ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ମଞ୍ଚରେ କଳାହାଣ୍ଡିର ଗୌରବ ବଢ଼ାଇଲେ ରିତାଞ୍ଜଳୀ ମିଶ୍ର ଭଗବାନ ବିର୍ସାମୁଣ୍ଡାଙ୍କ ସଂଘର୍ଷମୟ ଜୀବନକୁ କବିତାରେ ଜୀବନ୍ତ ରୂପ ଦେଲେ, ହାଇକମିଶନଙ୍କ କାର୍ଯ୍ୟକ୍ରମରେ ଉଚ୍ଚକୋଟୀର କବିତା ପାଠ

ଆନ୍ତର୍ଜାତୀୟ ମଞ୍ଚରେ କଳାହାଣ୍ଡିର ଗୌରବ ବଢ଼ାଇଲେ ରିତାଞ୍ଜଳୀ ମିଶ୍ର

ଭଗବାନ ବିର୍ସାମୁଣ୍ଡାଙ୍କ ସଂଘର୍ଷମୟ ଜୀବନକୁ କବିତାରେ ଜୀବନ୍ତ ରୂପ ଦେଲେ, ହାଇକମିଶନଙ୍କ କାର୍ଯ୍ୟକ୍ରମରେ ଉଚ୍ଚକୋଟୀର କବିତା ପାଠ

ଭବାନୀପାଟଣା – ଭଗବାନ ବିର୍ସାମୁଣ୍ଡା କେବଳ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ନଥିଲେ, ବରଂ ଆଦିବାସୀ ସମାଜର ଅଧିକାର, ସ୍ୱାଭିମାନ, ସଂସ୍କୃତି ଓ ଜଳ, ଜଙ୍ଗଲ, ଜମିର ସୁରକ୍ଷା ପାଇଁ ଜୀବନବ୍ୟାପୀ ସଂଗ୍ରାମ କରିଥିବା ଜଣେ ମହାନ ଜନନାୟକ ଥିଲେ। ତାଙ୍କର ଅଦମ୍ୟ ସାହସ, ସଂଘର୍ଷ ଓ ଦେଶ ପ୍ରତି ଅବଦାନକୁ କବିତା ମାଧ୍ୟମରେ ଆନ୍ତର୍ଜାତୀୟ ମଞ୍ଚରେ ପ୍ରତିଫଳିତ କରିବା ରିତାଞ୍ଜଳୀଙ୍କ ଏହି ପ୍ରୟାସକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଏଭଳି ସାହିତ୍ୟିକ ଓ ସାଂସ୍କୃତିକ ପ୍ରୟାସ ଆଗାମୀ ପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ, ଜାତୀୟତାବୋଧ, ସାମାଜିକ ଚେତନା ଓ ମହାନ ବ୍ୟକ୍ତିତ୍ୱଙ୍କ ଜୀବନୀ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ସହାୟକ ହେବ ବୋଲି ବିଶେଷଜ୍ଞ ମହଲରେ ମତ ପ୍ରକାଶ ପାଇଛି। ରିତାଞ୍ଜଳୀଙ୍କ ଏହି ଉଲ୍ଲେଖନୀୟ ଉପଲବ୍ଧିରେ ତାଙ୍କ ପରିବାରବର୍ଗ ଓ ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ତାଙ୍କ ଶଶୁର ଓ ଶାଶୁମା ଡ଼ା ବରେନ୍ଦ୍ର କୁମାର ଦାସ ଓ ଜୟନ୍ତୀ ଦାସ,ତାଙ୍କ ସ୍ୱାମୀ ପ୍ରଶାନ୍ତ ଦାସ, ପୁଅ ପ୍ରତୀକ, ସ୍ୱସ୍ତିକ, ବିଦ୍ୱାନଶ୍ରୀ, ରିଦ୍ଧି, ପ୍ରତ୍ୟୁଷା ଓ ନିଖିଳ,ବାପା ବିନୋଦ ବିହାରି ମିଶ୍ର, ମାଆ ଜାହ୍ନବୀ ମିଶ୍ର ମିଶ୍ର,ଭାଇ ସୁଧୀର ମିଶ୍ର, ଭାଉଜ ସ୍ନେହାସୃତି ମିଶ୍ର, ଭଉଣୀ ନମିତା ମିଶ୍ର ଓ ଗୀତାଞ୍ଜଳି ମିଶ୍ର, ଭାଇ ନିରୋଦ ମିଶ୍ର, ଧ୍ୟାନନନ୍ଦ ପଣ୍ଡା, ସମାଜସେବୀ ଦେବେଶ ସିଂହ ଓ ନାଟ୍ୟକାର ଆଲୋକ ସାହୁଙ୍କ ସମେତ ବିଭିନ୍ନ ସାଂସ୍କୃତିକ ସଂଗଠନ ଓ ବୁଦ୍ଧିଜୀବୀ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ସାହିତ୍ୟ ଓ କବିତା ମାଧ୍ୟମରେ ମହାନ ବ୍ୟକ୍ତିତ୍ୱଙ୍କ ଜୀବନାଦର୍ଶକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ରିତାଞ୍ଜଳୀଙ୍କ ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ। ତାଙ୍କର ଏହି ସଫଳତା କେବଳ ମିଶ୍ର ପରିବାର ପାଇଁ ନୁହେଁ, ବରଂ ସମଗ୍ର କଳାହାଣ୍ଡି ଜିଲ୍ଲା ଓ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ 

Sunil Chandra Nayak

ପବିତ୍ର ଗହ୍ମା ପୂର୍ଣ୍ଣିମାରେ ବିଧାୟକଙ୍କ ଦ୍ଵାରା ଗୋମାତାଙ୍କ ପୂଜାର୍ଚ୍ଚନା

Sunil Chandra Nayak

ବାଇକ ପଛ ପଟେ ଧକ୍କା ଦେଲା ବାଇକ ଜଣେ ଗୁରୁତର

masiha

Leave a Comment

error: Content is protected !!