ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟ୍ରିକ ପରୀକ୍ଷା ରେ କଳାହାଣ୍ଡି ଜିଲ୍ଲା ଟପ୍ପର ହେଲେ ଶ୍ରୀୟାଂଶି ସାହୁ ,ମ,ରାମପୁର ଅଞ୍ଚଳ ରେ ଖୁସି ରେ ମାହୋଲ 

ମାଟ୍ରିକ ପରୀକ୍ଷା ରେ କଳାହାଣ୍ଡି ଜିଲ୍ଲା ଟପ୍ପର ହେଲେ ଶ୍ରୀୟାଂଶି ସାହୁ ,ମ,ରାମପୁର ଅଞ୍ଚଳ ରେ ଖୁସି ରେ ମାହୋଲ 

ମ,ରାମପୁର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ଶ୍ରୀୟାଂଶି ସାହୁ l ମାର୍କ:୫୮୨ ରଖି ଜିଲ୍ଲା ଟପ୍ପର ହେଇଛନ୍ତି । ସେ ମୁଖୀ ଗୁଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଅଧ୍ୟୟନ କରୁଥିଲେ । ମ,ରାମପୁର ର ଝିଅ ଶ୍ରୀୟାଂଶି ଙ୍କ ଏହି ସଫଳତା ପରେ ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଉଠିଛି । ସେ ଏହି ସଫଳତା ପାଇଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମୁଖିଗୁଡା ର ପ୍ରଧାନ ଆଚାର୍ଯ୍ୟ ଅଜୟ କୁମାର ପାଢ଼ୀ, ଗୁରୁଜୀ ଗୁରୂମା ଙ୍କୁ ପ୍ରଦାନ କରିଛନ୍ତି l ମ,ରାମପୁର ନିବାସୀ ଅଧ୍ୟାପକ ଶିଶିର କୁମାର ସାହୁ ଓ ଶିକ୍ଷୟିତ୍ରୀ ସନ୍ଧ୍ୟା ରାଣୀ ସାହୁ ଙ୍କ ବଡ଼ ଝିଅ , ତଥା ସାମ୍ବାଦିକ ହେମନ୍ତ ସାହୁ ଙ୍କ ଝିଆରୀ ଶ୍ରୀୟାଂଶି ନିଜ ର ଅଧ୍ୟବସାୟ ବଳରେ ଏହି ସଫଳତା ପାଇଛି ଏବଂ ଏହାର ଶ୍ରେୟ ମୋର୍ ଗୁରୁଜନ ଙ୍କୁ ଅର୍ପଣ କରୁଛି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

 

Related posts

ଏକଡ଼ାଳି ଉଚ୍ଚପ୍ରାଥମିକ ବିଦ୍ୟାଳୟ ନିକଟରେ ମାଣ୍ଡିଆ ଦ୍ବାରା ପୁଷ୍ଟିକର ଖାଦ୍ୟ ମେଳା

Sunil Chandra Nayak

ଦକ୍ଷିଣି ଶୌଣ୍ଢିକ ମହାସଂଘ,କଳାହାଣ୍ଡି ଓ ଟିଟଲାଗଡ୍ ଡିଭିଜନ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

masiha

ବାଲିଗୁଡାରେ ଠାକୁରାଣୀ ଯାତ୍ରା ଆୟୋଜନ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!