ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଲମ୍ବସରୀ ରେ ମାଁ ଚକରାପଥର ଦେବୀ ଙ୍କ ନିଶି ପୂଜା

ବୌଦ୍ଧ -୨୯|୧୨ -( ହୃଦାନନ୍ଦ ମେହେର )- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବଶରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସେଲାମାଲ ଠାରେ ଆରିମୂଳ ପ୍ରଗଣାର ମା ଚକରାପଥର ଦେବୀ ଙ୍କ ଆଜି ନିଶି ପୂଜା ଅନୁଷ୍ଠିତ ହୋଇ ଯାଇଛି | ଆଦିବାସୀ ସଂପ୍ରଦାୟର ଏହି ପୂଜାରେ ଅଞ୍ଚଳର ଶତାଧିକ ଆଦିବାସୀ ଲୋକ ନିଜର ପାରମ୍ପରିକ ଅସ୍ତଶସ୍ତ୍ର ସହ ସାମିଲ ହୋଇଥିଲେ | ଆଜି ସେଲାମାଲ୍ ପୀଠରେ ଆଦିବାସୀଙ୍କ ପାରମ୍ପରିକ ରୀତିନୀତି ରେ ପୂଜାର୍ଚ୍ଚନା କରାଯାଇଥିଲା | ଆସନ୍ତା କାଲି ଏକ ବିରାଟ ଶୋଭାଯାତ୍ରା ରେ ଶତାଧିକ ଆଦିବାସୀ ଶେଲାମାଲ୍ ପୀଠରୁ ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି | ଉକ୍ତ ଶୋଭାଯାତ୍ରାକୁ ପ୍ରତ୍ୟେକ ଗ୍ରାମରେ ପୂଜାର୍ଚ୍ଚନା ସହ ଧୂପ ଦୀପ ନୈବେଦ୍ୟ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି | ମା ଚକରାପଥର ଦେବୀ ବରୁଆ ଦେହରେ ଆବିର୍ଭାବ ହୋଇ ଡୋଳାପାଲି ଗ୍ରାମରୁ ବାହାରି ବେହେରାପଡା ଗ୍ରାମରେ ବନ୍ଦାପନା ସାରି ସେଲାମାଲ ସ୍ଥିତ ପୀଠ କୁ ପ୍ରତ୍ୟାବର୍ତ୍ତନ କରିବେ | ପ୍ରତ୍ୟେକ ଗ୍ରାମରେ ମା ଚକରାପଥର ଦେବୀ ଲୋକଙ୍କୁ ଦର୍ଶନ ଦେଇ ଲୋକଙ୍କୁ ଆଶୀର୍ବାଦ ଦେଇଥାନ୍ତି | ପୀଠ ଉପରକୁ ଯାଇ ଆରିମୂଳ ପ୍ରଗଣା ର ସମସ୍ତ ଆଦିବାସୀ ଲୋକେ ମାଁ ଙ୍କ ଆଶୀର୍ବାଦ ନିଅନ୍ତି |

Related posts

ଗୋପୀନାଥ ସ୍ୱାମୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ 

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଇନ୍ଦ୍ରାବତୀ ବୈଷ୍ନୋଦେବୀ ମନ୍ଦିରରେ ଶାରଦୀୟ ନବରାତ୍ର ଉତ୍ସବ… ମହା ସପ୍ତମୀ ଦିନ ମା ଙ୍କ ପ୍ରତିଷ୍ଠା ଦିବସ ଉତ୍ସବର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

Sunil Chandra Nayak

ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

Leave a Comment

error: Content is protected !!