ମା’ ବାଟମଙ୍ଗଳାଙ୍କ ପ୍ରଥମ ବାର୍ଷିକୋତ୍ସବର ପୂର୍ଣାହୁତି ଓ ରାଜରାଜେଶ୍ବରୀ ବେଶ
ଢେଙ୍କାନାଳ, ୧/୪: ଢେଙ୍କାନାଳ ସହରରସ୍ଥିତ ବାଜିଚୌକ ଠାରେ ମା’ବାଟମଙ୍ଗଳାଙ୍କର ପ୍ରଥମ ବାର୍ଷିକୋତ୍ସବର ପୂର୍ଣାହୁତି ଓ ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଯାଇଅଛି । ଗତକାଲି କମଗରା ଘାଟ ଠାରୁ ପୂଜାର୍ଜନା କରାଯାଇ ଘଂଟବାଦ୍ୟ ଦ୍ବାରା ସହର ପରିକ୍ରମା କରି ଏକ ଶୋଭାଯାତ୍ରାରେ ଜଳସଯାତ୍ରା କରିଥିଲେ । ୧୫୦ରୁ ଉର୍ଦ୍ଧ ଭକ୍ତମାନେ ସହର ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣରେ ପହଁଚିଲା ପରେ ଅଧୁବାସ ପୂଜା ଆରମ୍ଭ ହୋଇଥିଲା । ଆଜି ପ୍ରତଃରୁ ମଙ୍ଗଳଆଳତି, ମହାସ୍ନାନ, ନୂତନ ବସ୍ତ୍ର ପରିଧାନ ଓ ବିଭିନ୍ନ ଫୁଲଦ୍ୱାରା ମା’ଙ୍କୁ ସୁସଜିତ କରାଯାଇ ସୂର୍ଯ୍ୟପୂଜା, ଗୋ-ପୂଜା, କଳସ ପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାର ପୂଜା ସହିତ ବିଭିନ୍ନ ପଣାଭୋଗ ଲାଗି କରାଯାଇଥୁଲା । ଚଣ୍ଡିପାଠ, ସପ୍ତଚଣ୍ଡୀ ଆହୁତି ସହିତ ପୂର୍ଣାହୁତି ଅନୁଷ୍ଠିତ ହୋଇଥିଲା । ପ୍ରାୟ ୩ ହଜାରୁ ଅଧିକ ଭକ୍ତମାନେ ପ୍ରସାଦ ସେବନ କରିଥିଲେ । ସମାଜସେବୀ ତଥା ଶିଳ୍ପପରୀ ଗଙ୍ଗାଧର ସାମଲ ଓ ତାଙ୍କ ସହିତ ଦେବାଶିଷ ମିଶ୍ର ଉପସ୍ଥିତ ରହି ମା’ଙ୍କ କୃପାଲାଭ କରିବା ସହିତ ମନ୍ଦିର ବିଷୟରେ ଆଲୋଚନା କରିଥିଲେ । ପଣ୍ଡିତ ଅଶୋକ କୁମାର କର ଓ ପଣ୍ଡିତ ବିନୋଦ କୁମାର କର ପୂଜାକୁ ସୂଚାରୁ ରୂପେ ତୁଲାଇଥିଲେ । କର୍ତା ସୁମୋନ୍ତ ଓଝା, କର୍ତୀ ଲକ୍ଷ୍ମୀପ୍ରିୟା ଓଝା, ସଦସ୍ୟ ଶ୍ରୀକାନ୍ତ ରଣା, ଗୁନିଆ ସାହୁ, ନିର୍ମଳ ରାଉତ, ମେଘନାଦ ସାହୁ, ବ୍ରହ୍ମାନନ୍ଦ ସାହୁ, ମନୋରଞ୍ଜନ ଜେନା, ଜିତେନ୍ଦ୍ର ବେହେରା, ଆଶୁତୋଷ ଦାସ, ଶଶି ପାଣ୍ଡେ ଓ ଟିକୁ ପାଣ୍ଡେଙ୍କ ସମେତ ସମସ୍ତ କର୍ମକର୍ତାଙ୍କ ଉପସ୍ଥିତ ରହି ବାର୍ଷିକୋତ୍ସବକୁ ସଫଳ କରାଇଥିଲେ । ଶତାଧିକ ଭକ୍ତ ଯୋଗଦେଇ ମା’ଙ୍କ କୃପାଲାଭ କରିଥିଲେ ।
ଶୁଭମ୍ ପାଣି ଙ୍କ ରିପୋର୍ଟ୍

