ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବୃନ୍ଦାବାହାଲ ଠାରେ ଶ୍ରୀମଦ ଭାଗବତ ପାରାୟଣ ଉଦଯାପିତ

 ଗୋଳାମୁଣ୍ଡା/୫୨/୨୩,/ମସିହା/ ଗୋଳାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଠାରେ ଶ୍ରୀମଦ ଭାଗବତ ପାରାୟଣ ଗତ ୧୫ ଦିନ ଧରି ଚାଲିଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି । ଏହି ସମରୋହରେ ଶ୍ରୀମାନ ନବରତ୍ନ ରାଉତ ଓ ଶ୍ରୀମତୀ ସରସ୍ୱତୀ ରାଉତ ମୁଖ୍ୟ କର୍ତ୍ତା ଥିବା ବେଳେ କାର୍ତ୍ତିକେଶ୍ୱର ମୁଣ୍ଡ ପୂଜକ ଥିଲେ । ମାଘ ମାସରେ ଭାଗବତ ଜନ୍ମ ହେଇଥିବାରୁ ଏହି ମାସରେ ଭକ୍ତମାନେ ଭାଗବତ ପାରାୟଣ କରିଥାନ୍ତି । ଭକ୍ତ ମାନେ ଏକ ଓଲି ହବିଷ୍ୟ କରି ଭାଗବତ ଶୁଣୁଥିବା କଥା ଭକ୍ତମାନେ କହିଛନ୍ତି । ଏ ସମରୋହରେ ଅଧିକାଂଶ ଭାଗବତ ପ୍ରେମୀ ଉପସ୍ଥିତ ରହି ଭାଗବତ ଶ୍ରବଣ କରିଥିବା ଦେଖିବାକୁ ମିଳିଥିଲା । ଶ୍ରୀମଦ ଭାଗବତ ପାରାୟଣ କମିଟିରେ ପୁସ୍ତମ ରାଉତ ସଭାପତି, ଦିଲ୍ଲିପ କୁମାର ରାଉତ ସମ୍ପାଦକ,ଭିକାରୀ ଚରଣ ରାଉତ ଥିବାବେଳେ ଉପଦେଷ୍ଟା କମିଟି ଭାବରେ ହିମାଦ୍ରୀ ରାଉତ, ଜ୍ୟୋତିଷ ଚନ୍ଦ୍ର ରାଉତ, ସୁନିଲ କୁମାର ରାଉତ, ଜଗତ ରାମ ରାଉତ, ପୁରିତ ରାଉତ, ଗୋପସାଗର ରାଉତ, ହେମନ୍ତ ରାଉତ, ଦୈତାରି ରାଉତ, ବିକ୍ରମ ରାଉତ, ରାହସ ବିହାରୀ ରାଉତ, ଭୁବନେଶ୍ୱର ରାଉତ,ସୁକୃ ରାଉତ, ଦିବ୍ୟ ସୁନ୍ଦର ରାଉତ, ରବିନ୍ଦ୍ର କୁମାର ରାଉତ, ସନ୍ତୋଷ ରାଉତ, ଚକ୍ର ରଣା, ପିନୁ ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

୪୦ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ଚାରିଛକ ଦୂର୍ଗା ପୂଜା । ବଲାଙ୍ଗୀର ର ମାଆ ମେଲୋଡ଼ି ବଜାଶାଲ ତାଳରେ ଝୁମିଲେ ଦର୍ଶକ….

Sunil Chandra Nayak

ଜୁନାଗଡ଼ ରେ ହନୁମାନ ଜୟନ୍ତୀ ସମାରୋହରେ ପାଳିତ

Sunil Chandra Nayak

ଖଣ୍ଡିଆ ଗୁଡା ବାଲିଯାତ୍ରା ଧୁମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!