ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ୱାର୍ଡ ସଭ୍ୟ ସଭ୍ୟା ନୂତନ ବିଡ଼ିଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ସଂଘର ଦାବୀ ଜଣାଇଲେ

ତେନ୍ତୁଳିଖୁଣ୍ଟି –୦୧/୦୬/୨୩-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ପନ୍ଦର ଟି ଯାକ ପଞ୍ଚାୟତ ୱାର୍ଡ ସଭ୍ୟ ସଭ୍ୟା ମିଳିତ ହୋଇ ପୂଜାରିଗୁଡା ଗ୍ରାମ ପଞ୍ଚାୟତ ସିରାଗୁଡ଼ା ପିଜୁଳି ବଗିଚା ରେ ଏକ ବୈଠକ କରିଥଲେ। ଭଜମନ ସିଂ ଙ୍କୁ ସଭାପତି ଓ ମାଳା ନାଗ ଙ୍କୁ ଉପସଭାପତି ଭାବେ ମନୋନୀତ କରିଥିଲେ ଉପସ୍ଥିତ ସଭ୍ୟ ସଭ୍ୟା।ଏଥିସହ ପଞ୍ଚାୟତ ୱାରି ଜଣଙ୍କୁ ଲେଖାଏଁ ଦାୟିତ୍ୱ ଦିଆଯାଇଥିଲା। ଭଜମାନ ଡିଙ୍ଗ କୁନୁ ହରିଜନ ,ସୁରେଶ ଗରଡ଼ା ,ବିପିନ ଟା କ୍ରୀ ,ପୁରନ୍ଦର ମାଝୀ, ଜିସୁଦାନ ବାଘ ,ଦୁର୍ଲଭ ଜାନୀ,ସଂଜୀବ କର୍କରା,ରମେଶ ପଣ୍ଡା ,ସରୋଜିନୀ ଟା କ୍ରୀ , ନିର୍ମଳ ଜାନୀ ପ୍ରହ୍ଲାଦ ସାନ୍ତା ଓ ଭୀଷ୍ମ ମାଝି ପ୍ରମୁଖ ମନୋନୀତ ହୋଇଥିଲେ। ଏହାପରେ ନୂତନଭାବେ ଆସିଥିବା ବିଡିଓ ମନୋଜ ପାଣିଗ୍ରାହୀଙ୍କୁ ଭେଟି ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ୱାର୍ଡ ସଭ୍ୟସଭ୍ୟ। ସଂଘ। ଏଥିସହ ୱାର୍ଡ ସଭ୍ୟ ସଭ୍ୟା ଙ୍କୁ କ୍ଷମତା ଦେବାକୁ ନିବେଦନ କରିଥିଲେ। ୱାର୍ଡ ଉନ୍ନତି ପଂଚାୟତ ଉନ୍ନତି ହୋଇ ପାରିବ ବୋଲି କହିଥିଲେ। ବିଡ଼ିଓ ଏ ନେଇ ଗାଇଡ଼ ଲାଇନ ଅନୁଯାଇ ବିଚାର କରିବେ ବୋଲି କହିଥିଲେ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ବନ୍ଧୁଗାଁ ଶିକ୍ଷା ସଚେତନ ରଥକୁ ପତକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ

Sunil Chandra Nayak

ବ୍ଲକ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପ୍ରଶିକ୍ଷଣ ଶିବିର

Sunil Chandra Nayak

ବନସୁରଭି ପ୍ରକାଶନ ପକ୍ଷରୁ ସାରସ୍ବତ ସମାରୋହ: ପ୍ରତିଭା ସମ୍ବର୍ଦ୍ଧନା ଓ କବିତା ପାଠୋତ୍ସବ

masiha

Leave a Comment

error: Content is protected !!