ପବିତ୍ର ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାଳନ କରାଯାଇ ଥିଲା । ଏହି ପବିତ୍ର ଦିନରେ ସର୍ବ ପ୍ରଥମେ ବୈଦିକ ରୀତି ଅନୁଯାଇ ତପସ୍ୱିନୀ ସାହୁ ଓ ପ୍ରଭାତୀ ବେହେରାଙ୍କ ପୌରୋହିତ୍ୟରେ ସମସ୍ତଙ୍କ ମଙ୍ଗଳାର୍ଥେ ହବନ୍ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସହପ୍ରଭରୀ ଅକ୍ରୁର ମାର୍ଥା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ବୈଦିକ ରୀତି ଅନୁଯାୟୀ ସମାରୋହକୁ ଶୁଭାରମ୍ଭ କରିଥିଲେ । ଶ୍ରୀ ମାର୍ଥା ତାଙ୍କ ବୈଦିକ ଭାଷଣରେ ପବିତ୍ର ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଥିଲେ । ସେ ପବିତ୍ର ଗ୍ରୁରୁ ପୂର୍ଣ୍ଣିମାର ଉଦ୍ଦେଶ୍ୟ ଓ ମହତ୍ ଉପରେ ଆଲୋଚନା କରିଥିଲେ । ଏହି ଦିନରେ ମହର୍ଷି ବେଦବ୍ୟାସଙ୍କ ଜନ୍ମ ତିଥି ହୋଇ ଥିବାରୁ ଏହାର ମହତ୍ତ୍ଵ ଅତି ଗୁରୁତ୍ଵ ବୋଲି ପ୍ରକାଶ କରିଥିଲେ । ସେ ୧୮ ପୁରାଣ ଓ ମହାଭାରତର ରଚୟିତା ଥିଲେ । ସମାଜ , ଦେଶ ଓ ବିଶ୍ଵର ଉଜ୍ବଳ ଭବିଷ୍ୟତ ଓ ସମୃଦ୍ଧି ଗୁରୁଙ୍କ ମହତ ବାଣୀକୁ ଅନୁସରଣ କଲେ ସମ୍ଭବ ହେବ ବୋଲି କହିଥିଲେ। ଆମ ବୈଦିକ ରୀତି ଓ ସଂସ୍କୃତିକୁ ପାଳନ କରିବା ସହିତ ଏହାକୁ ବିଶ୍ୱରେ ପ୍ରଚାର ପ୍ରସାର କରିବା ଆମର ଗୁରୁ ଦାୟିତ୍ଵ ଅଟେ । ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିତମ୍ଵିନି ସ୍ୱାଇଁ, ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା କିଷାନ୍ ପ୍ରଭାରୀ ପୀତବାସ ପ୍ରଧାନ ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ମହିଳା ସୋସିଆଲ ମିଡିଆ ପ୍ରଭାରୀ ଆରତୀ ଦାଶ ଗୁରୁପୂର୍ଣ୍ଣିମା ପର୍ବର ସ୍ମୃତି ଚାରଣ ସହିତ ନିଜର ବକ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଜିଲ୍ଲା ମହିଳା ସଙ୍ଗଠନ ମନ୍ତ୍ରୀ ସନ୍ଧ୍ୟାରାଣୀ ସାହୁ , ଜିଲ୍ଲା ମହିଳା କୋଷାଧ୍ୟକ୍ଷା ବିଷ୍ଣୁପ୍ରିୟା ଦାଶ, ଜିଲ୍ଲା ସମ୍ବାଦ ପ୍ରଭାରୀ କୌଶଲ୍ୟା ପୃଷ୍ଟି, ଜିଲ୍ଲା ମହାବିଦ୍ୟାଳୟ ପ୍ରଭାରୀ ସସ୍ମିତା ସାହୁ, ଜିଲ୍ଲା ବିସ୍ତାରକ ଅଜିତ୍ ପୃଷ୍ଟି, ବରିଷ୍ଠ ଯୋଗ ଶିକ୍ଷକ ବିନୋଦ ଭୋଇ, ଅନୁସୂୟା ବାରିକ, କଳ୍ପନା ପଣ୍ଡା, କଳ୍ପନା କୁମ୍ଭାର, ସୀତା ମୁର୍ମୁ, ନିବେଦିତା ବେହେରା, ମମତା ରାଉତ, ରେଣୁ ତନ୍ତୀ, ଉର୍ମିଳା ସାହୁ, ଗୀତାଞ୍ଜଳୀ ବେହେରା, ବିଜୟଲକ୍ଷ୍ମୀ ମହାନ୍ତ, ରେଣୁ ଖଣ୍ଡୱାଲ, ହରେ କୃଷ୍ଣ ସାହୁ, ଧବଳେଶ୍ୱର ବିଶ୍ୱାଳ, ରେବତୀ ବେହେରା, ପ୍ରିୟଦର୍ଶନୀ ପାଢ଼ୀ, ବିଜୟନୀ ମହାନ୍ତି , ମଧୁସ୍ମିତା ରାଉତ, ସସ୍ମିତା ବେହେରା, ମିନତୀ ନାୟକ, ଚମ୍ପାବତୀ ମହାନ୍ତ, ଅମୀୟ ଲତା ସାହୁଙ୍କ ସମେତ ବହୁ ଯୋଗ ଶିକ୍ଷକ, ସାଧକ ସାଧିକା ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ ଜିଲ୍ଲା ରେ ଶୁଭାରମ୍ଭ ହେଲା ମିଶନ ଇନ୍ଦ୍ରଧନୁସ

masiha

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର, କୋକସରା ହସ୍ପିଟାଲରେ ଭର୍ତ୍ତି

masiha

ସୀମାନ୍ତ ପତ୍ରିକା ପ୍ରତିଷ୍ଠାତା ଓ ବିଶିଷ୍ଟ ବଂଶୀ ବାଦକ ପଦ୍ମ ଚରଣ ପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

masiha

Leave a Comment

error: Content is protected !!