ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚୈତ୍ର ମଙ୍ଗଳା ଓଷା କାନପୁରା ଗ୍ରାମରେ 

ଚୈତ୍ର ମଙ୍ଗଳା ଓଷା କାନପୁରା ଗ୍ରାମରେ 

ଢେଙ୍କାନାଳ (ମନିସ )2/4/25 // କାମାକ୍ଷାନଗର ବ୍ଲକ କାନପୁରା ଗ୍ରାମରେ ଚୈତ୍ର ମଙ୍ଗଳା ଓଷା ଧୁମ ଧାମରେ ପାଳିତ ହୋଇଯାଇଛି।ଚୈତ୍ର ମାସ ଶୁକ୍ଳ ପକ୍ଷର ମଙ୍ଗଳବାର ଦିନ କରାଯାଏ, ଏହି ଓଷା ଗୁହାଳ ଘରେ କରାଯାଏ, ଏହି ଓଷା ପରିବାରର ଶୁଭ ମଙ୍ଗଳ କାମନା ଓ ଘରେ ପାଳିଥିବା ଗୋରୁ ଗାଈଙ୍କ ମଙ୍ଗଳ ପାଇଁ କରାଯାଏ।

କେହି କେହି ମାନସିକ ପାଇଁ ଏହି ଓଷା କରି ଥାନ୍ତି ଯେଉଁ ମାନେ ମାନସିକ କରିଥାନ୍ତି ସେମାନେ କିଛି ଲୋକଙ୍କ ଘରକୁ ଭିକ ମାଗି ଯାଆନ୍ତି ଏବଂ ଭିକରେ ସେମାନେ ଧାନ ଆଣନ୍ତି ଭିକ ଆଣିସାରିବା ପରେ ସେହି ଧନକୁ ପାଣିରେ ବିସର୍ଜନ କରି ଘରକୁ ଫେରନ୍ତି, ତାପରେ ଗୁହାଳ ଘରେ ଗୁଣ୍ଡ ହଳଦୀକୁ ଓଦା କରି ତାକୁ ପିଣ୍ଡୁଳା ଆକାର କରି ମା ମଙ୍ଗଳାଙ୍କ ପ୍ରତି ରୂପ ଭାବି ପୂଜା କରନ୍ତି, ଫୁଲ ଚନ୍ଦନ, ଧୂପ, ଦୀପ, ଝୁଣା ଇତ୍ୟାଦି ଦେଇ ପୂଜା କରାଯାଇ ନଡିଆ, କଦଳୀ, ଉଖୁଡା ଫଳମୂଳ ଇତ୍ୟାଦି ଭୋଗ ଲାଗେ, ଏହି ଓଷାରେ ତିନୋଟି ରଙ୍ଗର ବ୍ରତ ପୂଜା କରାଯାଏ, ଏହି ବ୍ରତକୁ ତାରିଣୀ କହନ୍ତି ପୂଜା ପରେ ବହି ପଢ଼ାଯାଏ ପ୍ରତ୍ୟେକ ବ୍ରତରେ ତେରଟି ଲେଖାଏଁ ମା ମଙ୍ଗଳାଙ୍କ ନାମରେ ଗଣ୍ଠି ପଡେ, ପୂଜା ସରିବା ପରେ ସେହି ବ୍ରତକୁ ଓଷା କରୁଥିବା ସ୍ତ୍ରୀ ଲୋକମାନେ ପିନ୍ଧନ୍ତି, ତାପରେ ସମସ୍ତଙ୍କୁ ପ୍ରସାଦ ବଣ୍ଟାଯାଏ,

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶ୍ରାବଣ ଦ୍ୱିତୀୟ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ 

Sunil Chandra Nayak

କଲେଗାଁ ମା ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

masiha

ଅଖିଳ ଭାରତୀୟ ମାରଓ୍ବାଡୀ ମହିଳା ସମିତି, ରାଇରଙ୍ଗପୁର ଶାଖା ଆନୁକୁଲ୍ୟରେ ଧୂମଧାମରେ ଭଗବାନ ଶାଳୀଗ୍ରାମ ସହିତ ମାତା ତୁଳସୀ ଦେବୀଙ୍କ ଵିଵାହ ସଂପନ୍ନ

masiha

Leave a Comment

error: Content is protected !!