ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଲମଣ୍ଡା ରେ ନୂତନ ଶ୍ରୀ ଜଗନ୍ନାଥ ମନ୍ଦିର ପିଠାଧିପତି ଓ ଭକ୍ତଙ୍କ ଉପସ୍ଥିତିରେ ପ୍ରତିଷ୍ଠା ଉତ୍ସବ ଆୟୋଜିତ 

ବନ୍ଧୁଗାଁ ତା ୧/୬/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡାରେ ୩ ଏକର ୫ ସେଣ୍ଟ ଜମି ଭିତରେ ଅତି ସୁନ୍ଦର ଭାବରେ ନୂତନ ଶ୍ରୀ ଜଗନ୍ନାଥ ମନ୍ଦିର ଅନେକ ପିଠାଧିପତି ଙ୍କ ଦ୍ଵାରା ପୂଜାଅର୍ଚ୍ଚନା ମଧ୍ୟରେ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ମନ୍ଦିର ଭିତରେ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଦେବୀ ଙ୍କ ସହ ସୁଦର୍ଶନ ଚକ୍ରରାଜା ଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଛି। ଗତ ମାସର ତା ୨୪ /୫/୨୩ ରୁ ଆଜି ପର୍ଯ୍ୟନ୍ତ ମନ୍ଦିର ଭିତରେ ଅଙ୍କୁରା ରୋପଣ, କଳସ ଯାତ୍ରା, ଦେବତା ଆବାହକ, ପୂଜା ଅର୍ଚ୍ଚନା ଓ ହୋମ, ପ୍ରଭୁଙ୍କ ଜଳଯାତ୍ରା ଓ ନଗର ପରିକ୍ରମା, ଦେବତା ପୂଜାକର୍ମ ଓ ହୋମ, ପ୍ରଭୁଙ୍କ ପ୍ରତିଷ୍ଠା ଉତ୍ସବ, ପୂର୍ଣ୍ଣ ହୁତି ଓ ପ୍ରସାଦ ସେବନ ହୋଇଯାଇଛି । ମନ୍ଦିର ପରିସର ମଧ୍ୟରେ ଗଣେଶ, ଶିବ, ଲକ୍ଷ୍ମୀ, ସୂର୍ଯ୍ୟ, ବିମଳା ଦେବୀ ଓ କାଞ୍ଚି ଗଣେଶ ମନ୍ଦିର ମଧ୍ୟ ରହିଛି। ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ଠାରୁ ଶେଷ ପର୍ଯ୍ୟନ୍ତ ଅନେକ ସ୍ଥାନରୁ ପିଠାଧିପତି ବୃନ୍ଦାବନରୁ ମହନ୍ତ ମଦନ ଗୋପାଳ ଦାସଜୀ ମହାରାଜ, ପୁରୀରୁ ମହନ୍ତ ସୁଦସନ ଦାସଜି ମହାରାଜ, ପୁରୀ ରୁ ମହନ୍ତ କୃଷ୍ଣ ଗୋବିନ୍ଦ ଦାସଜି ମହାରାଜ, ବୃନ୍ଦାବନ ରୁ ମହନ୍ତ ସତ୍ୟ ହରିଦାସ ମହନ୍ତ ମହାରାଜ, ଗାଙ୍ଗଦାହଣୀ ରୁ ମହନ୍ତ ରାମକୃଷ୍ଣ ଦାସଜି ମହାରାଜ, ପୁରୀରୁ ବାବାଜୀ ମୁରଲୀଧର ଦାସଜି ମହାରାଜ, କାଶୀନଗରରୁ ମହନ୍ତ ପଦ୍ମଚରଣ ଦାସଜି ମହାରାଜ, ପାଣ୍ଡରଖଲି ରୁ ମହନ୍ତ ରାଧା ମୋହନ ଦାସଜି ମହାରାଜ, ବୃନ୍ଦାବନରୁ ମହନ୍ତ କୃଷ୍ଣ ଚୈତନ୍ୟ ଦାସ ମହନ୍ତ ମହାରାଜ ଓ ହିଞ୍ଜିଲିକାଟୁ ରୁ ମହନ୍ତ ଲକିତ ମୋହନ ଦାସଜି ମହାରାଜ ମାନେ ଯୋଗଦାନ କରିଥିଲେ। ମନ୍ଦିରର ସମସ୍ତ ପ୍ରକାର ପ୍ରସ୍ତୁତି ବିଧି ଗୁଡ଼ିକ ଆଲମଣ୍ଡା ଗ୍ରାମର ମନ୍ଦିର ପରିଚାଳନା କମିଟି ସଦସ୍ୟ ଙ୍କ ଦ୍ଵାରା ହୋଇଥଲା। ମନ୍ଦିର ଅତି ସୁନ୍ଦର ପରିବେଶ ମଧ୍ୟରେ ହୋଇଥିବାରୁ ଆପଣ ମାନଙ୍କୁ ମନ୍ଦିର ପରିଚାଳନା କମିଟି ଦ୍ବାରା ଦର୍ଶନ ପାଇଁ ସ୍ୱାଗତ କରୁଛି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

SNANA YATRA AND RATH YATRA OF LORD JAGANNATH: RITUAL, THEOLOGY AND CULTURAL SIGNIFICANCE IN THE JAGANNATH TRADITION OF ODISHA.

ବିରୁପାକ୍ଷ ଶିବ ମନ୍ଦିରର ଭୂମିପୂଜନ ଉତ୍ସବ

Sunil Chandra Nayak

କାନ୍ଦୁଲ ଝର ଗ୍ରାମ ର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗରେ ଷୋହଲ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!